Posted inଖେଳ

ବିଶ୍ୱ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ : ପୁରୁଷ ଚାଲିରେ ଜାପାନର ଟାଇଟଲ୍‌ ସୁଇପ୍‌

ଦୋହା,୫।୧୦ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ପୁରୁଷ ୨୦ କିଲୋମିଟର (କିମି) ଚାଲିରେ ଜାପାନର ଜୋଶିକାଜୁ ୟାମାନିଶି ଟାଇଟଲ୍‌ ଜିତିଛନ୍ତି। ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ଇଭେଣ୍ଟରେ ୨୩ ବର୍ଷୀୟ ଜୋଶିକାଜୁ ୨୦ କିମି ଦୂରତାକୁ ଏକ ଘଣ୍ଟା ୨୬ ମିନିଟ୍‌ ୩୪ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏଥିସହ ପ୍ରତିଯୋଗିତାର ପୁରୁଷ ଚାଲିରେ ଜାପାନ ଟାଇଟଲ୍‌ ସୁଇପ୍‌ କରିବାର ସୌଭାଗ୍ୟ ଲାଭ କରିଛି। ଗତ ରବିବାର ଅନୁଷ୍ଠିତ ୫୦ କିମିରେ ଅନ୍ୟତମ ଜାପାନ ଧାବକ ୟୁସୁକେ ସୁଜୁକି (୪ ଘଣ୍ଟା ୪ ମିନିଟ୍‌ ୨୦ ସେକେଣ୍ଡ) ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ୨୬ ବର୍ଷ ପରେ ଜାପାନ ପ୍ରଥମ ଦେଶ ଭାବେ ବିଶ୍ୱ ଚାମ୍ପିୟନଶିପ୍‌ର ଚାଲିରେ ଟାଇଟଲ୍‌ ସୁଇପ୍‌ କରିବାର ରେକର୍ଡ କରିଛି। ଶେଷଥର ପାଇଁ ୧୯୯୩ ସ୍ପେନ ଏହି କୃତିତ୍ୱ ଲାଭ କରିଥିଲା। ଅପରପକ୍ଷରେ ୨୦ କିମି ଚାଲିରେ ନିରପେକ୍ଷ ଆଥ୍‌ଲେଟ୍‌ ଭାସିଲ ମିଜିନୋଭ (୧:୨୬:୪୯) ଓ ସ୍ବିଡେନର ପ୍ରେସିଅସ କାର୍ଲଷ୍ଟ୍ରୋମ (୧:୨୭:୦୦) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଡୋପ୍‌ ମାମଲାରେ ଆଥ୍‌ଲେଟ୍‌ର ସର୍ବୋଚ୍ଚ ସଂସ୍ଥା ରୁଷିଆକୁ ବ୍ୟାନ କରିଥିବାରୁ ଭାସିଲ ନିରପେକ୍ଷ ଆଥ୍‌ଲେଟ ଭାବେ ଅଂଶଗ୍ରହଣ କରିଛନ୍ତି। ଭାରତର ଜାତୀୟ ରେକର୍ଡଧାରୀ କେ.ଟି. ଇର୍ଫାନ (୧:୩୫:୨୧) ୨୭ତମ ଓ ଦେବେନ୍ଦର ସିଂ (୧:୪୧:୪୮) ୩୬ତମ ସ୍ଥାନ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri