Posted inଜାତୀୟ

“କେହି ହାତୀ ପାଳିବାକୁ ଚାହୁଁଛି ସେଥିରେ ଭୁଲ୍‌ କ’ଣ ?” ବନତାରା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ,୧୫/୯: ଗୁଜରାଟର ଜାମନଗରସ୍ଥିତ ବନତାରା ବନ୍ୟଜନ୍ତୁ କେନ୍ଦ୍ର ମାମଲାରେ ସୁପ୍ରୀମ୍‌ କୋର୍ଟ କହିଛନ୍ତି, ଯଦି କେହି ନିୟମ ମାନି ହାତୀ ପାଳିବାକୁ ଚାହୁଁଛି, ସେଥିରେ କ’ଣ ଭୁଲ୍‌? ସୋମବାର (୧୫ ସେପ୍ଟେମ୍ବର ୨୦୨୫) ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ତେବେ କୋର୍ଟ ଏପର୍ଯ୍ୟନ୍ତ କୌଣସି ଆଦେଶ ଜାରି କରିନାହାନ୍ତି।

ଶୁଣାଣି ସମୟରେ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି)ର ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା। ବନତାରାରେ ବେଆଇନ ବନ୍ୟଜନ୍ତୁ ହସ୍ତାନ୍ତର ଓ ହାତୀଙ୍କୁ ଅବୈଧ ବନ୍ଦୀ ରଖିବା ଅଭିଯୋଗରେ ଏକ ଜନହିତ ମାମଲା ଦାୟର ହୋଇଥିଲା। ଗତ ୨୫ ଅଗଷ୍ଟରେ କୋର୍ଟ ଏହି ଅଭିଯୋଗର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟିରେ ସୁପ୍ରୀମ୍‌ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଉତ୍ତରାଖଣ୍ଡ ଓ ତେଲଙ୍ଗାନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରାଘବେନ୍ଦ୍ର ଚୌହାନ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ହେମନ୍ତ ନାଗରାଲେ ଓ ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀ ଅନୀଶ ଗୁପ୍ତା ସାମିଲ ଅଛନ୍ତି।

ଜଷ୍ଟିସ୍‌ ପଙ୍କଜ ମିଥଲ ଓ ଜଷ୍ଟିସ୍‌ ପ୍ରସନ୍ନ ବରାଲେଙ୍କ ବେଞ୍ଚ ଅଳ୍ପ ସମୟରେ ରିପୋର୍ଟ ଦାଖଲ କରିଥିବାରୁ ଏସ୍‌ଆଇଟିର ପ୍ରଶଂସା କରିଛନ୍ତି। ବନତାରା ତରଫରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି, ରିପୋର୍ଟକୁ ସମ୍ପୂର୍ଣ୍ଣ ସାର୍ବଜନୀନ କରାଯାଉ ନାହିଁ, କାରଣ ଏହାର ଅପବ୍ୟବହାର ହୋଇପାରେ। ଏହା ଉପରେ ଜଷ୍ଟିସ୍‌ ମିଥଲ କହିଛନ୍ତି, କୋର୍ଟ ଏପରି ହେବାକୁ ଦେବ ନାହିଁ। ରିପୋର୍ଟ ବନତାରାକୁ ଦିଆଯିବ ଯାହା ଦ୍ୱାରା ସେମାନେ ଆବଶ୍ୟକ ସୁଧାର କରିପାରିବେ।

ଯାଚିକାକାରୀ ମନ୍ଦିରରେ ରଖାଯାଉଥିବା ହାତୀଙ୍କ ପ୍ରସଙ୍ଗ ଉଠାଇଥିଲେ। କୋର୍ଟ ପ୍ରଶ୍ନ କରିଥିଲେ, “ମନ୍ଦିରରେ ହାତୀଙ୍କୁ ଭଲ ଭାବେ ରଖାଯାଉ ନାହିଁ ବୋଲି ଆପଣ କିପରି ଜାଣିଲେ?” କୋର୍ଟ ଆହୁରି କହିଛନ୍ତି, ଦେଶରେ ଅନେକ ଜିନିଷ ଅଛି, ଯାହା ଉପରେ ଆମେ ଗର୍ବ କରିପାରୁ। ଏଗୁଡ଼ିକୁ ଅନାବଶ୍ୟକ ବିବାଦକୁ ଟାଣିବା ଉଚିତ୍‌ ନୁହେଁ। ଯଦି କେହି ନିୟମ ମାନି ହାତୀ ପାଳୁଛି, ସେଥିରେ କ’ଣ ଭୁଲ୍‌?


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri