ନିଖୋଜର ୬ଦିନ ପରେ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଗୁଣିଗାରେଡି ସନ୍ଦେହରେ ହତ୍ୟା, ୨ ଗିରଫ

ଲାଞ୍ଜିଗଡ଼, ୫ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ର ନିଖୋଜର ୬ଦିନ ପରେ ମୃତଦେହକୁ ପୋଲିସ ଜବତ କରି ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଥିବା ବେଳେ ମଙ୍ଗଳବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନରେଶ ଦୋରା (୩୦) ଓ ପ୍ରଦୀପ ନାଏକ (୩୦)। ଏ ନେଇ ଥାନାରେ ଏକ ମାମଲା (ନଂ.୫୩/୨୫) ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ଥାନା ଅଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି। ସୂଚନାନୁସାରେ ଗତ ୩୦ ତାରିଖରେ ରଘୁ ନିକଟସ୍ଥ ବଣ୍ଡେଲ ଗ୍ରାମକୁ ଯାଇ ଘରକୁ ନ ଫେରି ନ ଥିଲେ। ଖୋଜାଖୋଜି କରି ନ ପାଇବାରୁ ୩୧ରେ ରଘୁଙ୍କ ପୁଅ ମୁରଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଶବରଙ୍କ କହିବା ଅନୁଯାୟୀ, ତଦନ୍ତ ପରେ ଉକ୍ତ ଗ୍ରାମର ସୁଶାନ୍ତ ହରିଜନ(୨୫), ନରେଶ ଦୋରା (୩୦), ଓ ପ୍ରଦୀପ ନାଏକ(୩୦)ଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲୁ। ଅଭିଯୁକ୍ତ ନରେଶର ବାପା ଦୁଃଶାସନଙ୍କ ମାସେ ତଳେ ମୃତ୍ୟୁ ଘଟିଥିଲା। ରଘୁ ତାଙ୍କୁ ଗୁଣି କରି ମାରିଥିବା ନରେଶଙ୍କ ପରିବାର ସନ୍ଦେହ କରୁଥିଲେ। ସେଇଦିନଠୁ ସେ ରଘୁଙ୍କ ଉପରେ ରାଗ ରଖିଥିଲେ। କେରଳରୁ ସେ ଗାଁକୁ ଫେରିବା ପରେ ୩୦ ତାରିଖ ସାରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁରୁ ଫେରୁଥିବା ବେଳେ ନିଛାଟିଆ ସ୍ଥାନରେ ଆକ୍ରମଣ କରି ହତ୍ୟା କରିଥିଲେ। ତିନିଜଣଙ୍କୁ ଜେରା କରିବା ପରେ ରଘୁଙ୍କୁ ମାରି ବାଇକ୍‌ ଯୋଗେ ନେଇ ରାୟଗଡା ଜିଲା ଆମ୍ବାଦୋଳାଠାରୁ ଦହିଖାଲକୁ ସଂଯୋଗ କରୁଥିବା ମଞ୍ଜୁରକୁପା ନିକଟ ରେଳଧାରଣାରେ ଫୋପାଡିଥିବା ସ୍ବୀକାର କରିଥିଲେ। ୩୧ରେ ଆମ୍ବାଦୋଳା ରେଳବାଇ ପୋଲିସ ଅଜଣା ବୃଦ୍ଧଙ୍କ ମୃତଦେହ ଜବତ କରି ରାୟଗଡା ଡାକ୍ତରଖାନାକୁ ନେଇଥିଲା। ସୋମବାର ବିଶ୍ୱନାଥପୁର ପୋଲିସ ଆମ୍ବାଦୋଳା ରେଳବାଇ ପୋଲିସ ସହ ଯୋଗାଯୋଗ କରି ପରିବାର ଲୋକଙ୍କ ସହିତ ରାୟଗଡ଼ା ଯାଇ ମୃତଦେହ ଜବତ କରିବା ସହିତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri