ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି। ଏହି କ୍ରମରେ ଜିଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଦାରିଙ୍ଗବାଡି ସହ କ୍ଲିନ ଦାରିଙ୍ଗବାଡି ଗ୍ରୀନ ଦାରିଙ୍ଗବାଡି କରାଯିବାକୁ ପ୍ରତି ଗୁରୁବାର ସଫେଇ ଅଭିଯାନ କରାଯିବା ସହ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ମୁଖରେ ଡଷ୍ଟବିନ ରଖାଯାଇଛି ଓ ତାକୁ ଟ୍ରାକ୍ଟର ଯୋଗେ ପ୍ରତି ଗୁରୁବାର ଡମ୍ପୟାର୍ଡ଼ରେ ପକାଯିବା ବ୍ୟବସ୍ଥା କରାଯାଉଛି।

ଗତ କିଛି ଦିନ ହେଲା ଏହି ଡଷ୍ଟବିନ ଗୁଡିକରେ ଅଳିଆ ଆବର୍ଜନା ଭର୍ତ୍ତି ହେବା ସହ ସେଠାରେ ବର୍ଷା ଜଳ ରହି ପୁତ୍ତିମୟ ଗନ୍ଧ ହୋଇ ପୋକ ସାଲୁବାଲୁ ହେଉଛି। ଫଳରେ ଜନଅସନ୍ତୋଷ ବୃଦ୍ଧି ପାଉଛି। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏହି ଅଳିଆ ଆବର୍ଜନାକୁ ଡମ୍ପିୟାର୍ଡ଼ ପର୍ଯ୍ୟନ୍ତ ପକାଇବାକୁ ଦାୟିତ୍ୱ ବହନ କରୁଥିବାବେଳେ ଏବେ ନିଜସ୍ବ ଟ୍ରାକ୍ଟର କିମ୍ବା ଅନ୍ୟ ଯାନ ପଞ୍ଚାୟତ କାର୍ଯ୍ୟାଳୟର ନ ଥିବାରୁ ଅନ୍ୟ ଘରୋଇ ଗାଡି ଉପରେ ନିର୍ଭର କରିବାକୁ ପଡୁଛି। ଫଳରେ ପ୍ରତି ଗୁରୁବାର ଅଳିଆ ଉଠାଇବା ସମ୍ଭବ ହେଉନାହିଁ ବୋଲି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରତିକ୍ରିୟାରେ କହିଛନ୍ତି। ଗତ କିଛି ଦିନ ହେଲା ଦାରିଙ୍ଗବାଡିର ଆକ୍ସିସ ବ୍ୟାଙ୍କ ସମ୍ମୁଖରେ ରହିଥିବା ଡଷ୍ଟବିନରେ ପୁତ୍ତିମୟ ଗନ୍ଧ ଓ ପୋକ ସାଲୁବାଲୁ ଯୋଗୁ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ଅସନ୍ତୋଷ ହେଉଥିବା ଶାଖା ପରିଚାଳକ ବିବେକାନନ୍ଦ ସାହୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ ଏନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଜଣାଇଥିବା ଅଭିଯୋଗ କରିଛନ୍ତି।

ଏନେଇ ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କୁମାର ରଥଙ୍କ ପ୍ରତିକ୍ରିୟା ନେବାରୁ ସେ ଏହାକୁ ନେଇ କହିଛନ୍ତି, ଯେଉଁ ଟ୍ରାକ୍ଟର ପୂର୍ବରୁ ନିୟମିତ ଅଳିଆ ଉଠାଇବାକୁ ଠିକା ଦିଆଯାଇଥିଲା ତାହା ସଠିକ ଭାବରେ କାର୍ଯ୍ୟ କଲା ନାହିଁ। ତେଣୁ ଅନ୍ୟ ଏକ ଟ୍ରାକ୍ଟରକୁ ଯୋଗାଡ଼ କରାଯାଇଛିୟ। ଖୁବଶୀଘ୍ର ସମସ୍ତ ଡଷ୍ଟବିନରୁ ଅଳିଆ ଉଠାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପଞ୍ଚାୟତ ପୂର୍ବରୁ ଦାରିଙ୍ଗବାଡି ବଜାରରୁ ଅଳିଆ ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡି କିଣାଯିବାକୁ ପ୍ରସ୍ତାାବ ରହିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଏବେ ଦାରିଙ୍ଗବାଡିକୁ କ୍ଲିନ ଓ ଗ୍ରୀନ ଦାରିଙ୍ଗବାଡି କରିବାରେ ଦିଗହରା ହେଉଥିବା ନେଇ ଜନଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଳିଆ ଉଠାଇବାକୁ ବ୍ୟାଟେରୀ ଗାଡି କିଣିବାକୁ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ଏବେ ସରକାର କିଣିବାକୁ ମନା କରିଛନ୍ତି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?