ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ ମଧ୍ୟ ପହଞ୍ଚି ଯାଇଥିଲେ। ସମସ୍ତେ ଶୋକରେ ଡୁବି ମୃତଦେହକୁ ଅପେକ୍ଷା କରିଥିବା ବେଳେ ରାତିରେ ଖଣ୍ଡା, ବନ୍ଧୁକ ଧରି ହଠାତ୍‌ ପହଞ୍ଚିଥିଲେ ୧୦ ଜଣ ଦୁର୍ବୃତ୍ତ। ସମସ୍ତଙ୍କୁ ଭୟଭୀତ କରିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କା ଓ ୩୫୦ ଗ୍ରାମର ସୁନାଗହଣା ନେଇ ଫେରାର ହୋଇଯାଇଥିଲେ। ଏପରି କି ମୃତକଙ୍କ ସ୍ତ୍ରୀ ଓ ବନ୍ଧୁବାନ୍ଧବ ପିନ୍ଧିଥିବା ଗହଣାକୁ ମଧ୍ୟ ଦୁର୍ବୃତ୍ତମାନେ ଝିଙ୍କି ନେଇଥିଲେ। ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ସୋମବାର ରାତିରେ ହୋଇଥିବା ଏପରି ଏକ ଡକାୟତି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମର ଟ୍ରାକ୍ଟର ଚାଳକ ବିଜୟ କୁମାର ସାହୁଙ୍କ ସୋମବାର ଗାଡ଼ିରୁ ଖସିପଡ଼ି ମୃତ୍ୟୁ ହୋଇଥିଲା। ସା ହୋଇଯିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ହାଟରୁ ଘରକୁ ଫେରୁଥିବା ବିଜୟଙ୍କ ଏପରି ମୃତ୍ୟୁ ପରିବାରକୁ ସ୍ତବ୍ଧ କରିଦେଇଥିବା ବେଳେ ସମସ୍ତେ ମୃତଦେହକୁ ଅପେକ୍ଷା କରିଥିଲେ। ବନ୍ଧୁବାନ୍ଧବମାନେ ମଧ୍ୟ ବିଜୟଙ୍କ ଘରେ ପହଞ୍ଚି ଯାଇଥିଲେ। ହେଲେ ରାତିରେ ବୋଲେରୋରେ ଗଁାକୁ ଆସିଥିବା ୧୦ ଜଣ ଡକାୟତ ବିଜୟଙ୍କ ଘରେ ପଶିଯାଇଥିଲେ। ସେମାନେ ବିଜୟଙ୍କ ଭାଇ ଅଜୟ କୁମାର ସାହୁଙ୍କ ବେକରେ ଖଣ୍ଡା ଲଗାଇବା ସହ ମୁଣ୍ଡରେ ମାଉଜର ଲଗାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ। ଏଥିସହ ଘରେ ଥିବା ଆଲମାରି, କାଠବାକ୍ସ ଭାଙ୍ଗି ୧ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା, ରୁପା ଗହଣା ନେଇଯାଇଥିଲେ। ମୃତ ବିଜୟଙ୍କ ସ୍ତ୍ରୀ ଚାରୁଲତା ସାହୁଙ୍କ ବେକରୁ ସୁନା ଚେନ୍‌ ଓ କାନରେ ପିନ୍ଧିଥିବା ଅଳଙ୍କାର, ବନ୍ଧୁବାନ୍ଧବ ଆଲିସା ବେହେରା, ପ୍ରେମଲତା ସାହୁ, ସୁଷମା ସାହୁ, ବିଳାସ ସାହୁ, ମିନତୀ ସାହୁଙ୍କ ସମେତ ୧୫ ଜଣ ମହିଳାଙ୍କ ବେକ ଓ କାନରୁ ମୋଟ ୩୫୦ ଗ୍ରାମ୍‌ର ଅଳଙ୍କାର ଲୁଟି ନେଇଥିଲେ। ସେମାନଙ୍କଠାରୁ ୧୧ଟି ମୋବାଇଲ ଛଡ଼ାଇ ନେବା ସହ ସମସ୍ତଙ୍କୁ ୨ଟି ଘରେ ପୂରାଇ ବାହାରୁ କବାଟଦେଇ ଫେରାର ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି। ଖବରପାଇ ମଙ୍ଗଳବାର ସକାଳେ ହଣ୍ଡପା ଥାନା ଆଇଆଇସି ନମିତା ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି ପ୍ରକାଶ କରିଛନ୍ତି। ସନ୍ଧ୍ୟାରେ ମୃତକଙ୍କ ଭାଇ ଅଜୟ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୪୦୧/୨୪ରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri