ଶାଶୁଘର

ଶାଶୁଘର କାହିଁ ? ଏ ପ୍ରଶ୍ନଟି ହୁଏତ ଚମକ ସୃଷ୍ଟି କରିପାରେ, କିନ୍ତୁ ଏହା ଅନେକାଂଶରେ ସତ। ଦିନେ ମହିଳାଙ୍କ ପାଇଁ ଆଜୀବନ କର୍ମଭୂମି ବୋଲାଉଥିବା ଏହି ଶବ୍ଦଟି ତା’ର ଚିରାଚରିତ ଗୌରବ ହରେଇ ଏବେ ଏକ ପ୍ରଶ୍ନବାଚୀ ସ୍ତରକୁ ଚାଲି ଆସିଲାଣି। ଶାଶୁ ଅଛନ୍ତି, ଘର ଅଛି କିନ୍ତୁ ନାହିଁ ଶାଶୁଘରର ପାରମ୍ପରିକ ରୂପରେଖ। ସେହିପରି ନାରୀଟିର ଗଭୀର ଭାବାବେଗର ପ୍ରତୀକ ବାପଘର ବି କ୍ରମେ ତା’ ନିକଟରୁ ଦୂରେଇ ଯାଉଛି। ବାପା ମା’ ଜୀବିତ ଥିବା ପର୍ଯ୍ୟନ୍ତ ଯେଉଁ ବାପଘର ବିବାହିତା ଝିଅଟି ପାଇଁ ଗର୍ବ ଓ ଗୌରବର ପରିଚୟ ଥାଏ ସେମାନେ ଚାଲିଗଲା ପରେ ତାହା ତା’ ପାଇଁ ପ୍ରାୟ ଅପହଞ୍ଚ ହୋଇଯାଏ। ଅନ୍ୟ ପକ୍ଷରେ ଏ ଉଭୟ ପ୍ରକାରର ଘର ସ୍ଥାନରେ ଏବେ ଗଢିଉଠୁଛି ‘ଆମଘର’ ଯାହା ଆଧୁନିକ ଦମ୍ପତିଙ୍କର ନୂତନ ପରିଚୟ। ଆମ ଘରର ସଂଜ୍ଞା ହେଉଛି ‘ନା ତୁମ ଘର ନା ମୋ ଘର’ ଏହା ‘ଆମ ଦୁହିଙ୍କ ଘର’ ଯାହାର ଏକ ଅତିରିକ୍ତ ସଦସ୍ୟ ଏକମାତ୍ର ସନ୍ତାନ। ଏହାକୁ କେହି କେହି ଅଣୁ ପରିବାରର ଆଖ୍ୟା ଦେଇ ତଜ୍ଜନିତ ଗଭୀର ଆତ୍ମଶ୍ଳାଘାରେ ବୁଡି ରହନ୍ତି ଓ ପରିବାର, ପରିଜନ, ବନ୍ଧୁବାନ୍ଧବ ସମସ୍ତଙ୍କଠାରୁ ଦୂରେଇ ଯାଆନ୍ତି। ଫଳରେ ସାମାଜିକ ଓ ପାରିବାରିକ ବୁଝାମଣା ବିପର୍ଯ୍ୟସ୍ତ ହୋଇପଡ଼େ। ସାମ୍ପ୍ରତିକ ପରିସ୍ଥିତି ବି ଏଥିପାଇଁ ପଥ ପ୍ରଶସ୍ତ କରିଦେଉଛି।
ସତୁରି ଅଶୀ ବର୍ଷ ତଳକୁ ଫେରି ଚାହିଁଲେ ଆମ ସମାଜର ଯେଉଁ ଚିତ୍ର ଆଖିଆଗରେ ଭାସିଉଠେ ତାହାର ମୁଖ୍ୟ ଆଧାର ଥିଲା ଲିଙ୍ଗଗତ ବୈଷମ୍ୟ। କୁହା ଯାଉଥିଲା, ”ନାରୀର ଭାଗ୍ୟ ପଥର ତଳେ, ପୁରୁଷର ଭାଗ୍ୟ ପତର ତଳେ“। ସେତେବେଳର ପୁରୁଷପ୍ରଧାନ ପରିବାର, ସମାଜ ଓ ଦେଶରେ ନାରୀଟିର ସ୍ଥାନ ଯେପରି ଥିଲା ଚିନ୍ତା କଲେ ଆଖି ଓଦା ହୋଇ ଆସେ। ଝିଅଟିଏ ଜନ୍ମ ହେଲେ ତା’ର ପିତାଙ୍କୁ ମୁରବି ତୁଲ୍ୟ ଲୋକେ କହୁଥିଲେ,”ଝିଅଟିଏ ହେଲାରେ ତା’ ପାଇଁ ଏବେଠୁ ଧନ ସଞ୍ଚୟ କର“। ଝିଅଟି ପାଞ୍ଚ ବର୍ଷର ହୋଇ ଗଲେ ତାକୁ କୁହାଯାଉଥିଲା, ”ମାଆରେ ତୁ ପାଠ ଦିଅକ୍ଷର ପଢ଼ ନ ହେଲେ ତତେ କିଏ ବାହା ହେବ ?“ ଦଶ ବର୍ଷର ହୋଇ ଗଲେ ତାକୁ କୁହାଯାଉଥିଲା, ”ଝିଅରେ, ନିଜକୁ ଆକଟ କର୍‌, ସଣ୍ଠଣା ଶିଖ, ଘରକରଣା କ’ଣ ଜାଣ ନ ହେଲେ ଶାଶୁଘରେ ନଁା ପକେଇବ। ସେତିକି ବେଳୁ ତା’ କାନରେ ପକେଇ ଦିଆ ଯାଉଥିଲା, ”ମାଆରେ, ଝିଅ ଜନମ ପର ଘରକୁ,“ ”ଜନମ ଦେଇଛୁ ସିନା କରମ ଦେଇନ“, ଟିକେ ସ୍ବାଧୀନଚେତା ଝିଅମାନଙ୍କୁ ଚେତେଇ ଦିଆ ଯାଉଥିଲା, ” ଆଖୁ ସିନା କିଆରିରେ (ବାପଘରେ) ମୋଟ ଖାଇରେ (ଶାଶୁଘରେ) ନୁହେଁ “। ଅନ୍ୟ ପକ୍ଷରେ ଝିଅଟିର ଜୀବନ କେବଳ ଶାଶୁଘର- ସର୍ବସ୍ବ ଥିଲା। ବାର ତେର ବର୍ଷର ଝିଅ କିମ୍ବା ତା’ ଠାରୁ ଆହୁରି କମ୍‌ ବୟସର ଝିଅକୁ ବାହା କରେଇ ଦେଇ ଶାଶୁ ଘରକୁ ପଠେଇ ଦିଆଯାଉଥିଲା। ନିଜର ଭାଗ୍ୟକୁ ଆଦରି ସେ ଯେଉଁ ଶାଶୁଘରେ ପାଦ ଥାପୁଥିଲା ତା’ର ରୂପରେଖ ହିଁ ଥିଲା ତା’ ଜୀବନର ଅବଶିଷ୍ଟ ଦିନ। ତା’ର ସୌଭାଗ୍ୟକୁ ଯଦି ଶାଶୁଘରର ଲୋକେ ଭଲ ପଡୁଥିଲେ ତେବେ ସେ ସର୍ଗସୁଖ ଭୋଗ କରି ସବୁ କିଛି ଭୁଲି ଯାଉଥିଲା। ଯଦି ସେମାନେ ମନ୍ଦ ସ୍ବଭାବର ଥିଲେ ଯଥା ମାମଲତକାର ଶ୍ୱଶୁର, ଆକଟପ୍ରିୟ ଶାଶୁ, ଆତ୍ମାଭିମାନୀ ଦେଡ଼ଶୁର, ଉଚ୍ଛୃଙ୍ଖଳ ଦେବର, ରାହାବାଳି ନଣନ୍ଦ, ଅହଂଗୁଣୀ ବିଧବା ପିଉସୀ, ଉଦାସୀନ ( ବେଳେ ବେଳେ ବିଦେଶରେ ରହୁଥିବା) ପତି ଇତ୍ୟାଦି ତେବେ ତା’ ଜୀବନ ନରକ ପାଲଟି ଯାଉଥିଲା। ଆଉ ତା’ ସହିତ ଯଦି ଯୌତୁକ ଯନ୍ତ୍ରଣା ଯୋଡି ହୋଇ ଯାଉଥିଲା ତେବେ ଅକାଳରେ ଜୀବନ ଯିବା ବି ଅସମ୍ଭବ ନ ଥିଲା। ତତ୍କାଳୀନ ବୈବାହିକ ବ୍ୟବସ୍ଥା ଏତେ କଠୋର ଥିଲା ସେ ଝିଅଟିଏ ଚାହିଁଲେ ବି ସେଥିରୁ ମୁକ୍ତି ପାଇ ପାରୁ ନ ଥିଲା। ଶାଶୁଘରେ ଯେତେ ଦୁଃଖକଷ୍ଟ ଭୋଗିଲେ ବି ତାକୁ କାହା ଆଗରେ ପ୍ରକାଶ କରିବା ତତ୍କାଳୀନ ରକ୍ଷଣଶୀଳ ପରିବାରର ଶୃଙ୍ଖଳାବିରୋଧୀ ଥିଲା। ଦୈବାତ କେବେ କେହି ସେପରି କଲେ ତାକୁ ସହଯୋଗ ମିଳୁ ନ ଥିଲା। ଏପରି କି ବାପଘର ସବୁ ଜାଣିଲା ପରେ ବି ଝିଅଟିକୁ ନେଇ ଶାଶୁଘରେ ବୁଝାଶୁଝା କରି ପୁଣି ଛାଡିଦେଇ ଆସୁଥିଲେ।
ଏଭଳି ପରିସ୍ଥିତିର ଯେ ଦିନେ ପରିବର୍ତ୍ତନ ଘଟିବ ଏହା ଅନୁମାନ କରାଯାଉଥିଲା ଏବଂ ତାହା ହିଁ ଏବେ ଘଟୁଛି। ସେଥିରେ ସହାୟତା କରୁଛି ପ୍ରଚଳିତ ଆଇନ। ବାଲ୍ୟ ବିବାହ ଉଚ୍ଛେଦ, ବିଧବା ବିବାହ ପ୍ରଚଳନ ଛଡା ହିନ୍ଦୁ ବିବାହ ଓ ବିଚ୍ଛେଦ ଆଇନ (୧୯୫୫) ଆବଶ୍ୟକ ସ୍ଥଳେ ବିବାହ ବିଚ୍ଛେଦ ପାଇଁ ସୁଯୋଗ ଯୋଗାଇ ଦେଉଥିବା ବେଳେ ଯୌତୁକ ନିରୋଧ ଆଇନ ୧୯୬୧ ଖୁବ୍‌ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରିଛି l ଝିଅଙ୍କ ପାଇଁ ଉତ୍ତରାଧିକାର ଆଇନ ୨୦୦୫ ସେମାନଙ୍କୁ ବାପଘର ସମ୍ପତ୍ତି ଉପରେ ଅଧିକାର ପ୍ରଦାନ କରୁଥିବା ବେଳେ ମହିଳା ସଶକ୍ତୀକରଣ ଯୋଜନା ସେମାନଙ୍କୁ ସ୍ବାବଲମ୍ବୀ କରୁଛି। ଏହିପରି ଅନେକ ଆଇନ ପ୍ରବର୍ତ୍ତନ କରାଯାଉଛି ଯାହା ସମାଜରେ ମହିଳାଙ୍କୁ ଏକ ସମ୍ମାନନୀୟ ସ୍ଥାନ ଦେଉଛି। ଫଳରେ ଶାଶୁଘରର ଆଭିମୁଖ୍ୟ ବି ବଦଳି ଗଲାଣି। ଯାହା ସମାଜ ନିଜେ କରିବା କଥା ତାହା ସରକାର କରୁଛନ୍ତି। ସେଥିରେ ଯଥା ସମ୍ଭବ ସହଯୋଗ କରିବା ଆଜିର ଆବଶ୍ୟକତା।

ଅଲେଖ ଚନ୍ଦ୍ର ମିଶ୍ର
ଶାସ୍ତ୍ରୀ ନଗର, ଭୁବନେଶ୍ୱର

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନ ପରିବର୍ତ୍ତନ ମାମଲାରେ ବାଂଲାଦେଶକୁ ବଡ଼ ଝଟକା: ବିସିବିକୁ ଅଲ୍ଟିମେଟମ ଦେଲା ICC, ଜାନୁଆରୀ ୨୧ ସୁଦ୍ଧା…

ନୂଆଦିଲ୍ଲୀ,୧୯।୧: ଗତ ସପ୍ତାହରେ ICC ଅଧିକାରୀମାନେ BCB ସହିତ ୨୦୨୬ ଟି-୨୦ ବିଶ୍ୱକପ ପାଇଁ ସ୍ଥାନ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ପାଇଁ ବାଂଲାଦେଶ ଗସ୍ତ...

ଆଉ ଫେରିବି କି ନାହିଁ ଜାଣିନାହିଁ: ହଠାତ୍‌ ବ୍ରେକ୍‌ ନେଲେ ନେହା

ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍‌ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ,...

UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳି….

ନୂଆଦିଲ୍ଲୀ,୧୯।୧:  ୟୁକେଜିରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଆସାମରୁ ସାମ୍ନାକୁ...

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା...

‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ...

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ବଡ଼ବିଲ,୧୯।୧: କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ...

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ...

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri