Posted inଜାତୀୟ

ଅପରେସନ୍‌ ସିନ୍ଦୁର ସମୟରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ମୋବାଇଲ ବ୍ୟବହାର କରିଥିଲା ସେନା; ଆଣ୍ଡ୍ରୋଏଡ, ଆଇଫୋନ ସବୁ ବନ୍ଦ

ନୂଆଦିଲ୍ଲୀ,୧୦।୮: ଭାରତୀୟ ସେନା ଅପରେସନ୍‌ ସିନ୍ଦୁରରେ ସ୍ୱଦେଶୀ ସୁରକ୍ଷିତ ମୋବାଇଲ୍‌ ଇକୋସିଷ୍ଟମ୍‌ SAMBHAV (Secure Army Mobile Bharat Version) ବ୍ୟବହାର କରିଥିଲା ବୋଲି ସେନା ମୁଖ୍ୟ ଜେନେରାଲ୍‌ ଉପେନ୍ଦ୍ର ଦ୍ୱିବେଦୀ ପ୍ରକାଶ କରିଛନ୍ତି। AIMAର ୫୨ତମ ନ୍ୟାସନାଲ୍‌ ମ୍ୟାନେଜମେଣ୍ଟ କନଭେନସନରେ ସେ କହିଛନ୍ତି, “ଆମେ ହ୍ୱାଟ୍ସଆପ୍‌ ଓ ଅନ୍ୟ ଆପ୍‌ ବ୍ୟବହାର କରିନଥିଲୁ। SAMBHAV ଫୋନ୍‌ ଅପରେସନ୍‌ ସିନ୍ଦୁରରେ ନିର୍ଦ୍ଦେଶ ଓ ଯୋଗାଯୋଗ ପାଇଁ ବ୍ୟବହୃତ ହୋଇଥିଲା। ଏବେ ଏହାକୁ ଅଧିକ ଉନ୍ନତ କରାଯାଉଛି।”

ଏହି ଅପରେସନ୍‌କୁ ସୈନିକ, ନେତା, ବୈଜ୍ଞାନିକ ଓ ନୀତି ନିର୍ମାତାଙ୍କ ମିଳିତ ପ୍ରୟାସ ଭାବେ ବର୍ଣ୍ଣନା କରି ଜେନେରାଲ୍‌ ଦ୍ୱିବେଦୀ ଏହାକୁ “ସମଗ୍ର ରାଷ୍ଟ୍ରୀୟ ପଦକ୍ଷେପ” ବୋଲି କହିଛନ୍ତି। ଅଗଷ୍ଟରେ ସେ ଏହାକୁ “ଗୁପ୍ତଚର ଆଧାରିତ ଲ୍ୟାଣ୍ଡମାର୍କ ପ୍ରତିକ୍ରିୟା” ଭାବେ ବର୍ଣ୍ଣନା କରି ଭବିଷ୍ୟତ ସଂଘର୍ଷରେ ପାରମ୍ପରିକ ଓ ଆଧୁନିକ ସାମର୍ଥ୍ୟର ମିଶ୍ରଣ ଆବଶ୍ୟକତା ଉପରେ ଜୋର ଦେଇଥିଲେ।

SAMBHAV, ଆତ୍ମନିର୍ଭର ଭାରତ ଅଭିଯାନ ଅନୁସାରେ ଜାନୁଆରୀ ୨୦୨୪ରେ ବିକଶିତ, ୫ଜି ପ୍ରଯୁକ୍ତି ଆଧାରିତ ଏକ ସୁରକ୍ଷିତ ମୋବାଇଲ୍‌ ଇକୋସିଷ୍ଟମ୍‌। ଏହା ତୁରନ୍ତ ସଂଯୋଗ ଓ ବହୁସ୍ତରୀୟ ଏନକ୍ରିପସନ୍‌ ସହ ସ୍ୱଦେଶୀ ଆପ୍‌ M-Sigma ମାଧ୍ୟମରେ ନିରାପଦ ଡକ୍ୟୁମେଣ୍ଟ, ଫଟୋ ଓ ଭିଡିଓ ଆଦାନପ୍ରଦାନ ସୁନିଶ୍ଚିତ କରେ। ଏହା ଦେଶୀୟ ସାର୍ବଜନୀନ ସେଲୁଲାର ନେଟୱାର୍କ ବ୍ୟବହାର କରି ଏକାଡେମୀ ଓ ଶିଳ୍ପ ସହଯୋଗରେ ବିକଶିତ ହୋଇଛି। ଗତ ବର୍ଷ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ୩୦,୦୦୦ ହ୍ୟାଣ୍ଡସେଟ୍‌ ସେନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri