ଆଜି ବି ମନେ ପଡ଼ନ୍ତି ଶ୍ରୀବତ୍ସ ପଣ୍ଡା: ଗୋରକ୍ଷାଶ୍ରମଠାରୁ ନାରୀ ଶିକ୍ଷା, ତାଙ୍କ ଅବଦାନ ଅତୁଳନୀୟ

ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡା ଗୋରକ୍ଷାଶ୍ରମ ପରିସରରେ ବୁଧବାର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବକ୍ତାମାନେ ଯୋଗଦେଇ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ତନରଡ଼ାରେ ରାଜ୍ୟର ପ୍ରଥମ ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ। ଗୋଶାଳା ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ଥିଲା ବୃଦ୍ଧ ଗାଈ ଗୋରୁଙ୍କ ସେବା କରିବା। ଲୋକେ ବୃଦ୍ଧ ଗାଈ ଗୋରୁଙ୍କୁ ବ୍ୟବସାୟୀଙ୍କୁ ବିକ୍ରି କରିଦେଉଥିଲେ। ବ୍ୟବସାୟୀ ତାହାକୁ କଂସେଇ ଖାନାରେ ନେଇ ବିକ୍ରି କରିଦେଉଥିଲେ। ଶ୍ରୀବତ୍ସ ପଣ୍ଡା ଏହିଭଳି କରୁଣ ଦୃଶ୍ୟ ସେ ସମୟରେ ଦେଖି ବୃଦ୍ଧ ଗାଈ ଗୋରୁଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ୧୯୨୩ ମସିହାରେ ତନରଡ଼ାରେ ସେ ରାଜ୍ୟର ପ୍ରଥମ
ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ। ଏହାପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ। ଏଥିସହ ସେ ନାରୀ ଶିକ୍ଷାର ବିକାଶ ପାଇଁ ତନରଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହିଭଳି ଅନେକ ଜନହିତକର କାର୍ଯ୍ୟ ସଂସ୍କାରକ ଶ୍ରୀବତ୍ସ ପଣ୍ଡା କରିଥିଲେ।

ଏହିଭଳି ଜଣେ ମହାନ ବ୍ୟକ୍ତିଙ୍କ ନୀତି ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟ କରିବାକୁ ପଡିବ ବୋଲି ବକ୍ତାମାନେ କହିଥିଲେ। ମୁଖ୍ୟ ଅତିଥି ଭାବେ ଭାଜପାର ସୱଚ୍ଛ ଭାରତ ମିଶନ ରାଜ୍ୟ ପ୍ରମୁଖ ମହେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ କର୍ମମୟ ଜୀବନ ସଂପର୍କରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋରକ୍ଷାଶ୍ରମ ଟ୍ରଷ୍ଟି ସଭାପତି ଆଚାର୍ଯ୍ୟ ସୁଦର୍ଶନ, ଟ୍ରଷ୍ଟି ସମ୍ପାଦକ ଗୋପବନ୍ଧୁ ସାହୁ, ଟ୍ରଷ୍ଟି କୋଷାଧ୍ୟକ୍ଷ ସନ୍ତୋଷ ଆଚରି, ଟ୍ରଷ୍ଟି ବାଲ୍ମୀକି ପଟ୍ଟନାୟକ, ସୁବ୍ରତ ସାମଲ, ବାନପ୍ରସ୍ତିନି ଉଷା ମୁନି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୁତି ପ୍ରିୟ, ପଞ୍ଚାନନ ପାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri