ଗୁପ୍ତଚର ବୃତ୍ତି ଓ ବିଶ୍ୱାସଘାତକତା

ପ୍ରାଚୀନ ରାଜତନ୍ତ୍ରରେ ରାଜା ଗୁପ୍ତଚର ମାଧ୍ୟମରେ ତଥ୍ୟ ସଂଗ୍ରହ କରି ରାଜ୍ୟର ବାସ୍ତବ ସ୍ଥିତି ସମ୍ବନ୍ଧରେ ଅବଗତ ହେଉଥିଲେ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ବେଳେବେଳେ ରାଜା ନିଜେ ମଧ୍ୟ ଛଦ୍ମବେଶରେ ନଗର ଭ୍ରମଣ କରି ପ୍ରଜାଙ୍କ ସୁଖ ଦୁଃଖ ଜ୍ଞାତ ହେଉଥିଲେ। ଏପରି କି ଦୁର୍ନୀତିଗ୍ରସ୍ତ ରାଜକର୍ମଚାରୀଙ୍କ ସମ୍ବନ୍ଧରେ ଗୁପ୍ତତଥ୍ୟ ହାସଲ କରି ସମୁଚିତ ଶାସ୍ତି ବିଧାନ କରୁଥିଲେ। ରାମାୟଣର ବର୍ଣ୍ଣନା ଅନୁଯାୟୀ ଶ୍ରୀରାମ ଛଦ୍ମବେଶରେ ନଗର ଭ୍ରମଣ ଅବସରରେ ରଜକ ଦମ୍ପତିଙ୍କ କଳହ ତାଙ୍କ କର୍ଣ୍ଣଗୋଚର ହେଲା। ”ସୀତା ରାବଣ ଦ୍ୱାରା ଅପହୃତ ହୋଇ ଲଙ୍କାପୁରୀରେ ଏତେକାଳ ରହି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲା ପରେ ଯଦି ତାଙ୍କ ସତୀତ୍ୱ ଅକ୍ଷୁଣ୍ଣ ରହିଲା, ତେବେ ମୁଁ ସ୍ବଳ୍ପକାଳ ପିତ୍ରାଳୟରେ ଅବସ୍ଥାନ କରି ଫେରିବା ପରେ କିପରି ସତୀତ୍ୱ ହରାଇଲି ?“ ଏହା ଥିଲା ରଜକୀର ପ୍ରଶ୍ନ। ନିର୍ଜନ ନିଶାର୍ଦ୍ଧରେ ଏକଥା ପ୍ରଭୁଙ୍କର ଶ୍ରୁତିଗୋଚର ହେବାକ୍ଷଣି ପରଦିନ ଅନୁଜ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ସୀତାଙ୍କୁ ଘୋର ଅରଣ୍ୟରେ ନିର୍ବାସିତ କରିବା ପାଇଁ। ଏହାଥିଲା ଗୁପ୍ତଚର ଭାବେ ତଥ୍ୟ ସଂଗ୍ରହ କରି ପ୍ରଜାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାର ରାଜଧର୍ମ ଓ ପ୍ରଜାମଙ୍ଗଳ ପାଇଁ ଯେକୈାଣସି କଠୋର ନିଷ୍ପତ୍ତି ନେବାର ଦୃଷ୍ଟାନ୍ତ।
ଗୁପ୍ତଚର ସାଧାରଣତଃ ଦୁଇପ୍ରକାରର। ଶତ୍ରୁ ଦେଶର ଗୁପ୍ତ ତଥ୍ୟ ଆଣି ନିଜ ଦେଶରେ ଦେବା। ଏହା ଜନ୍ମଭୂମି ପ୍ରତି ଆନୁଗତ୍ୟ ଓ ଦେଶ ପ୍ରେମର ନିଦର୍ଶନ। ଅପରପକ୍ଷେ ନିଜ ଜନ୍ମଭୂମିର ସମ୍ବେଦନଶୀଳ ତଥ୍ୟକୁ ଗୁପ୍ତଭାବେ ଶତ୍ରୁରାଷ୍ଟ୍ର ହାତରେ ସମର୍ପି ଦେବା, ଯାହା ଦେଶଦ୍ରୋହର ନମୁନା। ସ୍ପଷ୍ଟ ଭାବେ କହିଲେ ଶତ୍ରୁରାଷ୍ଟ୍ରର ସମ୍ବେଦନଶୀଳ ତଥ୍ୟ ନିଜ ଦେଶକୁ ଯୋଗାଇଲେ ତାହା ହୁଏ ଦେଶପ୍ରେମ ଓ ନିଜ ଦେଶର ସମ୍ବେଦନଶୀଳ ତଥ୍ୟ ଶତ୍ରୁରାଷ୍ଟ୍ରକୁ ଯୋଗାଇଲେ ତାହା ହୁଏ ଦେଶଦ୍ରୋହ। ନିଜ ଦେଶର ଦେଶଦ୍ରୋହୀ ଶତ୍ରୁରାଷ୍ଟ୍ରରେ ସମ୍ମାନ ଲାଭକରେ। ଜଣେ ସଚ୍ଚା ଦେଶପ୍ରେମୀ ଶତ୍ରୁରାଷ୍ଟ୍ରର ଘୃଣ୍ୟ ନଜରରେ ରହେ। ସେହିପରି ଗୁପ୍ତଚର ହେଉଛି ସେହିବ୍ୟକ୍ତି ଯେ ଗୁପ୍ତରେ ନାନା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଗୋପନରେ ଶତ୍ରୁରାଷ୍ଟ୍ରକୁ ପ୍ରଦାନ କରେ। ବିଦେଶାଗତ ଗୁପ୍ତଚର ଅପେକ୍ଷା ସ୍ବଦେଶୀ ଗୁପ୍ତଚର ମାରାମତ୍କ। କାରଣ ସେମାନେ ଯେ ଗୁପ୍ତଚର ଏଭଳି ସଂଶୟ ସାଧାରଣତଃ କାହା ମନରେ ସହଜରେ ହୋଇ ନ ଥାଏ। ମାତ୍ର ସମୟାନ୍ତରେ ଯଦି କୌଣସି ସୂତ୍ରରୁ ସାମାନ୍ୟ ସନ୍ଦେହ ଜାତହୁଏ ଯେ ସମ୍ପୃକ୍ତ ବ୍ୟକ୍ତିର କାର୍ଯ୍ୟଶୈଳୀ ଦେଶ ବିରୋଧୀ, ସେହି ସମୟରୁ ହିଁ ତା’ ଉପରେ ଗୋଇନ୍ଦା ନଜର ଥାଏ। ଉପଯୁକ୍ତ ପ୍ରମାଣପ୍ରାପ୍ତ ହେଲେ ତାକୁ ବନ୍ଦୀ କରାଯାଏ। ପୋଲିସ ତା’ଠାରୁ ଅନେକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରନ୍ତି ଯେ ତା ସହ ଆଉ କିଏ ଅଛି, କେଉଁ ସଂଗଠନ ଅଧୀନରେ ସେ କାର୍ଯ୍ୟକରୁଛି, ତାକୁ କି କି ସୁବିଧା ମିଳୁଛି, କେତେ ଟଙ୍କା ସେ ଏଥିରୁ ରୋଜଗାର କରୁଛି ଇତ୍ୟାଦି। ତଥ୍ୟ ଆଦାୟ କଲା ପରେ ତାକୁ ହାଜତରେ ରଖାଯାଇ ବିଚାର ପ୍ରକ୍ରିୟା ଚାଲେ। ଦୋଷୀ ସାବ୍ୟସ୍ତ ହେଲେ ଆଇପିସି ଧାରା ୩୯୮ ଅନୁଯାୟୀ ଆଜୀବନ ଜେଲ କିମ୍ବା ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରେ।
ଏଠାରେ ପ୍ରଶ୍ନ ଉଠେ ଦେଶଦ୍ରୋହ ଏକ ଜଘନ୍ୟ ଅପରାଧ, ଏକଥା ଜାଣି ମଧ୍ୟ ଜଣେ ଗୁପ୍ତରେ ସ୍ବଦେଶୀ ତଥ୍ୟ ବିଦେଶୀଙ୍କ ହାତରେ କାହିଁକି ଟେକିଦିଏ ? ଏଥିପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଚିହ୍ନିତ କରାଯାଇ ପାରେ। ପ୍ରଥମତଃ ଅଜସ୍ର ଅର୍ଥପ୍ରାପ୍ତି। ଦ୍ୱିତୀୟଟି ହେଉଛି ଯୈାନଲାଳସାରେ ହନିଟ୍ରାପ୍‌ରେ ପତିତ ହେବା। ଜଣେ ନାରୀ ଶତ୍ରୁ ରାଷ୍ଟ୍ରର ସାମରିକ ଅଧିକାରୀଙ୍କୁ ଆକୃଷ୍ଟ କରେ। ସେହି ଅଧିକାରୀ ଜଣକ ମାଟି ମା’ର ମମତାକୁ ଭୁଲି ବିଦେଶୀ ଲଳନା ପ୍ରେମରେ ପଡି ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଦେଶୀ ହାତରେ ଟେକିଦିଏ। ଏପରି ଦେଶଦ୍ରୋହୀ ଗୁପ୍ତଚର ଘଟଣା ଭାରତ ପାଇଁ ନୂଆ ନୁହେଁ। ଡିଆରଡିଓର ବୈଜ୍ଞାନିକ ମହାରାଷ୍ଟ୍ର ଜନ୍ମିତ ପ୍ରଦୀପ କରୁଲକର ହନିଟ୍ରାପ୍‌ର ବଶୀଭୂତ ହୋଇ ଏହି ସଂସ୍ଥାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଗୁପ୍ତଚରଙ୍କୁ ପ୍ରଦାନ କରି ଆସୁଥିଲେ। ୨୦୨୩ରେ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ ତାଙ୍କୁ ଗିରଫ କରିଥିଲା। ହ୍ବାଟ୍‌ସଆପ୍‌ ମେସେଜ ଓ ଭଏସ୍‌ କଲ ମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ବହୁ ସମ୍ବେଦନଶୀଳ ତଥ୍ୟ ଦେଇସାରିଛନ୍ତି। ପାକିସ୍ତାନର ଜଣେ ସୁନ୍ଦରୀ ମହିଳାଙ୍କ ସହ ହ୍ବାଟ୍‌ସଆପ୍‌ ଚାଟିଂ ମାଧ୍ୟମରେ ପ୍ରଦୀପଙ୍କର ବନ୍ଧୁତା ହୋଇଥିଲା। ଜନ୍ମମାଟି ପ୍ରତି ସମାନ ଭାବରେ ବିଶ୍ୱାସଘାତକତା କରିଥିବା ଆଉଜଣେ ହେଲେ ଉତ୍ତରପ୍ରଦେଶର ସତ୍ୟେନ୍ଦ୍ର ସିୱାଲ, ଯାହାଙ୍କୁ ୟୁପିର ଏଟିଏସ୍‌ (ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌) ଗିରଫ କରିବାରେ ସଫଳ ହୋଇଛି। ସତ୍ୟେନ୍ଦ୍ର ମସ୍କୋ ଦୂତାବାସରେ କାର୍ଯ୍ୟରତ ଥାଇ ଭାରତ ପ୍ରତି କରିଥିଲେ ଚରମ ବିଶ୍ୱାସଘାତକତା।
ସେହିପରି ମାଧୁରୀ ଗୁପ୍ତା ନାମକ ଜଣେ ବୈଦେଶିକ ସେବା ଅଧିକାରୀ ଏକଦା ଭାରତର ବୈଦେଶିକ ସଚିବ ଥିଲେ ଓ ପରେ ୨୦୦୭ରେ ଇସଲାମାବାଦ୍‌ସ୍ଥିତ ଭାରତୀୟ ହାଇ କମିଶନରେ ପ୍ରେସ୍‌ ଓ ସୂଚନା ବିଭାଗ ଦାୟିତ୍ୱରେ ଥିଲେ। ସତେବେଳେ ମାଧୁରୀଙ୍କ ବୟସ ଥିଲା ୫୨ବର୍ଷ। ଏ ପରିଣତ ବୟସରେ ମଧ୍ୟ ପାକିସ୍ତାନୀ ଆଇଏସ୍‌ଆଇ ତାଲିମପ୍ରାପ୍ତ ଏଜେଣ୍ଟ ଜାମସେଦ ସହ ବନ୍ଧୁତା ସ୍ଥାପନ କରି ଭାରତର ଗୁପ୍ତତଥ୍ୟ ପ୍ରଦାନରେ ଲିପ୍ତ ଥିଲେ। ୨୦୦୮ରେ ସେ ଗିରଫ ହେଲେ ଓ ବିଚାରାଳୟରେ ଦୋଷୀ ସାବ୍ୟସ୍ତ ହୋଇ ତିନିବର୍ଷ ଜେଲଦଣ୍ଡ ଭୋଗିଲେ। ୨୦୨୧ରେ ମାଧୁରୀଙ୍କର ମୃତ୍ୟୁ ଘଟିଲା।
ଏପ୍ରିଲ ୨୨ ପହଲଗାମ୍‌ ମୃତ୍ୟୁ ବିଭୀଷିକା ପରେ ପାକିସ୍ତାନ ସହ ଭାରତର ତିକ୍ତତା ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଗଭୀର ଗୋଇନ୍ଦା ଅନୁସନ୍ଧାନର ଫଳସ୍ବରୂପ ଯେଉଁ ମହିଳା ଗୁପ୍ତଚରଙ୍କ ନାମ ପ୍ରକଟ ହୋଇଛି ସେ ହେଉଛନ୍ତି ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ଆଉ ୧୨ଜଣ। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ କିଛି ଗୁପ୍ତ ତଥ୍ୟ ପ୍ରଦାନ କରିଥିବାର ପ୍ରମାଣ ମିଳି ସାରିଛି। ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ଜଣେ ବରିଷ୍ଠ ଅଧିକାରୀ ଦାନିଶ୍‌ଙ୍କ ମାଧ୍ୟମରେ ଭାରତର ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଇ ସାରିଛନ୍ତି। ଆମେ ଓଡ଼ିଶାବାସୀ ବିଶେଷ ଭାବେ ଜ୍ୟୋତି ମାଲହୋତ୍ରାଙ୍କ କାର୍ଯ୍ୟକଳାପ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରୁଛୁ-ଜ୍ୟୋତି ସହ ହାତ ମିଳାଇଛନ୍ତି ପୁରୀର ଓଡ଼ିଆ ଝିଅ ପ୍ରିୟଙ୍କା ସେନାପତି। ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଭ୍ରମଣରେ ଆସି ପ୍ରିୟଙ୍କାଙ୍କ ସହ ମିଳିତ ହୋଇ ଏକତ୍ର ଭ୍ରମଣ କରିଥିବା ଜଣାପଡ଼ିଛି।
ଇଂରେଜ ଶାସନ କାଳରେ ଯେଉଁ ଭାରତୀୟମାନେ ଭାରତ ବିରୋଧୀ ମନୋଭାବ ନେଇ କିଛି ଉକେତ୍ାଚ ବିନିମୟରେ ଇଂରେଜମାନଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲେ ସେମାନଙ୍କୁ ଇଂରେଜ ସରକାର ନମକ ହାରାମ ଭତ୍ତା ପ୍ରଦାନର ବ୍ୟବସ୍ଥା କରୁଥିଲେ। ଏହା ଲଜ୍ଜାକର ହେଲେ ବି ସେତେବେଳେ ମଧ୍ୟ କିଛିଲୋକ ଭାରତ ପାଇଁ ବିଶ୍ୱାସଘାତ କରୁଥିବାର ପ୍ରମାଣ ରହିଛି। ଜନ୍ମମାଟି ମା’ ସହ ବିଶ୍ୱାସଘାତକତା ତ ଦୂରର କଥା- ଜନ୍ମମାଟି ବିରୋଧରେ କୌଣସି ପ୍ରତିକୂଳ ମନ୍ତବ୍ୟକୁ ଜଣେ ସଚ୍ଚା ଭାରତୀୟ କେବେ ସହିପାରିବ ନାହିଁ। ତା’ ହୃଦୟରେ ପ୍ରତିରୋଧ ଓ ପ୍ରତିଶୋଧର ଅନିର୍ବାପିତ ବହ୍ନି ଜଳିଉଠେ। ଏତେବଡ ଜଘନ୍ୟ ଅପରାଧ କେବଳ ଜଣେ ପାପୀ ପକ୍ଷରେ ହିଁ ସମ୍ଭବ ହୋଇପାରେ। ପାପୀ ପ୍ରତି ସମୁଚିତ ଦଣ୍ଡର ଆବଶ୍ୟକତାକୁ ଦୂରେଇ ଦିଆଯାଇ ନ ପାରେ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪ ୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri