୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା

ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। କୌଣସି ବର୍ଷା ପବନ ନ ଥାଇ ମଧ୍ୟ ସକାଳ ପ୍ରାୟ ୮ରୁ ଏହି ସେବା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଫିଡରର ଶ୍ରାନିକେତା, ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପର୍ଯ୍ୟନ୍ତ ଏହି ସେବା ଅଚଳ ହୋଇପଡ଼ିଛି।

ପ୍ରକାଶ ଯେ, ଜି. ଉଦୟଗିରି ଠାରୁ ରାଇକିଆ ଏବଂ କ. ନୂଆଗାଁ ଦେଇ ଦାରିଙ୍ଗବାଡ଼ିକୁ ୩୩ କେଭି ବିଦ୍ୟୁତ ସଂଯୋଗ ହୋଇଛି। ସେହିପରି ଦାରିଙ୍ଗବାଡ଼ିଠାରୁ ୧୧ କେଭି ବିଦ୍ୟୁତ୍‌ ସଂଯୋଗ ଏହି ସବୁ ପଞ୍ଚାୟତ ଅଞ୍ଚଳକୁ ହୋଇଛି। ବାରମ୍ବାର ଏହି ଫିଡର ଅଚଳ ହୋଇପଡୁଥିବା ଯୋଗୁ ସରକାର ଦାରିଙ୍ଗବାଡ଼ି ପରେ ସିମନବାଡ଼ିଠାରେ ଅତ୍ୟାଧୁନିକ ସବଷ୍ଟେଶନ ସ୍ଥାପନ କଲେ କିନ୍ତୁ ତାକୁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଫଳରେ ଦାରିଙ୍ଗବାଡ଼ି ସବଷ୍ଟେଶନ ଉପରେ ଏହି ସବୁ ପଞ୍ଚାୟତ ନିର୍ଭର କରିବାକୁ ପଡୁଛି। ଫଳରେ ଅତ୍ୟଧିକ ଲୋଡ୍‌ ସହ ଲମ୍ବା ରାସ୍ତା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଖୁଣ୍ଟ ଓ ତାର ରହିଥିବା ଓ ଜଙ୍ଗଲ ଭିତରେ ଯାଇଥିବାରୁ ଗଛ ଡାଳ ପଡ଼ି ବିଦ୍ୟୁତ ଅଚଳ ହୋଇପଡୁଛି। ବାରମ୍ବାର ଅଚଳ ହୋଇପଡୁଥିଲେ ତାକୁ ମରାମତି କରିବା ଓ ଫଲ୍ଟ ଖୋଜିବାରେ ଦିନ ତମାମ ସମୟ ଅତିବାହିତ ହେଉଛି। ଫଳରେ ଉପଭୋକ୍ତାଙ୍କୁ ସଠିକ୍‌ ଓ ସବୁଦିନିଆ ବିଦ୍ୟୁତ୍‌ ମିଳିବା ମୁସ୍କିଲ ହେଉଥିବା ଅଭିଯୋଗ ହେଉଛି।

ଖବର ଲେଖା ହେବା ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ହୋଇ ନ ଥିବା ଜଣାପଡ଼ିଛି। ଏନେଇ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଉକ୍ତ ଫିଡରରେ ପ୍ରାୟ ୪ଟି ଫଲ୍ଟ ବାହାରିଛି। ଆହୁରି ଫଲ୍ଟ ରହିଛି କର୍ମଚାରୀ କାର୍ଯ୍ୟରେ ନିୟୋଜିତ ରହିଥିବା ସେ କହିଛନ୍ତି। ଆହୁରି ସମୟ ଲାଗିବ ବୋଲି ଦାରିଙ୍ଗବାଡ଼ି ସବ୍‌ଷ୍ଟେଶନର ସହକାରୀ ଯନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା, ଏହିଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର,୩୦।୪:  ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବିଏସଇ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ…

Exit Pollକୁ ନେଇ ମୁହଁ ଖୋଲିଲେ ମମତା, କହିଲେ…

କୋଲକାତା,୩୦।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏକଜିଟ ପୋଲ ପୂର୍ବାନୁମାନକୁ ଖାରଜ କରି କହିଛନ୍ତି ଯେ ତୃଣମୂଳ କଂଗ୍ରେସ ‘ମା, ମାଟି, ମାନୁଷ’ ସରକାର ଗଠନ…

ଟାଇକୋଣ୍ଡୋରେ ଗୋଲ୍ଡ ସହ ମିଳିଲା ୩ ପଦକ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ…

ଘର ଲିପା ମାଟି ସଂଗ୍ରହ ପାଇ ଯାଇଥିଲେ ମହିଳା: ଅତଡ଼ା ଖସି ଚାଲିଗଲା ଜୀବନ, ଭାଉଜ, ଝିଆରୀ ଆହତ

ନନ୍ଦପୁର,୩୦।୪(ତୁଷାର କାନ୍ତ ମହାନ୍ତି): ବାପ ଘର ବୁଲି ଆସି ଫେରିବା ବାଟରେ ଗଙ୍ଗାନାଳ କଡ଼ରୁ ଘର ଲିପା ପାଇଁ ମାଟି ସଂଗ୍ରହ କରୁଥିବା ବେଳେ ମାଟି ଅତଡ଼ା…

ଭଉଣୀଙ୍କ କଙ୍କାଳକୁ ନେଇ ବ୍ୟାଙ୍କ ଆସିଥିବା ଜିତୁଙ୍କ ଆକାଉଣ୍ଟକୁ ଆସିଲା ୧୦ଲକ୍ଷ! ସାହାଯ୍ୟ କଲେ ଫିଜିକ୍ସ ଓ୍ବାଲାର…

ନୂଆଦିଲ୍ଲୀ,୩୦।୪: ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ବର୍ତ୍ତମାନ…

ଆମେରିକା ଭାରତକୁ ଫେରାଇଲା ୬୫୭ ଅମୂଲ୍ୟ ବସ୍ତୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୪: ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି, ଏହା କହି ଯେ ଚୋରି ହୋଇଥିବା କଳାକୃତିକୁ…

‘ଆମେରିକାର ବିଫଳତା ସହ ହର୍ମୁଜରେ ଏକ ନୂତନ ଅଧ୍ୟାୟ…,’ ଟ୍ରମ୍ପଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଇରାନର ସର୍ବୋଚ୍ଚ ନେତା

ତେହରାନ,୩୦।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁବାର ଏକ ଲିଖିତ ବିବୃତ୍ତିରେ ଆମେରିକା ଉପରେ ଏକ କଠୋର ଆକ୍ରମଣ ଜାରି କରିଛନ୍ତି। ଇରାନର ସରକାରୀ ଟେଲିଭିଜନରେ…

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri