Posted inଜାତୀୟ

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ ସଙ୍କଟ ଦେଖାଦେଲାଣି । ବିଭିନ୍ନ ସ୍ଥାନରେ ପେଟ୍ରୋଲ-ଡିଜେଲ ମିଳୁନଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ପମ୍ପରେ ତେଲ ପକାଇବାକୁ ଲମ୍ବା ଲାଇନ୍ ବି ଦେଖିବାକୁ ମିଳୁଛି । ଶୁକ୍ରବାର ସକାଳୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩ ଟଙ୍କା ଲେଖାଏ ବୃଦ୍ଧି କରିଥିଲେ । ସେହିଭଳି ସିଏନ୍‌ଜି ମୂଲ୍ୟ ବି ୨ ଟଙ୍କା ବୃଦ୍ଧି କରାଯାଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ ଭାରତକୁ ତୈଳ ଆମଦାନୀ ଯଥେଷ୍ଟ ହ୍ରାସ ପାଇଥିବାରୁ ଭାରତରେ ମୂଲ୍ୟ ବୃଦ୍ଧି ଘଟୁଛି ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଭାରତରେ ତୈଳ ଦର ବୃଦ୍ଧି ପାଉଛି । ଗତ ୧୨ ବର୍ଷ ମଧ୍ୟରେ ଅର୍ଥାତ ୨୦୧୪ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ୧୨ ବର୍ଷରେ କେତେ ବଢିଛି ଦର? ନଜର ପକାନ୍ତୁ…

୨୦୨୨ ପରେ ପ୍ରଥମ ଥର ପାଇଁ ଆଜି ଅର୍ଥାତ ୨୦୨୬ ମେ ୧୫ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ୨୦୧୪ରେ ଯେଉଁଠି ଦଳ ୭୦ ରୁ ୭୫ ଟଙ୍କା ଥିଲା ୨୦୨୨ ବେଳକୁ ତାହା ୧୦୦ ଟଙ୍କା ଅତିକ୍ରମ କରିଯାଇଥିଲା । ଭାରତରେ ୨୦୧୪ ମସିହାରେ ପେଟ୍ରୋଲ ଦର ୭୧ ଟଙ୍କା ୪୧ ପଇସା ଥିଲା । ସେହିଭଳି ଡିଜେଲ ଦର ୫୫ ଟଙ୍କା ୪୯ ପଇସା ଥିଲା ।

ସେହିଭଳି ୨୦୧୫ ମସିହାରେ ଭାରତରେ ପେଟ୍ରୋଲ ଦର ୬୬ ଟଙ୍କା ୨୯ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୫୨ ଟଙ୍କା ୨୮ ପଇସା । ୨୦୧୬ ମସିହାରେ ଭାରତରେ ପେଟ୍ରୋଲ ଦର ୬୩ ଟଙ୍କା ୦୨ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୪୬ ଟଙ୍କା ୪୩ ପଇସା ।

୨୦୧୭ ମସିହାରେ ଭାରତରେ ପେଟ୍ରୋଲ ଦର ୬୮ ଟଙ୍କା ୦୯ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୫୭ ଟଙ୍କା ୩୫ ପଇସା । ୨୦୧୮ ମସିହାରେ ଭାରତରେ ପେଟ୍ରୋଲ ଦର ୭୪ ଟଙ୍କା ୬୩ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୬୫ ଟଙ୍କା ୯୩ ପଇସା । ୨୦୧୯ ମସିହାରେ ଭାରତରେ ପେଟ୍ରୋଲ ଦର ୭୩ ଟଙ୍କା ୧୩ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୬୬ ଟଙ୍କା ୭୧ ପଇସା ।

୨୦୨୦ ମସିହାରେ ଭାରତରେ ପେଟ୍ରୋଲ ଦର ୬୯ ଟଙ୍କା ୫୯ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୬୨ ଟଙ୍କା ୨୯ ପଇସା । ୨୦୨୧ ମସିହାରେ ଭାରତରେ ପେଟ୍ରୋଲ ଦର ୯୦ ଟଙ୍କା ୪୦ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୮୦ ଟଙ୍କା ୭୩ ପଇସା ।୨୦୨୨ ମସିହାରେ ଭାରତରେ ପେଟ୍ରୋଲ ଦର ୯୬ ଟଙ୍କା ୭୨ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୮୯ ଟଙ୍କା ୬୨ ପଇସା ।

୨୦୨୬ ମସିହାରେ ଭାରତରେ ପେଟ୍ରୋଲ ଦର ୯୭ ଟଙ୍କା ୭୭ ପଇସା ରହିଥିବା ବେଳ ଡିଜେଲ ମୂଲ୍ୟ ଥିଲା ୯୦ ଟଙ୍କା ୬୭ ପଇସା । ଓଡ଼ିଶାରେ ପେଟ୍ରୋଲ ଦର ୧୦୪ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୭୪ ପଇସା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?