ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ ଏକ ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ତେବେ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଶ୍ୱଶୁର-ବୋହୂଙ୍କର ଅଡିଓ ଭାଇରାଲ ହେଉଛି। ଯେଉଁଥିରେ ବୋହୂ ବର୍ଷା ଶ୍ୱଶୁର ତଥା ଗୁଲୁଆଙ୍କ ବାପାଙ୍କୁ ପଚାରୁଛନ୍ତି ଆମ ମ୍ୟାଟର କେବେ ଛିଡାଇବେ। ତାଙ୍କୁ ପଚାରିବାରୁ ସେ କହୁଛନ୍ତି ମୋ ବାପା ଛିଡାଇବେ। ମୋତେ ସେଇଟା ଜଣାନ୍ତୁ। ଆପଣ ମୋତେ କହିଲେ ଦୁଇମାସ ପରେ ମୁଁ ପଇସା ଦେଇଦେବି ତୁ ଯା’। ତା ପରେ ଆପଣଙ୍କ ପୁଅ ପଇସା ଦେଉ ନାହାନ୍ତି। ଆଉ କେତେଦିନ ପରେ ମୁଁ ମୋ ବାପାଙ୍କ ପଇସାକୁ ଭିକାରି ଭଳି ମାଗିବି। ଶ୍ୱଶୁର ମଧ୍ୟ ଉତ୍ତର ରଖି କହୁଛନ୍ତି ମଗାମଗି କରିବାକୁ କ’ଣ ଭଲ ଲାଗିବ। ଆପଣ କୁହନ୍ତୁ ୬ ମାସ ହେଲାଣି ମୋ ଭଳି ପିଲା ନା ଝଗଡ଼ା ନା କିଛି, ଶାନ୍ତିରେ ପଳେଇ ଆସିଲି। କେତେଦିନ ପରେ ମୋ ମ୍ୟାଟର ଛିଡାଇବେ। ମୁଁ ଗୋଟେ ଝିଅ ମୋ ବୟସ ଗଡ଼ୁଛିି। କେତେ ଦିନ ଆପଣ ମୋତେ ଝୁଲେଇ ରଖିବେ। କେସ ଚାଲିବ ଲୋକେ ଜାଣିବେ ଆପଣଙ୍କୁ ଭଲ ଲାଗିବ? ସତକଥା ଜାଣିବେ ଟାହିଟାପରା କରିବେ। ପୁଅର କାଣ୍ଡ କାରନାମା ଜାଣିବେ, ଆପଣ ନିଜେ ମୁଣ୍ଡ ଟେକି ଚାଲିପାରିବେ ତ? ବୋହୂ କେଶ କରିବାକୁ କହିବାରୁ ଶ୍ୱଶୁର କେଶ କଲେ କ’ଣ ଲାଭ ହେବ କହିଛନ୍ତି। ୬ ମାସ ହେଲାଣି ମୁଁ ନିରବ ରହିଲିଣି ମୋତେ ଛିଡଉ ନାହାନ୍ତି କ’ଣ ପାଇଁ? ଶ୍ୱଶୁର କହୁଛନ୍ତି ତୁମ ବାପାଙ୍କ ସହ କଥା ହେବି। ବର୍ଷା କହୁଛନ୍ତି ମୋ ବାବାଙ୍କ ସଙ୍ଗେ କ’ଣ? କୋର୍ଟରେ ମୋ ଓକିଲଙ୍କ ସହ କଥା ହେବେ। କାଳେ ମୁଁ ମିଛ କହିବି କି ପୁଅକୁ ହଇରାଣ କରିବି ଫାଙ୍କି ଦେବି ସେଇଟା କୋର୍ଟ ପେପରରେ ସତ କଥା କହିବ। ନା କଥାରେ କଥାରେ ସତ କହିବ । ବାହାଘର କୋର୍ଟରେ ହୋଇଥିଲା କଥା କୋର୍ଟରେ ହେବାକୁ ବର୍ଷା କହିଛନ୍ତି। ବୋହୂଙ୍କ କଥାକୁ ମଧ୍ୟ ଶ୍ୱଶୁର ସମର୍ଥନ କରିଛନ୍ତି। ଭଦ୍ରଲୋକ ଡାକିି ଲୋକ ଲଜ୍ଜା ହେବାର ନାହିଁ। ଆପଣ ଭଦ୍ର ଲୋକ ଆଣିପାରିବେ ମୋ ପକ୍ଷରୁ ମୋ ବାପା ଏବଂ ମୋ ଓକିଲ ରହିବେ। ଏଭଳି କିଛି ଫୋନ୍‌ ରେକର୍ଡ ଶ୍ୱଶୁର ବୋହୂଙ୍କର ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri