Posted inଖେଳ

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ ଆଉ ମାତ୍ର ୩ ଦିନ ବାକିଥିବାବେଳେ ଶନିବାର ଅନୁଷ୍ଠିତ ଓ୍ବାର୍ମଅପ୍‌ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି। ଫଳରେ ଅସଲ ପରୀକ୍ଷା ପୂର୍ବରୁ ଝୁଣ୍ଟିଛି ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ। କେନିଂଟନ ଓଭାଲ ପିଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ପ୍ରଦର୍ଶନ ଫିକା ରହିଥିବାବେଳେ ନିଜକୁ ସଜାଡ଼ି ନେବାପାଇଁ ପରୋକ୍ଷ ଚେତାବନୀ ପାଇଛି। ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରି ଭାରତ ମାତ୍ର ୧୭୯ ରନରେ ସୀମିତ ରହିଥିବାବେଳେ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ମାତ୍ର ୪ ଉଇକେଟ ହରାଇ ହାସଲ କରିନେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ବିରାଟ କୋହଲିଙ୍କ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ରୋହିତ ଶର୍ମା ୨, ଶିଖର ଧାଓ୍ବନ ୨, ଲୋକେଶ ରାହୁଲ ୬ ରନ କରି ଆଉଟ ହେବାରୁ ୫.୩ ଓଭରରେ ଭାରତ ସ୍କୋର ୨୪/୩ ହୋଇ ଯାଇଥିଲା। ଅଧିନାୟକ ବିରାଟ ଭଲ ଆରମ୍ଭ କରିଥିଲେ ହେଁ ୨୪ ବଲ୍‌ରୁ ୧୮ (୩ ଚୌକା) ରନ କରି କଲିନ୍‌ ଡି ଗ୍ରାଣ୍ଡହୋମ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲାରେ ସଫଳ ହୋଇଥିଲେ। ତେବେ ସେ ୩୭ ବଲ୍‌ରୁ ୬ ଚୌକା ସହ ୩୦ ରନ କରିଥିବାବେଳେ ଜେମ୍ସ ନିଶାମଙ୍କ ବଲ୍‌ରେ ଟମ୍‌ ବ୍ଲୁନ୍‌ଡେଲ୍‌ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦୀନେଶ କାର୍ତ୍ତିକ ୪ ଓ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରି ଆଉଟ ହେବାରୁ ୯୧ ରନ ମଧ୍ୟରେ ଭାରତ ୭ ଉଇକେଟ ହରାଇ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଥିଲା। ମାତ୍ର ଶେଷଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଇନିଂସ ଭାରତର ସମ୍ମାନ ରଖିଥିଲା। ସେ ୫୦ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଭାରତ ଇନିଂସ ୩୯.୨ ଓଭରରେ ଶେଷ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ଟି, ନିଶାମ ୩ଟି ଏବଂ ଟିମ୍‌ ସୌଦୀ, ଗ୍ରାଣ୍ଡହୋମ ଓ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ନ୍ୟୁଜିଲାଣ୍ଡ ୩୭ ରନ ମଧ୍ୟରେ ୨ ଓପନର କଲିନ୍‌ ମୁନ୍‌ରୋ (୪) ଓ ମାର୍ଟିନ ଗୁପ୍‌ଟିଲ (୨୨)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ରସ୍‌ ଟେଲରଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ପଥରେ ଅଗ୍ରସର ହୋଇଥିଲା। ଓ୍ବିଲିୟମସନ ୮୭ ବଲ୍‌ର ୬ ଚୌକା ଓ ୧ ଛକା ସହ ୬୭ ଓ ଟେଲର ୭୫ ବଲ୍‌ରୁ ୮ ଚୌକା ସହ ୭୧ ରନ କରି ନ୍ୟୁଜିଲାଣ୍ଡ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେନରି ନିକୋଲାସ ୧୫ ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୩୯.୨ ଓଭରରେ ୧୭୯/ଅଲଆଉଟ(ଜାଡେଜା-୫୪, ହାର୍ଦ୍ଦିକ-୩୦, ବୋଲ୍ଟ-୪/୩୩, ନିଶାମ-୩/୨୬, ସୌଦୀ-୧/୨୬, ଗ୍ରାଣ୍ଡହୋମ-୧/୧୨, ଫର୍ଗୁସନ-୧/୩୩)। ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୧୮୦/୪(ଟେଲର-୭୧, ଓ୍ବିଲିୟମସନ-୬୭, ବୁମ୍‌ରା-୧/୨, ହାର୍ଦ୍ଦିକ-୧/୨୬, ଚହଲ-୧/୩୭, ଜାଡେଜା-୧/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri