ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ ଉପସ୍ବାସ୍ଥ୍ୟକେନ୍ଦ୍ର କେସିଙ୍ଗାର ଜନୈକ ଠିକାଦାରଙ୍କ ଦ୍ୱାରା ନିର୍ମାଣ ଚାଲିଛି। ଉକ୍ତ କେନ୍ଦ୍ରର ଫାଉଣ୍ଡେଶନଠାରୁ ଛାତର ସ୍ଲାପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନିମ୍ନମାନର କାମ କରାଯାଉଥିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ କରିବା କଥା, ନଳକୂପ ଖନନ କରାଯାଇଛି, କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ସ୍ଥାନୀୟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ବିଦ୍ୟୁତ୍‌ ଚୋରାରେ ସଂଯୋଗ କରି ନିର୍ମାଣ କାମରେ ଚୋରାରେ ପାଣି ଦିଆଯାଉଛି। ଆଜକୁ ଛାତ ପଡ଼ି ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ଉକ୍ତ ଉପସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସିଞ୍ଚନ କରାଯାଇ ନ ଥିବାରୁ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସ୍ଥାନୀୟ ସରପଞ୍ଚ, ଓ୍ବାର୍ଡ୍‌ମେମ୍ବରଙ୍କ ଅଜାଣତରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ୫୫ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ଉପସ୍ବାସ୍ଥ୍ୟକେନ୍ଦ୍ରରେ ପାଣି ସିଞ୍ଚନ କରାଯାଉନାହିଁ। ଫଳରେ କିଛି ଦିନ ପରେ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି। ନିମ୍ନମାନର ସିମେଣ୍ଟ, ଲୁହା ରଡ୍‌ ଏଠାରେ ବ୍ୟବହାର କରାଯାଇଛି। ଠିକାଦାର ଓ ମୁନ୍ସି ଦ୍ୱାରା କାମ ଚାଲିଛି। କେତେବେଳେ କେମିତି ବିଭାଗୀୟ ଜେଇ ଭବାନୀପାଟଣା ଆସି ଦେଖି ପଳାଇ ଯାଆନ୍ତି।

ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ଝରଣା ବାଗଙ୍କୁ ପଚାରିବାରୁ ମୋ’ ପଞ୍ଚାୟତରେ ଉପସ୍ବାସ୍ଥ୍ୟକେନ୍ଦ୍ର ହେଉଛି ଅଥଚ ମୋତେ କେହି ବି ସୂଚନା ଦେଇ ନାହାନ୍ତି। ବିନା ସୂଚନାଫଳକରେ କାମ ଚାଲିଥିବାରୁ ପଞ୍ଚାୟତ ପକ୍ଷରୁ ତଥା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ନେଇ ଏନ୍‌ଆର୍‌ଏଚ୍‌ଏମ୍‌ର ଜଣେ ଅଧିକାରୀ ପି.କେ ଦାଶ ଙ୍କୁ ପଚାରିବାରୁ ମୋତେ କେହି ଅଭିଯୋଗ କରି ନାହାନ୍ତି, ଏହି ଉପସ୍ବାସ୍ଥ୍ୟକେନ୍ଦ୍ର ୫୫ଲକ୍ଷ ବ୍ୟୟ ଅଟକଳ କାମ ଚାଲିଛି, ମୁଁ ତଥାପି ତଦନ୍ତ କରି ଠିକ୍‌ ଭାବେ କାମ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri