ଅପେରାରେ ଅଶ୍ଳୀଳ ନାଚ ରୋକିବାକୁ ଭିଡିଓ ରେକର୍ଡିଂ

ମାଲକାନଗିରି,୩୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଅପେରା ମଞ୍ଚରେ ଅଶ୍ଳୀଳତା ନେଇ ଅଭିଯୋଗ ହେବାପରେ ରେକର୍ଡ ଡ୍ୟାନ୍ସ ସମୟରେ କ୍ୟାମେରା ଲଗାଇ ରେକର୍ଡିଂ କଲା ପୋଲିସ। ପୋଲିସ ଛାଉଣୀରେ ଚାଲିଲା ଆଇଟମ ଗାର୍ଲଙ୍କ ନିଶା ମହାରଣାଙ୍କ ନାଚ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲା କତାମେଟା ଗ୍ରାମରେ ଚାଲିଥିବା ଅପେରାରେ ଅଶ୍ଳୀଳ ନୃତ୍ୟ ପରିବେଶଣ ନେଇ ଅଭିଯୋଗ ଓ ମାମଲା ରୁଜୁ ହୋଇଥିଲା। ଯେଉଁଥି ଲାଗି ମାଲକାନଗିରି ସଦରର ଡିଏନ୍‌କେ ଖେଳ ପଡିଆରେ ଚାଲିଥିବା ତାରିଣୀ ଗଣନାଟ୍ୟରେ ସୋମବାର ରାତିରେ ରେକର୍ଡ ଡ୍ୟାନ୍ସ କରାଯାଇଥିଲା। ତେଣୁ କତାମେଟା ଘଟଣାର ପୁନରାବୃତ୍ତି ନ ହେବା ଲାଗି ତାରିଣୀ ଗଣନାଟ୍ୟ ଉପରେ ନଜର ରଖିଥିଲା ପୋଲିସ।

ଯାତ୍ରା କମିଟି ଠାରୁ ଲିଖିତ ଆକାରରେ ଅଶ୍ଳୀଳତା ନକରିବା ପାଇଁ ଲେଖା ଗ୍ରହଣ କରି ଅପେରା ଷ୍ଟେଜ୍‌ ନିକଟରେ କ୍ୟାମେରା ଭିଡିଓ ରେକର୍ଡିଂ କରିବା ସର୍ତ୍ତରେ ନିଶା ମହାରଣାଙ୍କ ସୋ ଲାଗି ଅନୁମତି ଦେଇଥିଲା ମାଲକାନଗିରି ପୋଲିସ। ହେଲେ ଅପେରା ପେଣ୍ଡାଲରେ ନିଶା ମହାରଣା ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ହୋ ହଲ୍ଲା ସୃଷ୍ଟି ହୋଇଥିବା ବେଳେ ଉପସ୍ଥିତ ଦର୍ଶକ ମାନଙ୍କୁ ନିଶା ମହାରଣା ଆଜି କେବଳ ମୋର ନାଚ ଦେଖି ଖୁସି ହୁଅନ୍ତୁ କହିଥିବା ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri