Odisha Elections 2024

ସଡ଼କ ଦୁର୍ଘଟଣା: ବାପା ମୃତ, ମା’ପୁଅ ଗୁରୁତର

ନୟାଗଡ଼ ଅଫିସ୍‌, ୨୭।୧୦- ଦୀପାବଳି ପାଇଁ ଦୀପ, ବାଣ କିଣି ଗାଁକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟି ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳରେ। ମୃତକ ହେଲେ ଖଣ୍ଡପଡ଼ା ଥାନା ତେନ୍ତୁଳିଆପଲ୍ଲି ଗ୍ରାମର ଘନଶ୍ୟାମ ନାଥ (୫୨)। ତାଙ୍କ ସ୍ତ୍ରୀ ସବିତା (୪୦) ଓ ପୁଅ ରାକେଶ (୧୨)ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ ଘନଶ୍ୟାମ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଏକ ସ୍କୁଟିରେ ନିଜ ଗାଁକୁ ଆସୁଥିଲେ। ଫତେଗଡ଼ ଥାନା ଅଧୀନ ଘଳାବନ୍ଧ ଗ୍ରାମଠାରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଦମ୍ବ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଘନଶ୍ୟାମଙ୍କର ମୃତ୍ୟୁ ଘଟିଥିବା ବେଳେ ସାବିତ୍ରୀ ଓ ରାକେଶଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri