Posted inଖେଳ

ରିଟେନ୍‌ କଲାନି କୋଲକାତା, ଚୁପ୍‌ଚାପ୍‌ ଆର୍‌ସିବି ପାଖରେ ପହଞ୍ଚିଲେ ଏହି ଖେଳାଳି; ଲାଗିପାରେ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପାଇଁ ଆର୍‌ସିବି ପ୍ରସ୍ତୁତି ଜୋରଦାର କରିଛି। ଦଳ ୩ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଅକ୍ସନରେ ୮୩ କୋଟି ଟଙ୍କା ଏବଂ ୩ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ସହ ଓହ୍ଲାଇବ। ବିଶେଷକରି ଯୁବ କ୍ରିକେଟରମାନଙ୍କୁ ଦଳ ପ୍ରାଧାନ୍ୟ ଦେବ। ଏହାକୁ ନେଇ ଟ୍ରାଏଲ୍‌ ରଖାଯାଇ ଅନେକ ଘରୋଇ କ୍ରିକେଟରଙ୍କ ଖେଳକୁ ତର୍ଜମା କରାଯାଉଛି। ଏମିତିରେ ଗୋଟିଏ ନାମ ଏଭଳି ଅଛି, ଯିଏ ଗତ ସିଜନରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ଅଂଶବିଶେଷ ଥିଲେ।
୧୯ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଅଙ୍ଗକୁଶ ରଘୁବଂଶୀ ଆଇପିଏଲ୍‌ର ଗତ ସିଜନରେ ଚର୍ଚ୍ଚାରେ ରହିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ନିଜର ଡେବ୍ୟୁ କରିଥିଲେ। ଏହି ସିଜନରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ଦଳ ଏଥର ତାଙ୍କୁ ରିଟେନ୍‌ କରିନାହିଁ। ଏଣୁ ଅଙ୍ଗକୁଶ ମେଗା ଅକ୍ସନରେ ନଜର ଆସିବେ। ଏହାପୂର୍ବରୁ ସେ ଆର୍‌ସିବି ପକ୍ଷରୁ  ଆୟୋଜିତ ଟ୍ରାଏଲ୍ସରେ ଭାଗ ନେଇଛନ୍ତି। ଅର୍ଥାତ ଆରସିବି ଟିମ୍‌ ତାଙ୍କ ଉପରେ ଦାମ୍‌ ଲଗାଇପାରେ ବୋଲି ଆଶା କରାଯାଉଛି।
କହିରଖୁଛୁ, ଗତ ଅକ୍ସନରେ କୋଲକାତା ଟିମ୍‌ ଅଙ୍ଗକୁଷଙ୍କୁ ୨୦ ଲକ୍ଷ ଟଙ୍କା ଦେଇ କିଣିଥିଲା। ସେ ଆଇପିଏଲ ୨୦୨୪ରେ କେକେଆର୍‌ର ୧୦ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ସହ ୧୬୩ ରନ୍‌ ଥିଲା। ତେବେ କୋହଲି ଆଇପିଏଲ୍‌ରେ ଓପନର ଭାବେ ଖେଳିବାକୁ ଓହ୍ଲାଉଛନ୍ତି।ଏମିତିରେ ଆର୍‌ସିବି ତାଙ୍କୁ ନମ୍ବର-୩ରେ ବ୍ୟାଟିଂ ପାଇଁ ଚୟନ କରିପାରେ ବୋଲି କୁହାଯାଉଛି।

ଅଙ୍ଗକୁଷ ଦିଲ୍ଲୀର ବାସିନ୍ଦା। ହେଲେ ସେ ୧୧ ବର୍ଷ ବୟସରେ ମୁମ୍ବାଇ ଚାଲିଯାଇଥିଲେ। ସେ ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ ପକ୍ଷରୁ ଖେଳିଥିଲେ। ଏହି ବିଶ୍ୱକପ୍‌ରେ ସେ ସର୍ବାଧିକ ସ୍କୋର କରିଥିଲେ। ଏହାଛଡ଼ା ସେ ଘରୋଇ କ୍ରିକେଟରେ ମଧ୍ୟ ପ୍ରଭାବି ବ୍ୟାଟିଂ କରିଛନ୍ତି। ଏଯାବତ ସେ ୩ ଫାଷ୍ଟ କ୍ଲାସ, ୫ ଲିଷ୍ଟ ଏ, ୧୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri