ଆଶଙ୍କାରେ ଉଚ୍ଛେଦ, ଆନ୍ଦୋଳନ ପାଇଁ ସଜବାଜ

ବରଗଡ,୨୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ରୁ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୨ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ।  ଅନ୍ୟପକ୍ଷରେ ପୌର ପ୍ରଶାସନ ଜବରଦଖଲକାରୀଙ୍କୁ ଚିରାଚରିତ ଢଙ୍ଗରେ ପୁଣି ନୋଟିସ ଦେଇଛି। ନୋଟିସ ପାଇବାର ୭ଦିନ ମଧ୍ୟରେ ଜବରଦଖଲ ଅଂଶ ଖାଲି କରିବା ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍‌ ଜବରଦଖଲ ଅଂଶର ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଏଭଳି ୨୫ଜଣଙ୍କୁ ନୋଟିସ୍‌ ହୋଇଥିବା ସୂଚନା ମିଳିଛି। ନୋଟିସ୍‌ରେ ଦିଆଯାଇଥିବା ଅବଧି ସରିଯାଇଛି। ଏହାସତ୍ତ୍ବେ ଉଚ୍ଛେଦ ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ଜବରଦଖଲ ଉଚ୍ଛେଦ ପୁଣି ଆଶଙ୍କାରେ ରହିଛି। ଉଚ୍ଛେଦ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ କୁହୁଳୁଥିବା ଅସନ୍ତୋଷ ପୁନର୍ବାର ତେଜି ଉଠିଛି। ଶନିବାର ସନ୍ଧ୍ୟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସର୍ବଦଳୀୟ ବୈଠକ ବସୁଥିବା ସୂଚନା ମିଳିଛି। ବୈଠକରେ ଉଚ୍ଛେଦ ଦାବି ତଥା ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ଆନ୍ଦୋଳନ ରୂପରେଖ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଅପରପକ୍ଷରେ ଆସନ୍ତା ୨୯ତାରିଖରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ ବୋଲି ଚର୍ଚ୍ଚା ଚାଲିଛି।
ସୂଚନା ଅନୁଯାୟୀ, ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଗରିବ, ଖଟିଖିଆ ଲୋକଙ୍କ ଘରଦ୍ୱାର, ଠେଲା ଦୋକାନ ଭାଙ୍ଗି ଦିଆଯାଉଛି। ଅନ୍ୟପଟେ ବଡ଼ବଡ଼ିଆ ଲୋକେ ସରକାରୀ ଜମିରେ କୋଠାବାଡ଼ି କରିଥିଲେ ସୁଦ୍ଧା ସେଠାକୁ ପ୍ରଶାସନ ହାତ ମାରୁ ନ ଥିବା ଅଭିଯୋଗ ହୋଇଛି। ଉଚ୍ଛେଦ ପ୍ରକ୍ର୍ରିୟାରେ ଥିଲାବାଲାଙ୍କୁ ଅହେତୁକ ଅନୁକମ୍ପା ଏବଂ ଗରିବ ଖଟିଖିଆଙ୍କୁ ବିନା ଥଇଥାନରେ ହଟାଇ ଦିଆଯିବା ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକା ଉପରେ ସାଧାରଣରେ ଭିନ୍ନ ସନ୍ଦେହ ସୃଷ୍ଟି ହେଉଛି । ସେହିପରି ଶାସକ ଦଳର ନେତା, ମନ୍ତ୍ରୀଙ୍କ ପ୍ରତି ମଧ୍ୟ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ବରଗଡ଼ ସ୍ଥାନୀୟ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏ ଯାଏ ଉଚ୍ଛେଦ କରା ନ ଯିବା ଦୃଷ୍ଟାନ୍ତ ହୋଇ ରହିଛି। ଜବରଦଖଲକାରୀଙ୍କୁ ନୋଟିସ ପରେ ନୋଟିସ କରାଯାଉଛି। ହେଲେ ତାହା ନୋଟିସରେ କେବଳ ସୀମିତ ରହିଯାଉଛି। ଅନ୍ୟପଟେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ପୂର୍ବରୁ ହୋଇଥିବା ଆଂଶିକ ଉଚ୍ଛେଦ ସ୍ଥାନରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ଚର୍ଚ୍ଚାର ବିଷୟ ହୋଇଛି ।
ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଜୋର୍‌ ଧରିଥିଲା। ନିର୍ବାଚନରେ ମଧ୍ୟ ଏହା ପ୍ରଭାବ ପକାଇଥିଲା। ଏପରି କି ଏହି ପ୍ରସଙ୍ଗ ଯୋଗୁ ବିଜେଡିକୁ ବରଗଡ଼ ଆସନ ହରାଇବାକୁ ପଡ଼ିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପଟେ ବିଧାୟକ ବଦଳିଲେ, ସରକାର ବି ବଦଳି ଗଲା। କିନ୍ତୁ ସହରବାସୀଙ୍କ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ଯେଉଁ ତିମିରେକୁ ସେହି ତିମିରେ ରହି ଯାଇଛି। ଉଚ୍ଛେଦ ଦାବି ଆରମ୍ଭ ହେବା ପରଠାରୁ ତତ୍କାଳୀନ ଜିଲାପାଳଙ୍କ ବଦଳି ହୋଇଛି। ଏହା ସହିତ ୨ପୌର କାର୍ଯ୍ୟନିର୍ବହୀ ଅଧିକାରୀ, ୨ଉପଜିଲାପାଳ ମଧ୍ୟ ବଦଳି ସାରିଲେଣି। କିନ୍ତୁ ରାସ୍ତା ଜବରଦଖଲ ଯେମିତିକୁ ସେମିତି ରହିଛି। ଅପରପକ୍ଷେ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରା ନ ଯାଇ ବୁଲଡୋଜର ଲଗାଇ ଗରିବ, ଖଟିଖିଆଙ୍କ ଘର, ଠେଲା ଦୋକାନକୁ ହଟାଇ ଦିଆଯାଉଥିବାରୁ ପ୍ରଶାସନକୁ ମଧ୍ୟ ଲୋକହସା ହେବାକୁ ପଡୁଛି। ଏପରି କି ଏହି ପ୍ରସଙ୍ଗ ଉଠାଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି।

Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri