‘ନିଜକୁ ଜଳାଞ୍ଜଳି ଦେଇ ସମସ୍ତଙ୍କୁ ଆଲୋକିତ କରୁଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ’

ଦାରିଙ୍ଗବାଡି,୫।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାଣୀଦୁର୍ଗା ରେସିଡେନ୍ସି କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଗୁରୁ ଦିବସ ଏବଂ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସନିଆ ପ୍ରଧାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ମୁଖ୍ୟବକ୍ତା ଭାବେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ (ଏୟୁପିଟିଏଫ)ର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ, ଦାରିଙ୍ଗବାଡିର ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ, ବନମାଳୀ ମାଝୀ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ଶିକ୍ଷକ ସଂଘର ଜିଲା ସାଧାରଣ ସମ୍ପାଦକ ବିଦୁଭୂଷଣ ନାୟକ,ଜିଲା ସହସମ୍ପାଦକ କୌଶିକ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ବ୍ଲକ ଅଞ୍ଚଳରେ ଅବସର ନେଇଥିବା ଶିକ୍ଷକମାନଙ୍କୁ ଗୁରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପ୍ରଦୀପ ଭଳି ଜଳାଞ୍ଜଳି ଦେଇ ସମସ୍ତଙ୍କୁ ଆଲୋକିତ କରୁଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ। ଗୁରୁ ସଦାବେଳେ ଚାହାଁନ୍ତି ତାଙ୍କ ଶିଷ୍ୟଙ୍କୁ ଆଗକୁ ନେବାକୁ ସଦାବେଳେ କାମ କରନ୍ତି ବୋଲି ମୁଖ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିବା ଶିକ୍ଷକଙ୍କ ମଧ୍ୟରେ ରମାକାନ୍ତ ସିଂ, ସୁଶୀଳ ନାୟକ, ରବିନ୍ଦ୍ରନାଥ ଗୌଡ,ରାମଚନ୍ଦ୍ର ଜେନା,ରାମ କୃଷ୍ଣ ସାହୁ, କାହ୍ନୁ ଚରଣ ସିଂ,ପ୍ରଦୀପ କୁମାର ସିଂ,ନୀଳାଞ୍ଚଳ ପଟ୍ଟନାୟକ,ହରିହର ପ୍ରଧାନ ବିପିନ ବିହାରୀ ସିଂ, ରଘୁରାଜ ସିଂହ ପାତ୍ର,ବ୍ରଜସୁନ୍ଦର ବେହେରଦଲାଇ,କେଣ୍ଟି ପ୍ରଧାନ,ସୁଚେତା ନାୟକ,ପ୍ରେମାନନ୍ଦ ସୁନାମାଝି ଏବଂ ଜୟପ୍ରକାଶ ଦିଗାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଅବସରରେଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ମୋହନ ସାହୁ, ନବୀନ ସାହୁ, ରମାକାନ୍ତ ଦିଗାଲଙ୍କ ସମେତ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri