ରିଷିଡ଼ା,୭ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରାଜପୁର ପଞ୍ଚାୟତ ଗ୍ରାମର ଲୋକପ୍ରିୟ ଦାଶକାଠିଆ କଳାକାର ସ୍ୱର୍ଗତ ଇନ୍ଦ୍ରମଣି ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି।
ପରିବାର କହିଲେ ତାଙ୍କ ଝିଅ ଜାମା ଭୋଇ ଓ ସ୍ତ୍ରୀ ସାବିତ୍ରୀ ଭୋଇ। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ୱାର ଆବେଦନ କରି ସୁଦ୍ଧା ପରିବାର ଏଥିରୁ ବଞ୍ଚତ୍ତ ହୋଇଛି। ଫଳରେ ଭଙ୍ଗା ଦଦରା କୁଡିଆରେ ଜୀବନ ବିତୁଛି। ଏପରି କି ସମ୍ୱଳ ଅଭାବରୁ ଘରକୁ ମରାମତି କରିପାରୁନାହାନ୍ତି। ଦୀର୍ଘ ୧୦ବର୍ଷ ହେବ ଏମାନେ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି।
ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଯୋଜନା ଅପହଞ୍ଚ ରହିଥିବା ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ସରପଞ୍ଚ କୌଶଲ୍ୟା ରଣାଙ୍କୁ ପଚାରିବାରୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରକୁ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

