ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ଗୋବରୀ ନଦୀ ପାର୍ଶ୍ୱରେ କୂଳ ଲଙ୍ଘୁଥିବାରୁ ପଥର ପ୍ୟାକିଂ କାର୍ଯ୍ୟ ଚାଲିଛି। ବିଶେଷ କରି ରଡ଼ିଆ, କଂସାର, ବଗଗହଣ, ବଡ଼ପାଳ, ତରପଦା, ବାବର, ବନ୍ଧପଡ଼ା ଆଦି ଅଞ୍ଚଳରେ ନଦୀକୂଳ ସ୍ପର୍ ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାରମାନେ ରାତି ଅଧିଆ ବେଆଇନ ଭାବରେ ହାଇଓ୍ବା ଯୋଗେ ଚାଲାଣ ହେଉଛି ବୋଲି ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ୍କୁ ଭିତ୍ତିକରି ମହାକାଳପଡ଼ା ପୋଲିସ ଟିମ୍ ଓ ଜିଲା ଖଣିଜ ସମ୍ପଦ ବିଭାଗ ପକ୍ଷରୁ ରବିବାର ଭୋର୍ ୪ ଟାରେ ଅଳାଇଲୋ – ଓରତ ଛକ ଠାରେ ଜବତ କରାଯାଇଛି ବୋଲି ମହାକାଳପଡ଼ା ଥାନା ଅଧିକାରୀ ମାନସ କୁମାର ମଲିକ କହିଛନ୍ତି। ଖଣିଜ ସମ୍ପଦ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ।

