ନାଗସାପ ଦେଖାଇ ଭୟଭୀତ କରୁଥିଲେ ଅଭିଯୁକ୍ତ:୪ ଅପହୃତଙ୍କୁ ଉଦ୍ଧାର କଲା ପୋଲିସ, ଜଣେ ଗିରଫ

ବ୍ରହ୍ମପୁର/ଦିଗପହଣ୍ଡି/ଚିକିଟି,୨୭ା୧(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ପାଇଁ ଗତ ୪ ଦିନ ହେଲା ଗଞ୍ଜାମ ଜିଲାରେ ଅପହରଣକାରୀଙ୍କ କବଳରେ ଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀ ସୋମବାର ଉଦ୍ଧାର ହୋଇଛନ୍ତି। ଅପହରଣକାରୀଙ୍କ କବଳରୁ ଜଣେ ଖସିଆସି ପୋଲିସର ଦ୍ୱାରସ୍ଥ ହେବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠସାହିର ଅହମ୍ମଦ ଖାନ୍‌, ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଗଡ଼ ନହରକଣ୍ଟା ଗ୍ରାମର ଅମରଜିତ୍‌ ସାମନ୍ତସିଂହାର। ଅପହରଣକାରୀମାନେ ଏମାନଙ୍କୁ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟିଗଡ଼ ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ଏକ ଅବ୍ୟବହୃତ କୁଡିଆରେ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାଗସାପ ଆଣି ଦଂଶନ ଭୟ ଦେଖାଉଥିଲେ। ପୋଲିସ ଉକ୍ତ କୁଡିଆକୁ ସିଲ୍‌ କରିବା ସହ ୩ଟି ସାପ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁଙ୍କୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ବ୍ରହ୍ମପୁରର ହୋଇଥିବା ବେଳେ ଏଥିରେ ଜିଲାର ୧୦ଜଣିଆ ଗ୍ୟାଙ୍ଗ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବ୍ରହ୍ମପୁର ଏସ୍‌ପି ଡ.ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅଭିଯୁକ୍ତ ପୃଥ୍ବୀରାଜ ଏବଂ ତାଙ୍କ ସହଯୋଗୀମାନେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ରବୀନ୍ଦ୍ରଙ୍କୁ ଏକ ପ୍ରୋଜେକ୍ଟ ପାଇଁ ଟଙ୍କା ଆବଶ୍ୟକ ଥିବା ବାହାନାରେ ଡକାଇଥିଲେ। ତେଣୁ ଗତ ଗୁରୁବାର ରବୀନ୍ଦ୍ରଙ୍କ ସମେତ ସଂସ୍ଥାର ଅନ୍ୟ ୩ କର୍ମଚାରୀ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ୨ଟି କାରରେ ନେଇ ନିସ୍ତୁକ ମାଡ଼ ମାରି ୨ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଚିକିଟି ନିକଟ କେରାଣ୍ଡିମାଳ ଜଙ୍ଗଲକୁ ନେଇ ମାଡ଼ ମାରିଥିଲେ। ସେଠାରୁ ଚିକିଟିଗଡ ଗ୍ରାମସ୍ଥିତ ଏକ ପରିତ୍ୟକ୍ତ କୁଡିଆରେ ହାତଗୋଡ ବାନ୍ଧି ପକାଇ ରଖିବା ସହ ସାପ ଆଣି ଦଂଶନ ଭୟ ଦେଖାଇଥିଲେ। ଅପହୃତ ରବୀନ୍ଦ୍ର କୌଶଳକ୍ରମେ ସୋମବାର ଭୋର୍‌ରେ ଅପହରଣକାରୀଙ୍କ କବଳରୁ ଖସିଆସି ନିକଟରେ ଥିବା ଚିକିଟି ତହସିଲଦାରଙ୍କ କ୍ୱାର୍ଟର୍ସ ଭିତରେ ପଶିଯାଇ ଆମକୁ ରକ୍ଷା କର ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ଘଟଣା ସମ୍ପର୍କରେ ଜାଣିବା ପରେ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ରବୀନ୍ଦ୍ରଙ୍କ ସୂଚନାକ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରୁ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲା। ସେଠାରେ ଗଞ୍ଜେଇ ଗଛସବୁ କଟାଯାଇ ଗଦା ହୋଇଥିବା ମଧ୍ୟ ଦେଖାଯାଇଥିଲା। ଖବରପାଇ ଅବକାରୀ ଟିମ୍‌ ପହଞ୍ଚି ସେଗୁଡିକୁ ନଷ୍ଟ କରିିଛି। ରବୀନ୍ଦ୍ରଙ୍କ ଏତଲା ପ୍ରକାରେ କେ.ନୂଆଗାଁ ଥାନାରେ ଏକ ମାମଲା (ନଂ.୪୧/୨୫) ରୁଜୁ କରାଯାଇଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri