ବିନା ଦୋଷରେ ଦେଢ଼ ମାସ ଜେଲ

ଉଦଳା,୨୯।୪(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ନାମରେ ସାଂଘାତିକ ଅଭିଯୋଗ। ଚଢ଼ାଉ କରିବା ବେଳେ ବିନା ଦୋଷରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଫଳରେ ଯୁବକ ଜଣକ ଦେଢ଼ ମାସ ଜେଲ୍‌ରେ ବିତାଇଥିବା ଉଦଳା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଗୃହରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଅଭିଯୋଗ କରିବା ସହ ଏସ୍‌ପିଙ୍କୁ ନ୍ୟାୟ ମାଗିଛନ୍ତି।

ଅଭିଯୋଗକାରୀ ଯୁବକ ହେଲେ ଜଣକ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ। ସେ ଦର୍ଶାଇଛନ୍ତି ଯେ, ୨୦୨୩ ଜୁଲାଇ ୧୮ରେ ଖୁଣ୍ଟା ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେ ଘରେ ନ ଥିଲେ। ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସ ଘର ତଲାସି କରି ୭୯ ହଜାର ଟଙ୍କା ଜବତ କରି ନେଇଥିଲା ଏବଂ ତାଙ୍କୁ ଥାନାକୁ ଯିବାକୁ କହିଥିଲା। ପରଦିନ ସେ ଥାନାକୁ ଯାଇଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଜବତ ଟଙ୍କା ସହ ନିଜ ଆଡୁ ଏକ ଦେଶୀ ବନ୍ଧୁକ ଆଣି ପୋଲିସ ରଖି ଫଟୋ ଉଠାଇବା ସହ ଅଶ୍ୱିନୀଙ୍କ ଘରୁ ଟଙ୍କା ସହ ଦେଶୀ ବନ୍ଧୁକ ଜବତ ହୋଇଥିବା ଦର୍ଶାଇଥିଲା। ଏହି ବନ୍ଧୁକରେ ସେ ଶିକାର କରୁଥିବା ପୋଲିସ ନିଜ ତଦନ୍ତରେ ଦେଖାଇଥିଲା। କୋର୍ଟଚାଲାଣ ପରେ ବିନା ଦୋଷରେ ଜେଲରେ ଦେଢ଼ ମାସ ବିତାଇ ଫେରିବା ପରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି ସେ ବାରମ୍ବାର ଏସ୍‌ଡିପିଓଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନାହିଁ।

ଅନ୍ୟପଟେ ପୋଲିସ ତାଙ୍କ ଘର ତଲାସି ସମୟରେ ସାକ୍ଷୀ ପକାଇଥିବା ବ୍ୟକ୍ତି ମଧ୍ୟ ଅଶ୍ୱିନୀଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ଏବଂ କିଛି ସାକ୍ଷୀ ଘଟଣା ବାବଦରେ କିଛି ନ ଜାଣି ମଧ୍ୟ ସାକ୍ଷୀ ପଡ଼ିଥିବା ସେ କହିଛନ୍ତି।

ଏପରିକି ଏସ୍‌ଡିପିଓ ମଧ୍ୟ ଅଶ୍ୱିନୀଙ୍କ ସ୍ତ୍ରୀଙ୍କ ଅଭିଯୋଗର ତଦନ୍ତ କରି ତାଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ସାକ୍ଷୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିବା ସେ ଦର୍ଶାଇଛନ୍ତି। ହେଲେ ଏବେ ସୁଦ୍ଧା ନ୍ୟାୟ ମିଳି ନ ଥିବାରୁ ଶେଷରେ ଅଶ୍ୱିନୀ ଓ ତାଙ୍କ ସ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରେ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri