Posted inଜାତୀୟ

ବୟାନ ରେକର୍ଡ କରିବା ବାହାନାରେ ୩ବର୍ଷର ପୁଅ ଆଗରେ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର, କନଷ୍ଟେବଲ୍‌ ଗିରଫ

ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍‌ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩ ବର୍ଷର ପୁଅ ସମ୍ମୁଖରେ ବଳାତ୍କାର କରିବା ପରେ ଏନେଇ କାହାରିକୁ କହିଲେ ସ୍ବାମୀଙ୍କୁ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଜୟପୁର ସାଙ୍ଗନେର ପୋଲିସ ସମ୍ପୃକ୍ତ କନଷ୍ଟେବଲଙ୍କୁ ଗିରଫ କରିଛି। ଅଭିଯୁକ୍ତ କନଷ୍ଟେବଲ୍‌ ହେଉଛନ୍ତି ସାଙ୍ଗନେର ପୋଲିସ ଷ୍ଟେଶନରେ କାର୍ଯ୍ୟରତ ଭାଗରାମ। ଅଭିଯୁକ୍ତଙ୍କୁ ରବିବାର ଗିରଫ କରାଯିବା ସହ ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ସାଙ୍ଗନେର ଆସିଷ୍ଟାଣ୍ଟ ପୋଲିସ କମିଶନର(ଏସିପି) ବିନୋଦ କୁମାର ଶର୍ମା କହିଛନ୍ତି। ଏହି ଘଟଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ମହିଳାଙ୍କ ସୁରକ୍ଷାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ଅନୁସାରେ, ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଥାନାରେ ଶୁକ୍ରବାର ଏକ ଅଭିଯୋଗ କରିଥିଲେ। ଶନିବାର ଅଭିଯୋଗକାରୀ ତଥା ପୀଡ଼ିତାଙ୍କ ସ୍ବାମୀ କାମକୁ ଯାଇଥିବାବେଳେ ଅଭିଯୁକ୍ତ କନଷ୍ଟେବଲ ଭାଗରାମ ଉକ୍ତ ମାମଲାରେ ବୟାନ ରେକର୍ଡ ପାଇଁ ମହିଳାଙ୍କୁ ଫୋନ କରି ଏକ ହୋଟେଲକୁ ଡାକିଥିଲେ। ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କୁ ଏବଂ ତାଙ୍କ ୩ବର୍ଷର ପୁଅକୁ ଅଭିଯୁକ୍ତ କନଷ୍ଟେବଲ ମୋଟର ସାଇକେଲରେ ହୋଟେଲକୁ ନେଇଥିଲେ। ସେଠାରେ ମହିଳାଙ୍କୁ ଏକ ରୁମ୍‌କୁ ନେଇ ବୟାନ ରେକର୍ଡ କରିବା ପରିବର୍ତ୍ତେ ମହିଳାଙ୍କୁ ତାଙ୍କ ପୁଅ ସମ୍ମୁଖରେ ବଳାତ୍କାର କରିଥିଲେ। ମହିଳା ଏହାକୁ ବିରୋଧ କରିବାରୁ ଘଟଣା ସମ୍ପର୍କରେ କାହାରିକୁ ଜଣାଇଥିଲେ ତାଙ୍କ ସ୍ବାମୀଙ୍କୁ ଜେଲରେ ପୂରାଇେଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଅଭିଯୁକ୍ତ ଭାଗରାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସିପି ଶର୍ମା କହିଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଘଟଣାଟି ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ନିର୍ବାଚନମଣ୍ଡଳୀରେ ଘଟିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଦଳିତ ଗର୍ଭବତୀ ମହିଳାଙ୍କୁ ପୋଲିସ କନଷ୍ଟେବଲ ବଳାତ୍କାର କରିବା ଘଟଣା ଅନତ୍ୟନ୍ତ ନିନ୍ଦନୀୟ। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଗେହଲଟ କହିଛନ୍ତି। ଏଥିସହ ଅଭିଯୁକ୍ତ କନଷ୍ଟେବଲଙ୍କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri