ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ ପୋଷ୍ଟରେ ଅପେକ୍ଷା କରିବା ଯାନବାହାନ ଚାଳକଙ୍କ ପାଇଁ ଅସହ୍ୟ ବୋଧ ହେଉଛି। ଏଠାରେ ଛପର ନିର୍ମାଣ କରାଯିବା ନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇ ଖବର ପ୍ରକାଶନର ୩ ଦିନରେ ରାସ୍ତାର ଉଭୟ ପାର୍ଶ୍ୱରେ ଛପର ନିର୍ମାଣ କରିଛନ୍ତି। ସୂଚନା ଅନୁଯାୟୀ ଏକତା ଛକଦେଇ ପ୍ରତିଦିନ ଶତାଧିକ ଭାରିଯାନ ଓ ହାଲୁକା ଯାନ ଚଳାଚଳ କରୁଛି। ଏଠାରେ ଟ୍ରାଫିକ ପୋଷ୍ଟ ଥିବାରୁ ଲୋକେ ଦେଢ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥାନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ଟ୍ରାଫିକ ପୋଷ୍ଟର ଉଭୟ ପାର୍ଶ୍ୱରେ ଛାଉଣୀ ନିର୍ମାଣ କରାଯାଇଥିବାରୁ ସହରବାସୀ, ପଥିକ ଓ ଯାନବାହନ ଚାଳକ ଟାଣ ଖରାରୁ ଆଶ୍ୱସ୍ତି ପାଇବେ ବୋଲି କୁହାଯାଉଛି।
Dharitri – Odisha’s No.1 Odia Daily

