ବ୍ଲଡ୍‌ ପ୍ରେସରଠାରୁ ଆରମ୍ଭ କରି ୧୦୦ ରୋଗର ଉପଚାର କରେ ଗୋଟିଏ ଡାଳିମ୍ବ; ଏହି ଉପାୟରେ ଖାଇ ଉଠାନ୍ତୁ ଲାଭ 

ଡାଳିମ୍ବ ଏଭଳି ଏକ ଫଳ ଯାହା ବର୍ଷସାରା ମିଳିଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଲାଭଦାୟୀ। ଏଥିରେ ୮୫% ଜଳ, ୧୦% ସର୍କରା ଏବଂ ୫% ଅନ୍ୟ ପୋଷକତତ୍ତ୍ୱ ରହିଥାଏ। ପ୍ରତ୍ୟେହ ଗୋଟିଏ ଡାଳିମ୍ବ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ରକ୍ତରେ ଶର୍କରା ନର୍ମାଲ ରହିଥାଏ। କୋଲେଷ୍ଟରଲ ନର୍ମାଲ କରିବାରେ ମଧ୍ୟ ଏହା ବେଶ ଉପଯୋଗୀ ଥାଏ। ହୃଦୟକୁ ମଧ୍ୟ ଏହା ସୁସ୍ଥ ରଖେ। କିଛି ଏହାକୁ ଥଣ୍ଡା ହେବା ଭୟରେ ଖାଇ ନ ଥାନ୍ତି। ତେବେ ଆସନ୍ତୁ ଜାଣିବା ଆପଣ ଡାଳିମ୍ବ କିଭଳି ଉପାୟରେ ସେବନ କରିବେ…
ଡାକ୍ତରଙ୍କ ମତରେ ଯଦି ଆପଣ ଡାଳିମ୍ବକୁ ଫ୍ରିଜରେ ରଖି ଖାଇବେ ତେବେ ଲାଭ ବଦଳରେ କ୍ଷତି ହେବ। ସକାଳ ଜଳଖିଆ ପୂର୍ବରୁ ଏହାକୁ ଗରମ କରି ଖାଆନ୍ତୁ। ଲାଭବାନ ହେବେ। ଏଥିପାଇଁ ଗୋଟିଏ ପାତ୍ରରେ ଜଳ ଫୁଟାଇ ନିଅନ୍ତୁ ଏବଂ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏବେ ସେହି ଗରମ ପାଣିରେ ଡାଳିମ୍ବ ରଖନ୍ତୁ। ଯେତେବେଳେ ପାଣି ଥଣ୍ଡା ହୋଇଯିବ ଏବଂ ଡାଳିମ୍ବ ଭିତରୁ ସିଝିଯିବ। ତାର ଦାନାଗୁଡ଼ିକୁ ବାହାର କରି ନିଅନ୍ତୁ। ପରେ ଏହାକୁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ହୃଦୟ ସହ ଯକୃତ ସୁସ୍ଥ ରହିବ। ମନ ଶାନ୍ତ ସହ ଚିଡଚିଡାପଣ ଦୂର ହୋଇଯିବ। ତେବେ ଗରମ ଦିନରେ ଆପଣ ଡାଳିମ୍ବକୁ ଫ୍ରିଜରେ ନ ରଖି  ବାହାରେ ରଖି ଖାଆନ୍ତୁ। ଖାଲି ପେଟରେ ଏହାକୁ ଖାଆନ୍ତୁ। ଲାଭ ମିଳିବ।
ଲାଭ:
ଡ଼ାଳିମ୍ବରେ ଫାଇବର, ଭିଟାମିନ ସି, ପୋଟାସିୟମ ଭରପୂର ଥାଏ। ଏହାର ନିୟମିତ ସେବନ ଦ୍ୱାରା ବ୍ଲଡ ପେସର ନର୍ମାଲ ରହିଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ କଣ୍ଟ୍ରୋଲ କରିଥାଏ। କୋଲେଷ୍ଟରଲ କଣ୍ଟ୍ରୋଲ କରିବା ସହ ହୃଦୟ ସ୍ବାସ୍ଥ୍ୟକୁ ଭଲ ରଖିଥାଏ। ଭିଟାମିନ ସି ଏବଂ ପୋଲିଫିନୋଲ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ଏଥିରେ ଭରପୂର ଥାଏ। ଏହା ଭୋକକୁ କଣ୍ଟ୍ରୋଲ କରିଥାଏ। ଏଭଳି ଭାବେ ୧୦୦ ରୋଗରୁ ଏହା ରକ୍ଷା କରିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri