ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଅଙ୍କିତ୍‌ ଧର୍‌। ସେମାନେ ପାଣିରେ ବଢୁଥିବା ଏକପ୍ରକାର ଦଳ(କଲିକତି ଦଳ)ରୁ କାଗଜ ତିଆରି କରୁଛନ୍ତି। ସେମାନଙ୍କ ଅନୁସୃତ ପଦ୍ଧତିରେ କମ୍‌ କାର୍ବନ ନିର୍ଗମନ ହେଉଛି। ଏହି ସବୁଜ ନୂତନତ୍ୱ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିଛି। କଲିକତି ଦଳକୁ ସଂସ୍କୃତରେ ଜଳକୁମ୍ଭି କୁହାଯାଏ। ଏଣୁ ଏଥିରୁ ତିଆରି ହେଉଥିବା କାଗଜର ନାମ ରଖାଯାଇଛି କୁମ୍ଭି କାଗଜ। ଏହି କାଗଜ ତିଆରି ପାଇଁ ସେମାନେ ‘କୁମ୍ଭି କାଗଜ ପ୍ରାଇଭେଟ ଲିମିଟେଡ୍‌’ ପ୍ରତିଷ୍ଠା କରିଛନ୍ତି। ଏହି ଜଳକୁମ୍ଭି ଆସାମର ଅଧିକାଂଶ ଜିଲାରେ ବହୁମାତ୍ରାରେ ବଢୁଥିବାରୁ ସେଠାରେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଏସବୁ ସଂଗ୍ରହ କରାଯାଉଛି। କୁମ୍ଭି କାଗଜ ସମ୍ପୂର୍ଣ୍ଣ ରସାୟନମୁକ୍ତ ଏବଂ ଏହା ସହଜରେ ମାଟିରେ ମିଶିଯାଉଛି। ଜଣେ ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବେ ଥରେ ପାଇଥନ୍‌ ଉଦ୍ଧାର କରିବା ସମୟରେ ରୂପଙ୍କର କୁମ୍ଭିଦଳ ସମ୍ପର୍କରେ ଜାଣିପାରିଥିଲେ। ପରେ ସେ ଉଭୟଚର ଜୀବ ବିଶେଷଜ୍ଞ ଡ. ପୁରକାୟସ୍ଥଙ୍କ ତତ୍ତ୍ୱାବଧାନନେର ଗବେଷଣା କରି କାଗଜ ତିଆରିର ଉପାୟ ପାଇପାରିଥିଲେ। ଆସାମ ସରକାରଙ୍କ ସହଯୋଗରେ ରୂପଙ୍କର ଓ ତାଙ୍କ ସାଥୀ ଅଙ୍କିତ୍‌ ଏକ କମ୍ପାନୀ ପ୍ରତିଷ୍ଠା କରି ୨୦୨୩ରୁ କାଗଜ ଉତ୍ପାଦନ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri