କାର୍ଯ୍ୟରୁ ଅବସର ନେଲେ ଏସପି ଅନିଲ କୁମାର ମିଶ୍ର, ଏବେ ଦାୟିତ୍ୱରେ ରହିବେ ନୂଆ…

ଦେବଗଡ଼,୧।୫(ଶଶାଙ୍କ ଶେଖର ଝାଙ୍କର): ୧୯୮୮ ବ୍ୟାଚର ଓଡ଼ିଶା ପୋଲିସ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଦେବଗଡ଼ ଏସପି ଅନିଲ କୁମାର ମିଶ୍ର ଗୁରୁବାର କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଏସପି ଧୀରଜ ଚୋପଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଏସ୍‌ପି ମିଶ୍ର ସେବା ନିବୃତ ହୋଇଛନ୍ତି l ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଡିଆଇବି ଡିଏସପି ପବିତ୍ର କିଷାନଙ୍କ ସଂଯୋଜନାରେ ଆୟୋଜିତ ସଭାରେ ତାଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ଏସପି ଚୋପଦାରଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଜିଲାପାଳ କବିନ୍ଦ୍ର କୁମାର ସାହୁ,ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ, ଉପଜିଲାପାଳ ପରକ୍ଷିତ ସାହୁ ପ୍ରମୁଖ ଉପସ୍ଥିତ ରହି ଅବସରପ୍ରାପ୍ତ ଏସପି ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଏସ୍‌ପି ମିଶ୍ରଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ l

ଏହି ଅବସରରେ ଜିଲା ପୋଲିସରେ କାର୍ଯ୍ୟରତ ଅନ୍ୟ ଦୁଇଜଣ ପୋଲିସ ଅଧିକାରୀ ସବଇନ୍ସପେକ୍ଟର ପଙ୍କଜ ମାଝୀ ଓ କନଷ୍ଟେବଳ ସିଦ୍ଧେଶ୍ୱର ସାହୁଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏସପି ମିଶ୍ରଙ୍କ କାର୍ଯ୍ୟ ଦକ୍ଷତା, ସାମାଜିକ ଦାୟିତ୍ୱବୋଧ ଓ ବିଭାଗୀୟ ଅଧିକାରୀଙ୍କ ଠାରୁ କାର୍ଯ୍ୟ ହାସଲ କରାଇବାର ଦକ୍ଷତା ସମ୍ପର୍କରେ ନିଜନିଜ ଅଭିଜ୍ଞତା ବଖାଣିଥିଲେ । ଏସପି ମିଶ୍ର ୧୯୮୮ରେ ଅନୁଗୋଳ ପୋଲିସ ଟ୍ରେନିଂରେ ଯୋଗଦେଇ ପ୍ରଶିକ୍ଷିତ ହେବାପରେ କେନ୍ଦ୍ରାପଡା, ବଡମ୍ବା,ଖୋର୍ଦ୍ଧା,ବାଲିପାଟଣା, କ୍ୟାପିଟାଲ ଥାନା, କେନ୍ଦୁଝର ସଦର, ସୁନ୍ଦରଗଡ଼ ଜିଲା ହେମଗିର ଆଦି ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ ତୁଲାଇବା ପରେ ଜଗତସିଂହପୁର ସର୍କଲ ଇନ୍ସପେକ୍ଟର, ପାରାଦ୍ୱୀପ, କୁଜଙ୍ଗ, ବ୍ରହ୍ମପୁର ଥାନା ଆଇଆଇସି ପରେ କଟକ ଏସିପି ଜୋନ ୬, ଏସିପି ଜୋନ ୫, ଅତିରିକ୍ତ ଡିସିପି କଟକରେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ। ଏହାପରେ ୨୦୨୪ ଅକ୍ଟୋବର ୩ ତାରିଖ ଦିନ ଦେବଗଡ଼ ଜିଲାର ୫୧ ତମ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ସେହିପରି ଗତ ବର୍ଷ ତାଙ୍କୁ ଏସଏଏଜି ପାହ୍ୟାକୁ ପଦୋନ୍ନତି କରାଯାଇଥିଲା। ଏସପି ମିଶ୍ର ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେବା ଅବସରରେ ତାଙ୍କ ବକ୍ତବ୍ୟ ଶ୍ରୋତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିପାରୁଥିବା ଯୋଗୁ ଜିଲାରେ ଜଣେ ସୁ ବକ୍ତା ଭାବେ ଏସପି ମିଶ୍ର ପ୍ରସିଦ୍ଧି ଲାଭ କରିଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲା ପୋଲିସ ବହୁ ଉନ୍ନତିମୂଳକ କାର୍ଯ୍ୟକରିବା ସହ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବ ଯୋଗୁ ଏସପି ମିଶ୍ର ବିଭାଗୀୟ କର୍ମଚାରୀ ମହଲରେ ବେଶ ଜନପ୍ରିୟ ହୋଇପାରିଥିଲେ । କାର୍ଯ୍ୟକ୍ରମରେ ଏସଡ଼ିପିଓ ରମେଶ ଚନ୍ଦ୍ର ମାହାନା,ଡିଏସପି ଏଚଆରପିସି ଅମୁଲ୍ୟ ପୁନମ ଲାକ୍ରା,ରିଜର୍ଭ ଇନ୍ସପେକ୍ଟର ହାମ୍ବିରା ସୋରେନ,ଦେବଗଡ଼ ଥାନା ଆଇଆଇସି ସବ୍ୟସାଚ୍ଚି ଶତପଥି, ବାରକୋଟ ଥାନା ଆଇଆଇସି ସୁଶାନ୍ତ କୁମାର ବେଇ, ରିଆମାଳ ଥାନା ଆଇଆଇସି ବିନୟ କେରକେଟ୍ଟା, କୁଣ୍ଢେଇଗୋଳା ଥାନା ଆଇଆଇସି ଜୋହାନ କୁଜୁର, ଲଇମୁରା ଥାନା ଆଇଆଇସି ଗଣେଶ୍ୱର ବେହେରା, ଜିଲା କନଷ୍ଟେବଳ ହାବିଲଦାର ସଙ୍ଘ ସଭାପତି ଯୋଗେନ୍ଦ୍ର ସାହୁ, ସମ୍ପାଦକ ସଞ୍ଜୀବ କୁମାର ବେହେରାଙ୍କ ସମେତ ଜିଲା ପୋଲିସର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ରିଜର୍ଭ ପୋଲିସର ସମସ୍ତ ପୋଲିସ ବଳ ଉପସ୍ଥିତ ରହି ବିଦାୟୀ ଏସପି ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?