ସଙ୍ଗଠନରେ ବଢୁଛି ଉତ୍ପୀଡନ: ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଫୁଲବାଣୀ,୨୮ା୧୧(ରାକେଶ କୁମାର ରାଉତ): ସୁରକ୍ଷା ବାହିନୀର ଲଗାତାର ଚଢାଉ କନ୍ଧମାଳ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକ୍ରମରେ ରୋକ ଲଗାଇଛି। ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ବିଜା ମାଡଭି ଓରଫ ଟିକେଶ। ସେ ଗତ ଫେବୃଆରୀରେ ପୋଲିସ ଗୁଳିରେ ନିହତ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଦାସୁରଙ୍କ ଅଙ୍ଗରକ୍ଷକ ଥିଲେ। ୨୦୨୦ ର୍ସିଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ବିଜାଙ୍କ ସମ୍ପୃକ୍ତି ରହିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଓ କନ୍ଧମାଳ ଏସ୍‌ପି ହରିଶ ବିଶି ସୂଚନା ଦେଇଛନ୍ତି।

ଛତିଶଗଡ଼ ସୁକ୍‌ମା ଜିଲା କିସ୍ତାରାମ ଥାନା ଅଧୀନ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ରୁ ମାଓବାଦୀ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ରେ ସେ ଓଡ଼ିିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ (କାଡଙ୍ଗ ଏରିଆ କମିଟି)ର ସଦସ୍ୟ ରୂପେ ନୂଆପଡା ଅଞ୍ଚଳରେ ସକ୍ରିୟ ଥିଲେ। ବର୍ତ୍ତମାନ ସେ କନ୍ଧମାଳ ଜିଲାର କେକେବିଏନ୍‌ ସଙ୍ଗଠନର ରାହୁଲ ଏରିଆ କମିଟି ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ।

ମାଓବାଦୀ ସଙ୍ଗଠନରେ ଉତ୍ପୀଡନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବୀତସ୍ପୃହ ହୋଇ ବିଜା ଆତ୍ମସମର୍ପଣ କରିଛନ୍ତି। ତାଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ବାଲିଗୁଡା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଆଇଜି କହିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ କନ୍ଧମାଳ-ବୌଦ୍ଧ ଜିଲାରେ ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri