ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବ୍ରହ୍ମପୁରର ପାୱାର ସିକ୍ସ ଭଲିବଲ ଟିମ ପ୍ରତିପକ୍ଷ କନ୍ଧମାଳ ଜିଲା ଦାରିଙ୍ଗିବାଡି ଭଲିବଲ ଟିମକୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଛି। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟ ର ୫ମ ଦିବସ ସେମି ଫାଇନାଲ ମ୍ୟାଚକୁ ଦିଗପହଣ୍ଡି ଏନ୍ଏସିର ପ୍ରାକ୍ତନ ଅଧ୍ୟକ୍ଷ ଭି.ରବିନାରାୟଣ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସାମାଜିକ କର୍ମୀ ତାରା ପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ନିଗମ ପ୍ରସାଦ ପଣ୍ଡା,ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ. ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ମ୍ୟାଚ ଉଦଘାଟନୀ କାର୍ଯ୍ୟକ୍ରମରେ ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ, ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା, ଲୋକନାଥ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ। ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଦାରିଙ୍ଗିବାଡି ଭଲିବଲ ଟିମ ର ଶ୍ରେଷ୍ଠ ଖେଳାଳି ଅମନ ନାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇ ଅନ୍ୟତମ ଅତିଥି ଚିକିଟି ର ବ୍ୟବସାୟୀ ସିମାଞ୍ଚଳ ପାଢ଼ୀଙ୍କ ଦାରା ପୁରସ୍କୃତ କରାଯାଇଥିଲା। ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ହୃଦୟ ନନ୍ଦ, ସମୀର କୁମାର ପଣ୍ଡା, ସନାତନ ରେଡ୍ଡୀ, ନରେନ୍ଦ୍ର ସାହୁ, ବୈକୁଣ୍ଠ ନାଥ ସ୍ବାଇଁ ଙ୍କ ସମେତ ସଭ୍ୟ ବୃନ୍ଦ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।


