ଜିଏସ୍‌ଟି ହାର ହ୍ରାସର ପ୍ରଭାବ: ନଭେମ୍ବରରେ ସଂଗ୍ରହ ୧.୭୦ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୧୨: ନୂତନ ପିଢ଼ିର ଜିଏସ୍‌ଟି ଟିକସ ସଂସ୍କାରରେ ହାର ହ୍ରାସ ହେବା ପରେ ଏହାର ପ୍ରଭାବ ପରୋକ୍ଷ ଟିକସ ସଂଗ୍ରହ ଉପରେ ପଡ଼ିଛି। ନଭେମ୍ବର ମାସରେ ଜିଏସ୍‌ଟି ସଂଗ୍ରହରେ ମାତ୍ର ୦.୭ ପ୍ରତିଶତ ବୃଦ୍ଧି ହୋଇ ୧.୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଫେବୃଆରୀ ୨୦୨୪ ପରଠାରୁ ମାସିକ ସର୍ବନିମ୍ନ ସଂଗ୍ରହ ଅଟେ। ଏହି ସଂଗ୍ରହ ଅକ୍ଟୋବର ମାସରେ ଉପଭୋଗ କରାଯାଇଥିବା ସାମଗ୍ରୀ ଓ ସେବା ସହ ଜଡ଼ିତ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୪ରେ ମୋଟ ଜିଏସ୍‌ଟି ସଂଗ୍ରହ ଧୀର ଗତିରେ ୦.୭ ପ୍ରତିଶତ ବଢ଼ି ୧,୭୦,୦୦୦ କୋଟିରୁ ଅଧିକ ରହିଛି। ତେବେ, ଏହି ସମୟରେ ଘରୋଇ ରାଜସ୍ୱ ୨.୩ ପ୍ରତିଶତ ହ୍ରାସ ପାଇ ୧.୨୪ ଲକ୍ଷ କୋଟିରୁ ଅଧିକ ହୋଇଛି।

ଅଧିକାରୀମାନେ କହିଛନ୍ତି ଯେ ସେପ୍ଟେମ୍ବର ୨୨ରୁ ୩୭୫ଟି ସାମଗ୍ରୀର ଜିଏସ୍‌ଟି ହାର କମିବା କାରଣରୁ ଏହି ହ୍ରାସ ଘଟିଛି। ତେବେ, ସାମଗ୍ରୀ ଆମଦାନୀରୁ ଟିକସ ରାଜସ୍ୱ ନଭେମ୍ବରରେ ୧୦.୨ ପ୍ରତିଶତ ବୃଦ୍ଧି ପାଇ ୪୫,୯୭୬ କୋଟି ଟଙ୍କା ହୋଇଛି।

ବିଶେଷଜ୍ଞ ମତ ଦେଇଛନ୍ତି ଯେ ଜିଏସ୍‌ଟି ହାର ହ୍ରାସ ହେତୁ ଏହି ସଂଗ୍ରହ କମିଛି। ଦୀପାବଳି ପରି ପର୍ବ ସମୟରେ ହାର କମିବା ଦ୍ୱାରା ଅଧିକ କ୍ରୟ ହେବ ଏବଂ ରାଜସ୍ୱ କ୍ଷତି ଭରଣା ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହୋଇନାହିଁ। ଅପରପକ୍ଷରେ, ସରକାର କହିଛନ୍ତି ଯେ ଟିକସ ହାର ସୁସଙ୍ଗତ କରିବା ଦ୍ୱାରା ଉପଭୋଗ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ନୂତନ ସଂସ୍କାର ରାଜସ୍ୱ ସ୍ଥିରତାକୁ ବିଶୃଙ୍ଖଳିତ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri