ଭିଜିଲା ଧାନ, ଚିନ୍ତାରେ ଚାଷୀ

ଭବାନୀପାଟଣା/କୋକସରା/କର୍ଲାମୁଣ୍ଡା/ରୁପ୍ରାରୋଡ, ୨୬।୧୨(ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ପ୍ରଦୀପ କୁମାର ସାହୁ/ ସଞ୍ଜିବ ଦାସ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାଠାରୁ ଲାଗି ରହିଛି ଲଘୁଚାପ ବର୍ଷା। ଯାହାର ପ୍ରଭାବରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଚାଷୀ। ବର୍ତ୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବାବେଳେ ଲଗାଣ ବର୍ଷା ଯୋଗୁ ମଣ୍ଡିରେ ଓ ଖଳାରେ ଥିବା ଧାନ ଭିଜି ଯାଇଥିବାରୁ ଚାଷୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ବିଶେଷକରି ଟୋକନ ବିଳମ୍ବ ହେତୁ ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରିବାରୁ ଏପରି ସମସ୍ୟା ଦେଖାଦେଇଛି। ଜିଲାର ଶହେରୁ ଊର୍ଦ୍ଧ୍ୱ ମଣ୍ଡି ଏବେ ମଧ୍ୟ ଖୋଲା ଆକାଶ ତଳେ ଚାଲିଛି। ଯଦିଓ ଚାଷୀଙ୍କୁ ଧାନ ଢାଙ୍କିବା ପାଇଁ ତାରପୋଲିନ ଦିଆଯାଇଛି ତଥାପି ମଧ୍ୟ ଲଗାଣ ବର୍ଷା ଯୋଗଁୁ ତଳ ଆଡେ ପାଣି ପଶି ଯାଇ ଧାନ ଭିଜୁଥିବା ନଜିର ରହିଛି। ଏପଟେ ବର୍ଷା ଯୋଗୁ ବୁଧବାର ମଣ୍ଡି କାର୍ଯ୍ୟ ବନ୍ଦ ରହିଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ। ଜିଲାରେ ମଙ୍ଗଳବାର ସୁଦ୍ଧା ୨୫ହଜାର ଚାଷୀଙ୍କ ପ୍ରାୟ ୧୧ଲକ୍ଷ ୭୦ହଜାର କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବର୍ଷା ଯୋଗୁ ମଣ୍ଡି କାର୍ଯ୍ୟ କିଛି ଦିନ ପ୍ରଭାବିତ ହୋଇପାରେ ବୋଲି ଜଣାପଡିଥିବାବେଳେ ଧାନ କଟନିଛଟନି ମଧ୍ୟ ବଢିପାରେ ବୋଲି ଚାଷୀ ଆଲୋଚନା କରୁଛନ୍ତି। ଜିଲାର ଭବାନୀପାଟଣା, ଜୁନାଗଡ଼, ନର୍ଲା, କୋକସରା, କର୍ଲାମୁଣ୍ଡା ଆଦି ସବୁ ବ୍ଲକରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି।
କୋକସରା ବ୍ଲକର ୨୨ ପଞ୍ଚାୟତରେ ୮୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବାବେଳେ ବିକ୍ରି ଅପେକ୍ଷାରେ ଚାଷୀମାନେ ଖୋଲା ଆକାଶ ତଳେ ରଖିଛନ୍ତି। ଧାନକୁ ଶୁଖାଇବା ସହ ମଣ୍ଡିକୁ ନେବା ଅପେକ୍ଷାରେ ରହିଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। କୋକସରା ବ୍ଲକର ବିଭନ୍ନ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ କିଛି ମଣ୍ଡିକୁ ଛାଡି ଦେଲେ ଅନ୍ୟ ସବୁ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି। ଲଗାଣ ବର୍ଷା ଯୋଗୁ ଏବେ ଖୋଲା ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ବର୍ଷାରେ ଭିଜି ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ଅଦିନିଆ ବର୍ଷାରେ କାଦୋପଦର ସହ ଅଧିକାଂଶ ଗ୍ରାମର ଖଳାରେ ଆଣ୍ଠୁଏ ପାଣି ଜମି ରହିଛି।
କର୍ଲାମୁଣ୍ଡା ବ୍ଲକରେ ତିନିଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୧୩ଟି ସ୍ଥାନରେ ମଣ୍ଡି ବ୍ୟବସ୍ଥା ରହିଛି। ତେବେ ଝିପିଝିପି ବର୍ଷା ଲାଗି ରହିବା ଯୋଗୁଁ ବ୍ଲକର ଭଟାପଲା ଓ ଏକାତରା ମଣ୍ଡି ଥିବା ସ୍ଥାନରେ କଂକ୍ରିଟ ହୋଇ ନ ଥିବାରୁ ମାଟି ଜାଗାରେ ଚାଷୀମାନେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଅଦିନିଆ ବର୍ଷା ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରୁଛି। ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁମନ୍ତ ସାହୁଙ୍କୁ ପଚାରିବାରୁ ଚାଷୀଙ୍କ ଧାନର ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ଅନ୍ୟପଟେ ମିଲର୍ସମାନେ ଆବଶ୍ୟକ ମୁତାବକ ଗାଡି ଯୋଗାଉ ନ ଥିବାରୁ ଚାଷୀମାନଙ୍କ ଧାନ ଉଠି ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ନର୍ଲା ବ୍ଲକର ୭ଟି ପାକ୍ସ ଅଧୀନରେ ପାଖାପାଖି ୨୨ଟି ମଣ୍ଡି ରହିଛି। ସେଥି ମଧ୍ୟରୁ ସମସ୍ତ ମଣ୍ଡି ଗତ ଡ଼ିସେମ୍ବର ୧୬ରୁ ପର୍ଯ୍ୟାୟ କ୍ରମେ ଶୁଭାରମ୍ଭ ହୋଇ ବଡ଼ କଷ୍ଟରେ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲି ଆସୁଥିଲା। କିନ୍ତୁ ୩ ଦିନ ଧରି ଲଘୁଚାପ ଜନିତ ଝିପିଝିପି ବର୍ଷରେ ପ୍ରତି ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପାଣିରେ ଭାସୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଲଘୁଚାପଜନିତ ବର୍ଷାରେ ନର୍ଲା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଥିବା ମୁଗ, ବିରି, ହରଡ, କପା ଭଳି ଅନେକ ଅର୍ଥକାରୀ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଏଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କୁ ଉଚିତ ମୂଲ୍ୟର କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନ ଦାବି ଜଣାଇବା ସହ ଏହାର ତୁରନ୍ତ ଆକଳନ କରା ନ ଗଲେ ଅନେକ ଚାଷୀ ସଙ୍ଗଠନ ଓ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇବେ ବୋଲି କୃଷକ ନେତା ଦୁର୍ଯ୍ୟୋଧନ କୁମାର ଓ କୁମୁଦ ଚନ୍ଦ୍ର ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri