ବନ୍ଦ ହୃତ୍‌ପିଣ୍ଡ ପୁନଃ ଚାଲୁ ହୋଇପାରିବ

ବ୍ରହ୍ମପୁର ଅଫିସ୍‌,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ ନିଶ୍ଚେତନ ଦିବସ ଆୟୋଜିତ ହୋଇଯାଇଛି। ବର୍ହିଃ ବିଭାଗ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ହୃଦୟ ପୁନାରମ୍ଭ ସମ୍ପର୍କରେ ଜନାସାଧାରଣଙ୍କୁ ସଚେତନ କରାଯାଇଥିଲା । ଚଳିତ ବର୍ଷର ବିଷୟ ରହିଛି ‘ହୃଦୟ ପୁନଃ ସଞ୍ଚାଳନ’ । ଜଣେ ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ବନ୍ଦ ହୋଇଯାଇଥିଲେ ମଧ୍ୟ ଜଣେ ସାଧାରଣ ଲୋକ କିଭଳି ଉକ୍ତ ହୃତ୍‌ପିଣ୍ଡକୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ, ସେ ସମ୍ପର୍କରେ ଉପସ୍ଥିତ ନିଶ୍ଚେତକମାନେ ବୁଝାଇଥିଲେ। କୌଣସି ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ଯଦି ୮ରୁ ୧୦ ମିନିଟ୍‌ ବନ୍ଦ ହୋଇଯାଏ ବା ହୃଦ୍‌ଘାତ ହୁଏ, କିମ୍ବା ନାଡ଼ିରେ ଅନିୟମିତତା ଦେଖାଦେଲେ, ମସ୍ତିଷ୍କ, ହୃତ୍‌ପିଣ୍ଡ ଏବଂ ବୃକକ୍‌କୁ ରକ୍ତ ସଂଚାଳନ ବନ୍ଦ ହୋଇଯାଇଥାଏ। ଫଳରେ ଅମ୍ଳଜାନ୍‌ ଅଭାବ ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ସେହି କ୍ଷେତ୍ରରେ ଯଦି ଦୁଇ ହାତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବକ୍ଷ ଉପରେ ତୁହାକୁ ତୁହା ଚାପ ପକାଯିବ, ତେବେ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟ କରିଥାଏ । ଏବଂ ତାଙ୍କ ଜୀବନ ବଞ୍ଚିଯିବ । ହୃଦ୍‌ଘାତ ଯୋଗୁ ୧୦ରୁ ୮ଜଣଙ୍କ ମୃତ୍ୟୁ ହୋଇଯାଇଥାଏ । ହେଲେ ଉପରୋକ୍ତ ପ୍ରଣାଳୀ ଦ୍ୱାରା ପ୍ରାୟ ୬/୭ ଜଣଙ୍କ ଜୀବନ ବଞ୍ଚିଯାଇପାରିବ। ଏଣୁ ଏହି ପ୍ରଣାଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା. ଦେବପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମହାବିଦ୍ୟାଳୟ, ଅଗ୍ନିଶମ ବିଭାଗ, ବସ୍‌ଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦଫାରେ ପ୍ରାୟ ଏକ ହଜାର ଲୋକଙ୍କୁ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟକ୍ଷମ କିଭଳି କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରାଯିବ ବୋଲି ପ୍ରଫେସର ଡା. ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିନ୍‌ ତଥା ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡା, ପ୍ରଫେସର ଡା. ଲକ୍ଷ୍ମୀଧର ଦାସ, ଅବସରପ୍ରାପ୍ତ ଡା. ହରିହର ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡା. ଅରୁଣ କୁମାରଙ୍କ ସମେତ ବହୁ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri