ଆଗକୁ ଦଶହରା: ୨୫ରେ ଲଘୁଚାପ!

ଭୁବନେଶ୍ୱର,୧୯।୯: ଆଗକୁ ଦଶହରା। ହେଲେ ଡରାଇଲାଣି ଲଘୁଚାପ ବର୍ଷା। ଆସନ୍ତା ୨୫ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଲଘୁଚାପ କ୍ଷେତ୍ର ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନ ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା ରହିଛି।

ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବରଗଡ଼ରେ ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ବର୍ଷା ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

ରବିବାର ଏବଂ ସୋମବାର ଉପରୋକ୍ତ ଜିଲା ସହ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ବର୍ଷା ବିଜୁଳି ସହ ଘଡ଼ଘଡ଼ି ସମ୍ଭାବନା ରହିଛି॥

ସେହିପରି ମଙ୍ଗଳବାର ଉପରୋକ୍ତ ଜିଲା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ଜିଲା ପ୍ରଶାସନକୁ ସତର୍କ ରହି ବିଜୁଳିରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା, ବିଜୁଳି ବା ଝଡ଼ ଯୋଗୁ କ୍ଷୟକ୍ଷତି ହେଲେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri