ବିଧାନସଭା ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଜିଲା ଗସ୍ତ: ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥରତାକୁ ନେଇ RWSS, କମ୍ପାନୀକୁ ତାଗିଦ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଟିମ୍‌ ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ କମିଟି ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଅଧିକାରୀ ଏବଂ କାମ ନେଇଥିବା ଏଲଆଣ୍ଡ୍‌ଟି କମ୍ପାନୀ କର୍ମଚରୀଙ୍କୁ ଅଧ୍ୟକ୍ଷ ତାଗିଦ କରିଥିଲେ। ଏହା ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ୧୬ ଶହ କୋଟି ଟଙ୍କା ବ୍ୟୟ ଲକ୍ଷ୍ୟ ରଖାଯାଇଛି। ୨ ବର୍ଷ ହେବ ପ୍ରକଳ୍ପ ହେଉଥିବା ବେଳେ ସମ୍ପୃୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷା, ସାସ୍ଥ୍ୟ, ଗମନାଗମନ ପ୍ରତି କମ୍ପାନୀ ଗୁରୁତ୍ୱ ଦେଇନାହିଁ। ଯନ୍ତ୍ରୀ ମାନେ ମଧ୍ୟ ନିୟମିତ କାମ ଯାଞ୍ଚ କରୁନାହାନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହୋଇପାରୁନାହିଁ। ଦଶପଲ୍ଲା ନିକଟସ୍ଥ ମହାନଦୀରୁ ପାଣି ଆସିବ। ପ୍ରକଳ୍ପ ଆରମ୍ଭ ହେବାର ଦୁଇବର୍ଷ ବିତିଗଲାଣି ମାତ୍ର ଏପର୍ଯ୍ୟନ୍ତ ପାଣି କେଉଁଠୁ ଆସିବ ତାହା ବିଭାଗ ଚୂଡାନ୍ତ କରିପାରିନାହିଁ।

ବର୍ତ୍ତମାନ ୧୫ରୁ ୨୦ ପ୍ରତିଶତ କାମ ସରିଛି। ବଳକା କାମ ଡିସେମ୍ବର ୨୦୨୬ ସୁଦ୍ଧା ନ ସରିଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ବିଜୁଳି କହିଥିଲେ। ପରେ କମିଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ସେତୁ କାମ ବୁଲି ଦେଖିଥିଲେ। ସେଠାରୁ ତିଲିଶିଙ୍ଗି ଯାଇଥିଲେ। ସଂନ୍ଧ୍ୟାରେ କମିଟି ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଏଥିରେ କମିଟି ଅଧ୍ୟକ୍ଷ ସଭାପତିତ୍ୱ କରିଥିଲେ। ଏହି ସମୟରେ କମିଟ ସଭ୍ୟ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବଡ଼ଚଣା ବିଧାୟକ ଅମର ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସାଇଁ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲା ଉନ୍ନୟନ ଅଧିକାରୀ ମଧୁସ୍ମିତା, ଉପ ଜିଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଅବିନାଶ ମହାର, ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଡେପୁଟି କଲେକ୍ଟର ସୁମନ ଘୋଷ ପ୍ରମୁଖ ଉପସ୍ଥିତ ରହି ଷ୍ଟାଣ୍ଡି କମିଟିକୁ ବଭିନ୍ନ ସୂଚନା ଦେଇଥିଲେ। ଏହା ପୂର୍ବରୁ ଭଞ୍ଜନଗର ବିଧାୟକ ନାୟକ କମିଟିର କର୍ମକର୍ତ୍ତାଙ୍କୁ ଗାୟଗଣ୍ଡାଠାରେ ସ୍ବାଗତ କରି ନିଜ ଅଞ୍ଚଳ ବୁଲାଇ ଦେଖାଇଥିଲେ। ସୂଚନା ଯୋଗ୍ୟ, ଗଞ୍ଜାମ ଜିଲାର ୧୨ଟି ବ୍ଲକ ଓ ଗଞ୍ଜାମ ବ୍ଲକର ୨୨୮ ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଯୋଜନାର ସୁଫଳ ୭୭୦ ଗ୍ରାମର ୧ଲକ୍ଷ ୬୬ ହଜାର ୯୩୭ ପରିବାରକୁ ଦେବାକୁ ଲକ୍ଷ୍ୟ ରହିଛି। ଶନିବାର ଷ୍ଟାଣ୍ଡି କମିଟି ଗୋପାଳପୁର ଅଭିମୁଖେ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri