Posted inUncategorized

ଦେଶରେ ବଢି ଚାଲିଛି ମୁସଲମାନଙ୍କ ସଂଖ୍ୟା, ପ୍ରାୟତଃ ୩ ଶିଶୁ ପ୍ରସବ କରୁଛନ୍ତି ମହିଳା!

ନୂଆଦିଲ୍ଲୀ,୨୮।୧୨: ସୋସିଆଲ ମିଡିଆରେ ଏପରି ଅନେକ ଦାବି କରାଯାଇଛି ଯେ ୨୦୫୦ ସୁଦ୍ଧା ଭାରତରେ ମୁସଲମାନମାନେ ଜନସଂଖ୍ୟାର ୫୦ପ୍ରତିଶତରୁ ଅଧିକ ହେବେ, କିନ୍ତୁ ବାସ୍ତବତା ଆଉ କିଛି କହୁଛି। ବିଶ୍ୱର ସର୍ବବୃହତ ସର୍ଭେ ଏଜେନ୍ସି ଆକଳନ କରିଛି ଯେ ୨୦୫୦ ସୁଦ୍ଧା ଦେଶରେ ୩୩ କୋଟିରୁ ଅଧିକ ମୁସଲମାନ ରହିବେ। ରିପୋର୍ଟ ଅନୁଯାୟୀ ୨୦୬୦ସୁଦ୍ଧା ଦେଶରେ ୧୯.୪ପ୍ରତିଶତ ଲୋକ ମୁସଲମାନ ହେବେ। ଯେତେବେଳେ କି, ୨୦୧୫ରେ ୧୪.୯ ପ୍ରତିଶତ ମୁସଲମାନ ଥିଲେ।
ଏଥି ସହିତ, ଯଦି ଆମେ ହିନ୍ଦୁ ଜନସଂଖ୍ୟା ବିଷୟରେ କହିବା, ୨୦୬୦ ସୁଦ୍ଧା ହିନ୍ଦୁମାନଙ୍କର ଜନସଂଖ୍ୟା ୨୭ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ ହିନ୍ଦୁମାନଙ୍କର ଜନସଂଖ୍ୟା ୧୫ ପ୍ରତିଶତ । ଏହା ବ୍ୟତୀତ ୨୦୬୦ ସୁଦ୍ଧା ଖ୍ରୀଷ୍ଟିଆନ ଜନସଂଖ୍ୟା ୩୪ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ ଜନସଂଖ୍ୟାର ୩୧ ପ୍ରତିଶତ ଖ୍ରୀଷ୍ଟିଆନ ଅଟନ୍ତି। ଯଦି ଦେଖାଯାଏ, ଏହି ଧର୍ମ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ ଧର୍ମ ହେଉଛି ଖ୍ରୀଷ୍ଟିଆନ ଧର୍ମ। ଏହି ଇସଲାମ ପରେ ହିନ୍ଦୁ ଧର୍ମ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଧର୍ମ।
ଆମେରିକାର ସଂଗଠନ ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ରୁତ ଗତିରେ ବଢୁଥିବା ଧର୍ମ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟର ଆକଳନ ଆଶ୍ଚର୍ଯ୍ୟଜନକ ଅଟେ । ରିପୋର୍ଟରେ କୁହାଯାଇଛି ଯେ ଇସଲାମ ହେଉଛି ସେହି ଧର୍ମ ଯାହାର ଅନୁସରଣକାରୀଙ୍କ ସଂଖ୍ୟା ଅନ୍ୟ ଧର୍ମ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ମୁସଲମାନମାନଙ୍କର ଜନସଂଖ୍ୟା ବୃଦ୍ଧିରେ ଯୁବ ଜନସଂଖ୍ୟା ଏବଂ ଉଚ୍ଚ ପ୍ରଜନନ ହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁସଲମାନ ସମ୍ପ୍ରଦାୟର ପ୍ରଜନନ ହାର ଅନ୍ୟ ଧର୍ମ ଅପେକ୍ଷା ବହୁତ ଅଧିକ । ଅନ୍ୟ ଧର୍ମର ଜଣେ ମହିଳା ହାରାହାରି ଦୁଇଟି ସନ୍ତାନ ପ୍ରସବ କରୁଥିବାବେଳେ ଜଣେ ମୁସଲମାନ ମହିଳା ହାରାହାରି ତିନି ସନ୍ତାନ ପ୍ରସବ କରନ୍ତି। ବିକାଶଶୀଳ ଦେଶମାନଙ୍କରେ ପ୍ରଜନନ ହାର ଅଧିକ ଏବଂ ମୃତ୍ୟୁ ହାର କମ। ଏହି କାରଣରୁ, ୨୦୫୦ସୁଦ୍ଧା ଆଫ୍ରିକୀୟ ସାହାରା ଦେଶରେ ମୁସଲମାନମାନଙ୍କ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri