Posted inଜାତୀୟ

ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକୁ ସତର୍କ ରୁହନ୍ତୁ: ଇସି

ନୂଆଦିଲ୍ଲୀ,୧୬।୧: ନିର୍ବାଚନ ପ୍ରଚାରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଉପଯୋଗ ବଢ଼ୁଥିବା ଏବଂ ଏହା ଭୋଟରଙ୍କ ମତାମତକୁ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ନିର୍ବାଚନ କମିଶନ (ଇସି) ଗୁରୁବାର ରାଜନୈତିକ ଦଳଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି। ଏଆଇ ସୃଷ୍ଟି କଣ୍ଟେଣ୍ଟର ବ୍ୟବହାରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଇସି ଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଏଆଇ ପ୍ରଯୁକ୍ତି ଦ୍ୱାରା ପ୍ରସ୍ତୁତ ବା ପରିବର୍ତ୍ତିତ ଫଟୋ, ଭିଡିଓ, ଅଡିଓ କିମ୍ବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକରେ ଏଆଇ-ଜେନେରେଟେଡ୍‌/ଡିଜିଟାଲୀ ଏନ୍‌ହାନ୍ସଡ/ସିନ୍ଥେଟିକ୍‌ କଣ୍ଟେଣ୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ରାଜନୈତିକ ଦଳଗୁଡ଼ିକୁ କୁହାଯାଇଛି। ସିନ୍ଥେଟିକ୍‌ କଣ୍ଟେଣ୍ଟ ବ୍ୟବହୃତ ପ୍ରଚାର ବିଜ୍ଞାପନ କିମ୍ବା ପ୍ରଚାରଧର୍ମୀ ବିଷୟବସ୍ତୁ ଗୁଡ଼ିକର ପ୍ରସାର ସମୟରେ ରାଜନୈତିକ ଦଳଙ୍କୁ ଏକ ଘୋଷଣାନାମା ଦେବାକୁ ହେବ।

ଏଆଇ ଏବଂ ଡିପ୍‌ ଫେକ୍‌ ଦ୍ୱାରା ଭୁଲ୍‌ ତଥ୍ୟ ପ୍ରସାରିତ ହେବା ସମ୍ଭାବନା ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ନିକଟରେ ସତର୍କ କରାଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ରହିଥିବା ଆସ୍ଥା ପ୍ରତି ଏହା କ୍ଷତି ପହଞ୍ଚାଇପାରେ ବୋଲି ସେ ଚିନ୍ତାବ୍ୟକ୍ତ କରିଥିଲେ। ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକର ଦାୟିତ୍ୱସମ୍ପନ୍ନ ଏବଂ ନୈତିକ ବ୍ୟବହାର ପାଇଁ ନିର୍ବାଚନ କମିଶନ ଗତବର୍ଷ ଲୋକ ସଭା ନିର୍ବାଚନ ବେଳେ ମାର୍ଗଦର୍ଶିକା ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri