ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପରିସରରେ ନିର୍ମାଣାଧୀନ ନୂତନ ସଭାଗୃହ ଓ ପ୍ରଶିକ୍ଷଣ କେନ୍ଦ୍ର ଏବେ ବିଭାଗୀୟ ଅବହେଳା ଓ ଠିକାଦାରୀ ରାଜ୍‌ର ଜ୍ୱଳନ୍ତ ଉଦାହରଣ ପାଲଟିଛି। କାର୍ଯ୍ୟ ଶେଷ ହେବାକୁ ଦିନ ଗଡ଼ୁଥିଲେ ମଧ୍ୟ ନିର୍ମାଣ ସରିବାର ନାଁ ଧରୁନି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଯେଉଁ ସ୍ଥାନରେ ପ୍ରତିଦିନ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀଙ୍କ ଗାଡ଼ି ଯାଉଛି, ସେଠାରେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ହେଁ କେହି କିଛି ନ ଜାଣିବା ଭଳି ନିରବ ରହିବା ସନ୍ଦେହକୁ ଦ୍ୱିଗୁଣିତ କରୁଛି।

ଜିଲା ମିନେରାଲ ଫାଣ୍ଠି (DMF) ରୁ ପ୍ରାୟ ୬୩,୭୪,୩୮୯ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଭବ୍ୟ କୋଠାର କାର୍ଯ୍ୟାଦେଶ ଅନୁଯାୟୀ, ଆରମ୍ଭ ତାରିଖ ୦୧/୦୭/୨୦୨୪ ଏବଂ ଶେଷ ତାରିଖ ୩୦/୦୬/୨୦୨୫ ଧାର୍ଯ୍ୟ ହୋଇଛି। ହେଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଠିକାସଂସ୍ଥା ଫେଲ ମାରିଛି। ପୂର୍ବରୁ ବିନା ସୂଚନା ଫଳକରେ କାର୍ଯ୍ୟ କରି ନିମ୍ନମାନର କାମକୁ ଲୁଚାଇବାକୁ ପ୍ରୟାସ କରାଯାଇଥିବା ବେଳେ, ଏବେ ଅହେତୁକ ବିଳମ୍ବ ସତ୍ତ୍ୱେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ପ୍ରଶ୍ନ ଉଠୁଛି, ଠିକାସଂସ୍ଥା ଉପରେ ଅଧିକାରୀଙ୍କ ଏତେ ଅନୁକମ୍ପା କାହିଁକି ?

ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କୁ ହେମ୍ବ୍ରମଙ୍କୁ ପଚାରିବାରୁ ସେ ଏକ ଭିନ୍ନ ସଫେଇ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, “ବିଲ୍ଡିଂ ନିର୍ମାଣ ପାଇଁ ଉଦ୍ଦିଷ୍ଟ ପାଣ୍ଠି ସରିଯାଇଛି। ବର୍ତ୍ତମାନ ଇଣ୍ଟେରିଅର (ଆଭ୍ୟନ୍ତରୀଣ) ସଜ୍ଜିକରଣ ପାଇଁ ଅର୍ଥ ନାହିଁ। ଆମେ ଜିଲା ପ୍ରଶାସନକୁ ଏକ ନୂତନ ବଜେଟ ପ୍ରଦାନ କରିଛୁ। ସେଠାରୁ ପାଣ୍ଠି ଆସିଲେ ହିଁ ବାକି କାମ ଆରମ୍ଭ ହେବ।” ଯନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ଏବେ ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି ଯେ, ଯଦି ପୂର୍ବରୁ ବ୍ୟୟବରାଦ ଠିକ ଥିଲା, ତେବେ ଅଧା କାମରେ ପାଣ୍ଠି ସରିଲା କେମିତି?

ଏହି ବ୍ଲକରେ ୨୪ଟି ପଞ୍ଚାୟତ ଥିବା ବେଳେ ପ୍ରତି ମାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥାଏ। ନିଜସ୍ବ ସଭାଗୃହ ନ ଥିବାରୁ ଅନେକ ସମସ୍ୟା ଉପୁଜୁଛି। ଯଦି ବ୍ଲକ ମୁଖ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ବିଳମ୍ବ ଓ ଅନିୟମିତତା ଦେଖାଦେଉଛି, ତେବେ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପର ଅବସ୍ଥା କ’ଣ ହେଉଥିବ, ତାହା ସହଜରେ ଅନୁମେୟ। ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁ ସାଧାରଣ ଜନତାଙ୍କ ଟିକସ ଅର୍ଥର ବାଟମାରଣା ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri