ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ

ପିଲାଦିନେ ମୁଁ ଥିଲି ଅତ୍ୟନ୍ତ ଗରିବ। ସେତେବେଳେ ପ୍ୟାଣ୍ଟ ଶାର୍ଟ କିଣିବା ତ ଦୂରର କଥା ସକାଳୁ ଉଠିଲେ ଆମର ଚିନ୍ତା ଥିଲା ଆଜି କ’ଣ ଖାଇବୁ। ତଥାପି ସେଇ ଦରିଦ୍ରତା ଭିତରେ ମୁଁ ଥିଲି ଦେଶ ପାଇଁ ସମର୍ପିତ। କେମିତି ଦେଶରେ ସମାଜବାଦ ଆସିବ, ସାରା ଦୁନିଆରୁ ଦାରିଦ୍ର୍ୟ ଦୂର ହୋଇଯିବ, ଶାଷଣକଷଣ ଆଉ ମଣିଷର ରହିବନି ଏମିତି ବହୁ ସ୍ବପ୍ନ ନେଇ ଏସ୍‌ୟୁସିଆଇ କମ୍ୟୁନିଷ୍ଟ ଦଳର ଡିଏସ୍‌ଓ ଛାତ୍ର ସଂଗଠନରେ ଦିନରାତି ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲି। ସେହି ସମୟରେ ଅର୍ଥାତ୍‌ ୧୯୮୯ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ପଢିବାର ସୁଯୋଗ ପାଇଲି। ତା’ପରେ ଇଂରାଜୀରେ ଏମ୍‌.ଏ. କଲି। ଠିକ୍‌ ସେତିକିବେଳେ ହିଁ ମୋ ପାଖକୁ ଭାରତୀୟ ରେଳପଥର ଦକ୍ଷିଣ-ପୂର୍ବ ରେଳପଥ ଜୋନାଲ୍‌ ମୁଖ୍ୟ କାର୍ଯ୍ୟାଳୟ କଲିକତାସ୍ଥ ଗାର୍ଡେନ ରିଚ୍‌ରେ ବରିଷ୍ଠ ପ୍ରସାର ନିରୀକ୍ଷକ ଚାକିରିର ସୁଯୋଗ ଆସିଲା। ଯେହେତୁ ଚାକିରି କରିବାର ଆଗ୍ରହ ନ ଥିଲା, ତେଣୁ କୌଣସି କମ୍ପିଟିଟିଭ୍‌ ପାଇଁ ପ୍ରସ୍ତୁତି ହେଉ ନ ଥିଲି କି ପରୀକ୍ଷା ଦେଉ ନ ଥିଲି। ସାରା ଜୀବନ ଦେଶ ସେବାରେ ନିଜକୁ ସମର୍ପିତ କରିବାକୁ ମନସ୍ଥ କରିଥିଲି। କିନ୍ତୁ ଯେତେବେଳେ ଏସ୍‌ୟୁସିଆଇରୁ ବହୁ ଶୀର୍ଷ ନେତୃତ୍ୱମାନେ ଦଳ ତ୍ୟାଗ କରିବାକୁ ଲାଗିଲେ ମୁଁ କିଂକର୍ତ୍ତବ୍ୟ ବିମୂଢ ହୋଇ ଚାକିରି କରିବାକୁ ନିଷ୍ପତ୍ତି ନେଲି। ହେଲେ ସେତେବେଳକୁ କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ଯେଉଁ ଶେଷ ବୟସସୀମା ଥାଏ ତାହା ଶେଷ ହେବାକୁ ମୋ ହାତରେ ମାତ୍ର ୪ମାସ ସମୟ ଥାଏ। ସେହି ଭିତରେ ବହୁ ପୋଷ୍ଟ ପାଇଁ ଆବେଦନ କଲି। କିନ୍ତୁ କଲେଜରେ କ୍ଲାସ୍‌ ଓ ପରେ ଏମ୍‌ଏ ପରୀକ୍ଷା ଆରମ୍ଭ ହୋଇଯିବାରୁ ଠିକ୍‌ ସମୟରେ କୌଣସି କମ୍ପିଟିଟିଭ୍‌ ପରୀକ୍ଷା ଦେଇପାରିଲି ନାହିଁ। ଶେଷକୁ କେବଳ ଏହି ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ପ୍ରସାର ନିରୀକ୍ଷକ ପଦବୀ ପାଇଁ ପରୀକ୍ଷା ଦେବାକୁ ସମୟ ମିଳିଲା। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ କଲିକତା ଗଲି ଚାକିରିରେ ଯୋଗ ଦେବାପାଇଁ। କଲିକତାରେ ରହୁଥିବା ଆମ ଗାଁର ରଥିଆ ଭାଇ (ରତ୍ନାକର ପ୍ରଧାନ) ପାଖରେ ମେସ୍‌ରେ ରହିଲି। ସେହି ମେସ୍‌ରେ ରହୁଥିବା ଆଉ ପାଞ୍ଚଜଣ ବି ଥିଲେ ଆମ ଗାଁପାଖ ଲୋକ। ସେମାନେ ସମସ୍ତେ ସୂତାକଳରେ କାମ କରୁଥିଲେ। ସମସ୍ତେ ମତେ ଖୁବ୍‌ ଶ୍ରଦ୍ଧା କରୁଥିଲେ। ମୋ ପାଇଁ ରାନ୍ଧିବାଢି ଦେଉଥିଲେ। ମୋତେ କିଛି ବି କାମ କରେଇ ଦେଉ ନ ଥିଲେ। ରଥିଆ ଭାଇ ତ ମୋତେ ସାନ ଭାଇ ଭଳି ସ୍ନେହ କରୁଥିଲେ। ସେମାନଙ୍କ ସ୍ନେହରେ ବେଳେବେଳେ ଭାବପ୍ରବଣ ହୋଇପଡୁଥିଲି। ମନେପଡୁଛି ପ୍ରଥମ ଦରମା ବାବଦରେ ଚାରି ହଜାର ଟଙ୍କା ପାଇଥିଲି। ଯିଏ ଥରେ ବି ପାଞ୍ଚଶହ ଟଙ୍କା ଧରିବାର ସୁଯୋଗ ପାଇ ନ ଥିଲା ତାକୁ ଏତେଗୁଡ଼ିଏ ଟଙ୍କା ଦେଖିଲେ ଯେମିତି ଲାଗେ, ମୋତେ ବି ସେଦିନ ଠିକ୍‌ ସେମିତି ଲାଗିଥିଲା। କ’ଣ କରିବି ଭାବି ପାରୁ ନଥିଲି। ଖୁସିରେ ସମସ୍ତଙ୍କୁ ଶହେ ଟଙ୍କା ଲେଖାଏ ଦେଲି, ଆଉ ରଥିଆ ଭାଇକୁ ହଜାରେ ଟଙ୍କା ଦେଲି। ତା’ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ସେଟ୍‌ ବହି ୨୫୦ ଟଙ୍କା ଦେଇ କିଣିଲି; ଯାହାକୁ କିଣିବାକୁ ବହୁ ଦିନରୁ ଇଚ୍ଛା ଥିଲା, କିନ୍ତୁ ପଇସା ଅଭାବରୁ କିଣିପାରି ନ ଥିଲି। ଏସବୁ ପରେ ବାପାଙ୍କ କରଜ ଶୁଝିବାକୁ ଘରକୁ ବି କିଛି ଟଙ୍କା ପଠାଇଥିଲି। କାରଣ ଅଭାବ ହେତୁ ବାପାଙ୍କୁ ତାଙ୍କର ୨୦ ଜଣିଆ ପରିବାରକୁ ଚଳାଇବାକୁ ଅନେକ ସମୟରେ କରଜ କରିବାକୁ ପଡୁଥିଲା। ପ୍ରଥମ ଦରମା ଏମିତି ବାଣ୍ଟିବାରେ ହିଁ ମୋର ସରିଯାଇଥିଲା। କେବଳ ପ୍ରଥମ ଦରମା କାହିଁକି ଚାକିରି ଶେଷ ପର୍ଯ୍ୟନ୍ତ ବି ପ୍ରତିମାସର ଦରମା କେମିତି ଆସି କେମିତି ସରୁଥିଲା ତା’ର ହିସାବ ବି ମୁଁ କେବେ ରଖିନି। କାରଣ ଟଙ୍କା ପ୍ରତି ମୋର ମୋହ କେବେ ନ ଥିଲା କି ଏବେ ବି ନାହିଁ। ପୂର୍ବତଟ ରେଳପଥରୁ ବରିଷ୍ଠ ଜନସମ୍ପର୍କ ଅଧିକାରୀ ଭାବେ ଚାକିରିରୁ ଅବସର ନେବା ପରେ ଏବେ ମୋ ସମୟ କେବଳ କବିତା ଓ ସ୍ତମ୍ଭ ଲେଖାରେ ବିତୁଛି। ‘ଭିନ୍ନ ଇଲାକାର ସ୍ବର’, ‘ମହରଗ ପାଦେ ମାଟିର ସ୍ବପ୍ନ’, ‘ବିଭିନ୍ନ ବସୁଧା’, ‘ଏ ଯୁଦ୍ଧ ନୁହେଁ ତୁମର’, ‘ଅସରନ୍ତି ଯାତ୍ରା’, ‘ମୁଁ ସର୍ବହରାର କବି’ ହେଉଛି ମୋ ରଚିତ କେତୋଟି କବିତା ସଂକଳନ।


Enter your email to get our daily news in your inbox.

All Right Reserved By Dharitri.Com

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍‌…

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri