ଶିରୋଲ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଅକାଳ ବିୟୋଗ, ଶୋକବ୍ୟକ୍ତ କଲେ… 

କେସିଙ୍ଗା,୨୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି  ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମପଞ୍ଚାତର ନାଏବ ସରପଞ୍ଚ ପଙ୍କଜ ମାଝୀ(୫୫)ଙ୍କ  ଶନିବାର ଅକାଳ ବିୟୋଗ ହୋଇ ଯାଇଛି। ସେ କିଛି ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ। ଶନିବାର ସକାଳେ ଜ୍ୱର ବଢ଼ିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ମାତ୍ର ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ  ଘୋଷଣା କରିଥିଲେ। ପରିବାରଲୋକେ ମୃତଦେହକୁ ହସ୍ପିଟାଲରୁ ଆଣି ଶନିବାର ନିଜ ଗ୍ରାମ ପୋଢ଼ଖମ୍ବରେ ସତ୍କାର କରିଥିଲେ।

ନାଏବ ସରପଞ୍ଚ ଭାବେ ପଙ୍କଜଙ୍କ କାର୍ଯ୍ୟକାଳ ଭିତରେ ଗ୍ରାମ ପଞ୍ଚାୟତରେ ଅନେକ ଉନ୍ନୟନ କାର୍ଯ୍ୟକ୍ରମ ହୋଇଛି। ସେ ଜଣେ ଅଲେଖ ମହିମା ଧର୍ମବାଲମ୍ବୀ  ଓ ନିଷ୍ଠ ଭାସି ଥିଲେ। ଏହି ଦୁଃଖଦ ଖବର ଗ୍ରାମ  ପଞ୍ଚାୟତ ସାରା  ପ୍ରଚାରିତ ହେଲା ପରେ ଶିରୋଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଝରଣା ବାଗ, ପିଇଓ ଝସକେତନ   ସାହୁ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଅନେକ ବ୍ୟକ୍ତି ବିଶେଷ  ଶୋକ ସଭା ପାଳନ କରି ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ କଂଗ୍ରେସର ଚାଷୀ ସମାବେଶ: ଧାନବିକ୍ରି ଅବ୍ୟବସ୍ଥା ନେଇ ସରକାରଙ୍କ ବିରୋଧରେ ଗର୍ଜିଲେ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ଖରିଫ୍ ଧାନବିକ୍ରି ବ୍ୟବସ୍ଥା ବାଟବଣା ହୋଇ ପଡିଛି। ଟୋକନ କଟକଣା, ଧାନ ଉଠାଣରେ ଶିଥିଳତା, କଟନୀଛଟନୀ ଆଦି ସମସ୍ୟା ଯୋଗୁ ଅନେକ...

ମିଳିଲା କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ: ବେକରେ ଗାମୁଛା ଲଗାଇ….

ବାଲେଶ୍ୱର, ୨୦।୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କନିଷ୍ଠ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସଦର...

କାକଟପୁର, ଅସ୍ତରଙ୍ଗରେ ଖୋଲିନାହିଁ ଧାନମଣ୍ଡି, ଚିନ୍ତାରେ ଚାଷୀ

କାକଟପୁର/ଅସ୍ତରଙ୍ଗ, ୨୦ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଏବଂ କାକଟପୁର ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଧାନମଣ୍ଡି ଖୋଲିନାହିଁ। ଜାନୁଆରୀ ୧୫ରୁ ୧୭ତାରିଖ...

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri