ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ,୧୮ା୧୧: ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି। ଏହା ଭାରତର ବାର୍ଷିକ ଏଲପିଜି ଆମଦାନୀର ପ୍ରାୟ ୧୦% ହୋଇଥିବାବେଳେ ଭାରତୀୟ ବଜାର ପାଇଁ ଏହା ପ୍ରଥମ ସଂରଚିତ ଆମେରିକୀୟ ଏଲପିଜି ଚୁକ୍ତି। ମନ୍ତ୍ରୀ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ଏହି ଚୁକ୍ତି ଆମେରିକା ସହ ଭାରତର ବାଣିଜ୍ୟ ବଳକା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ପୂର୍ବରୁ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଥିଲେ। ରୁଷିଆଠାରୁ ଭାରତ ତୈଳ କିଣି ଏହାକୁ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣରେ ସହାୟତା କରୁଥିବା ଟ୍ରମ୍ପ୍‌ ଅଭିଯୋଗ କରିବା ସହ ପୁଣି ୨୫% ଟାରିଫ କଷିଥିଲେ। ତେବେ ଭାରତ ରୁଷିଆରୁ ତୈଳ କିଣା ବନ୍ଦ କରିବ ବୋଲି ରାଜି ହୋଇଥିବା ଟ୍ରମ୍ପ୍‌ ନିକଟରେ କହିଥିଲେ।
ଭାରତ ଏହାର ଏଲ୍‌ପିଜି ଆବଶ୍ୟକତାର ୬୫ ପ୍ରତିଶତ କାତାର, ୟୁଏଇ, ସାଉଦି ଆରବରୁ ଆମଦାନୀ କରିଥାଏ। ଆମେରିକାରୁ ଗ୍ୟାସ୍‌ କିଣିବା ପାଇଁ ଚୁକ୍ତିନାମା ହୋଇଥିବାରୁ ଭାରତର ଇନ୍ଧନ ଅବଶ୍ୟକତା ମେଣ୍ଟାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଅନ୍ୟ ଦେଶରୁ କିଣାଯାଉଥିବା ଏଲ୍‌ପିଜି ତୁଳନାରେ ଏହା ଶସ୍ତା ହେବ ବୋଲି କୁହାଯାଉଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅଧିକାରୀମାନଙ୍କ ଏକ ଟିମ୍‌ ଜୁଲାଇ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଇ ସେଠାର ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟର ମାନଦଣ୍ଡ ଭାବରେ ମାଉଣ୍ଟ ବେଲଭିଉ ଉପରେ ଆଧାରିତ ଏହି ଆଲୋଚନା ପରେ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ପିଏସ୍‌ୟୁ ତୈଳ କମ୍ପାନୀଗୁଡ଼ିକ ସାରା ଦେଶରେ ସର୍ବନିମ୍ନ ଦରରେ ଏଲପିଜି ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତବର୍ଷ ବିଶ୍ୱ ଏଲପିଜି ମୂଲ୍ୟ ୬୦%ରୁ ଅଧିକ ବୃଦ୍ଧି ପାଇଥିଲା। ପ୍ରକୃତ ମୂଲ୍ୟ ୧୧୦୦ ଟଙ୍କା ଅତିକ୍ରମ କରିବା ସତ୍ତ୍ୱେ ଉଜ୍ଜ୍ୱଳା ହିତାଧିକାରୀ ପ୍ରାୟ ୫୦୦ରୁ ୫୫୦ ଟଙ୍କା ସବସିଡି ମୂଲ୍ୟରେ ସିଲିଣ୍ଡର ପାଉଛନ୍ତି। ଭାରତ ସରକାର ଏହି ଭାରକୁ ବହନ କରି ପୂର୍ବ ବର୍ଷରେ ପରିବାରଗୁଡ଼ିକୁ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଏଲପିଜି ମୂଲ୍ୟର ପ୍ରଭାବରୁ ରକ୍ଷା କରିବା ପାଇଁ ୪୦,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପୁରୀ କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri