ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨ ଏକର ଶ୍ମଶାନ, ଜଳାଶୟ ଏବଂ ଗ୍ରାମ୍ୟ ଜଙ୍ଗଲକୁ ଦଖଲ କରିଛି। ଏନେଇ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ(ଏଜି)ର ଅଡିଟ-୧ ରିପୋର୍ଟରେ ଧରାପଡିଛି। ଏହାପରେ ଧର୍ମଶାଳା ତହସିଲଦାର ଏଜି ରିପୋର୍ଟକୁ ଭିତ୍ତି କରି ୧ କୋଟି ୫୨ ଲକ୍ଷ ୯୪ ହଜାର ୩୧୮ ଟଙ୍କା ସରକାରଙ୍କ ନିକଟରେ ଦାଖଲ କରିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉପରୋକ୍ତ ସରକାରୀ ଜମି ଖାଲି କରିବାକୁ ରାମ୍‌କୋ ସିମେଣ୍ଟର ୟୁନିଟ୍‌ ହେଡ୍‌ଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରୁ ରାମ୍‌କୋ ସିମେଣ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟାରେ କଳା କାରନାମା ସ୍ପଷ୍ଟ ହୋଇଛି।

ହରିଦାଶପୁରଠାରେ କାରଖାନା ପ୍ରତିଷ୍ଠା ପାଇଁ ରାମ୍‌କୋ ପକ୍ଷରୁ ୧୦୦ ଏକର ଜମି ପାଇଁ ଇଡ୍‌କୋ ଜରିଆରେ ଆବେଦନ ହୋଇନାହିଁ ା ଏପରି କି ଜିଲା ରାଜସ୍ବ ପ୍ରଶାସନ ପକ୍ଷରୁ ଭୂଅର୍ଜନ ଆଇନ ୪(୧), ୬(୧)ରେ ରାମ୍‌କୋକୁ ୧.୫୨ ବିଜ୍ଞପ୍ତି ଜାରି କରାଯାଇନାହିଁ। ଭୂଅର୍ଜନ ପ୍ରକ୍ରିୟା ତ ଦୂରର କଥା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି ହୋଇ ନ ଥିବାବେଳେ କମ୍ପାନୀରୁ ଜୋରସୋର ସିମେଣ୍ଟ ଉପତ୍ାଦନ ଚାଲିଛି । ଏଜି ଅଡିଟ୍‌ ରିପୋର୍ଟ ଅନୁସାରେ ଚକ୍ରଧରସୋଲ ମୌଜାର ୧.୪୭ ଏକର, ଶ୍ରୀବନ୍ତପୁର ମୌଜାର ୨.୪୧ ଓ ୦.୧୬ ଏକର, ନାନପୁର ମୌଜାର ୯୫୧ ପ୍ଲଟ୍‌ ନମ୍ବରରେ ୦.୯୧ ଏକର ଓ ୯୪୭ ପ୍ଲଟ୍‌ ନମ୍ବରରେ ୦.୪୭ ଏକର ଶ୍ମଶାନ, ଜଳାଶୟ ଏବଂ ଗ୍ରାମ୍ୟ ଜଙ୍ଗଲ ରାମ୍‌କୋ ପକ୍ଷରୁ ଜବରଦଖଲ କରାଯାଇଛି। ଏଥିରେ କୌଣସି ଜବରଦଖଲ ମାମଲା କିମ୍ବା ଲିଜ୍‌ ପ୍ରପୋଜାଲ ଦାଖଲ କରାଯାଇ ନାହିଁ। ଏହିକ୍ରମରେ ରାମ୍‌କୋକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଥିବା ସ୍ପଷ୍ଟ ହେଉଛି। ଏ ସଂକ୍ରାନ୍ତରେ ଧରିତ୍ରୀରେ ୧୩ା୯ା୨୦୨୪ରେ ‘ପ୍ରଶାସନ ଅଜାଣତରେ ଜମି ଅକ୍ତିଆର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ସବିଶେଷ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ରିପୋର୍ଟ ଅନୁସାରେ ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାର ତାଙ୍କ ପତ୍ରସଂଖ୍ୟା ୫୭୧୭/୨୩ା୧୦ା୨୦୨୪ରେ ଉପରୋକ୍ତ ଜରିମାନା ସହ ଜମି ଖାଲି କରିବାକୁ ନିର୍ଦ୍ଦେଶ ହୋଇଛି। ନଚେତ୍‌ ଓଡ଼ିଶା ପ୍ରିଭେସନ୍‌ ଅଫ୍‌ ଲ୍ୟାଣ୍ଡ ଏନକ୍ଲୁଜମେଣ୍ଟ(ଓପିଏଲଇ)ଆକ୍ଟ ଅନୁଯାୟୀ ଦଖଲଚ୍ୟୁତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ରାମ୍‌କୋ ସିମେଣ୍ଟ ଲିମିଟେଡକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୧୪୩୪୯/୨୮ା୧୦ା୨୦୧୭ରେ କାରଖାନା ପ୍ରତିଷ୍ଠା କରିବାକୁ ବିଭିନ୍ନ ସର୍ତ୍ତରେ ଅନୁମତି ମିଳିଥିଲା। ତାମିଲନାଡୁର ବିରୁଧୁନଗର ରାଜାପଲୟମ ତହସିଲ ଅଧୀନ ଏହି କମ୍ପାନୀ ୪୪୦କୋଟି ଟଙ୍କା ବ୍ୟୟରେ ୧୦୦ ଏକର ଜମିରେ ଏହି ସିମେଣ୍ଟ ଗ୍ରାଇଡିଂ ୟୁନିଟ ସ୍ଥାପନ କରିଛି ା ଭୂ ଅର୍ଜନ ଆଇନକୁ ଦଳିମକଚି ଦିଆଯିବା ସହ ଜିଲା ଜମି ଅଧିଗ୍ରହଣ ଉପଦେଷ୍ଟା ମଣ୍ଡଳୀର ମଧ୍ୟ ଅନୁମତି ଲୋଡ଼ା ଯାଇନାହିଁ ା ଏପରି କି କମ୍ପାନୀ ପାଖରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ତାଲିକା ମଧ୍ୟ ନାହିଁ। ଫଳରେ କ୍ଷତିଗ୍ରସ୍ତ ପରିବାର କମ୍ପାନୀରୁ କୌଣସି ପ୍ରକାର ଉପକୃତ ହୋଇ ପାରିନାହାନ୍ତିି। ରାମ୍‌କୋ ଲୋକଙ୍କ ଚାଷ ଜମି ସହ ଦେବୋତ୍ତର ଓ ବିଭିନ୍ନ ସରକାରୀ କିସମ ଜମି ହାତେଇ ନେଇ ସିମେଣ୍ଟ କାରଖାନା ସ୍ଥାପନ କରିବାକୁ ଏସ୍‌ପିସିବିରୁ ଅନୁମତି ପାଇଛି। ୨୦୧୯ ଫେବୃଆରୀରେ ଏହି ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁର ଓ ଜୋଗରଡା ମୌଜାର ପ୍ରାୟ ୨ ଏକର ଗୋଚର ଜମିକୁ ଅଣଗୋଚର ଜମି ଭାବେ ପରିବର୍ତ୍ତନ କରିବାକୁ ବ୍ୟାପକ ଚଞ୍ଚକତା ହୋଇଥିଲା। ଏଥିପାଇଁ ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ୨୦ଜଣ ସ୍ଥାନୀୟ ଲୋକ ଏବଂ ୨ ଜଣ ସରପଞ୍ଚଙ୍କ ଦସ୍ତଖତକୁ ଜାଲିଆତି କରି ପରିବର୍ତ୍ତିତ ଗୋଚର ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ହୋଇଥିଲା। ଏହି ମର୍ମରେ ସେତେବେଳେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅର୍ଥ ବଳରେ ସମସ୍ତ ଅଭିଯୋଗକୁ ଚପାଇ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା।

ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ରାମ୍‌କୋ ପକ୍ଷରୁ ଏଯାଏ ନିର୍ଦ୍ଧାରିତ ଅର୍ଥ ଦାଖଲ କରାଯାଇ ନାହିଁ। ଏପରିକି ରାମ୍‌କୋ କୌଣସି ଉତ୍ତର ଏଯାଏ ରଖିନାହିଁ। ତେଣୁ ଆଗାମୀ ଦିନରେ ପୁଣି ଥରେ ରାମ୍‌କୋକୁ ରିମାଇଣ୍ଡ କରାଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri