Posted inଜାତୀୟ

ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ’ଣ…

ନୂଆଦିଲ୍ଲୀ,୩୦ା୪: ଭାରତରେ ଇନ୍ଧନ ସଙ୍କଟ ଦୂର କରିବାକୁ ଯାଇ ୮୦% ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରାଯାଉଥିବାବେଳେ ଆଗାମୀ ଦିନରେ ୧୫% ପେଟ୍ରୋଲରେ ୮୫% ଇଥାନଲ ମିଶ୍ରଣ କରିବାକୁ ସରକାର ଯୋଜନା କରୁଛନ୍ତି। ଅଧିକ ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର ପାଇଁ ସରକାର ମୋଟରଯାନ ଆଇନ ସଂଶୋଧନ ଆଣିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ ସରକାର ସ୍ବଚ୍ଛ ଇନ୍ଧନ ବୋଲି ଦାବି କରୁଥିବାବେଳେ ଏହା ଦେଶର ଜଳ ସଙ୍କଟକୁ ଉତ୍କଟ କରିବା ଆଶଙ୍କା କରାଯାଉଛି। କାରଣ ଇଥାନଲ ପାଇଁ ଅଧିକାଂଶ କଞ୍ଚାମାଲ୍‌ ଯଥା ଆଖୁ ଓ ମକା ବଢ଼ିବା ପାଇଁ ଅଧିକ ଜଳ ଦରକାର କରିଥାନ୍ତି। ପ୍ରକ୍ରିୟାକରଣରେ ମଧ୍ୟ ଅଧିକ ଜଳ ଆବଶ୍ୟକ ହୋଇଥାଏ ବୋଲି ଆଇପିସିସି ଲେଖକ ଅଞ୍ଜଲ ପ୍ରକାଶ କହିଛନ୍ତି। ୨୦୨୪-୨୫ରେ ଇଥାନଲ ଉତ୍ପାଦନ ପାଇଁ ସରକାର ୫୨ ଲକ୍ଷ ଟନ୍‌ ଚାଉଳ ମଞ୍ଜୁର କରିଥିବାବେଳେ ୨୦୨୫-୨୬ ବର୍ଷରେ ଏଥିପାଇଁ ୯୦ ଲକ୍ଷ ଟନ୍‌ ଟାର୍ଗେଟ ରଖାଯାଇଥିଲା। ଆକଳନ ଅନୁଯାୟୀ, ଚାଉଳରୁ ୧ ଲିଟର ଇଥାନଲ ଉତ୍ପାଦନ ପାଇଁ ୧୦,୭୯୦ ଲିଟର ଜଳ ଆବଶ୍ୟକ ବୋଲି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ର ୨୦୨୪ରେ ଦିଲ୍ଲୀରେ ଏକ ବୈଶ୍ୱିକ ସମ୍ମିଳନୀରେ ରଖିଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ମକାରୁ ଇଥାନଲ ପ୍ରସ୍ତୁତି ପାଇଁ ୪,୬୭୦ ଲିଟର ଏବଂ ଆଖୁରୁ ୧ ଲିଟର ଇଥାନଲ ପ୍ରସ୍ତୁତିରେ ୩,୬୩୦ ଲିଟର ଜଳ ଆବଶ୍ୟକ ପଡ଼ିଥାଏ। ୧ ଟନ୍‌ ଚାଉଳରୁ ୪୭୦ ଲିଟର ଇଥାନଲ ଉତ୍ପାଦନ ହୋଇଥାଏ। ଇଥାନଲ ମିଲ୍‌ରୁ ପ୍ରଚୁର ବର୍ଜ୍ୟଜଳ ବାହାରିଥାଏ, ଯାହାକୁ ଉପଯୁକ୍ତ ଭାବେ ଟ୍ରିଟ୍‌ମେଣ୍ଟ ନ କଲେ ଭୂତଳ ଜଳ ପ୍ରଦୂଷିତ ହୋଇପାରେ ବୋଲି ପ୍ରକାଶ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?