ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍‌ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିବେଶକ ବଡ଼ ଧରଣର କ୍ଷତି ସହିଛନ୍ତି। ଏପରିକି ନିବେଶକ ଦିନକରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ସୋମବାର ପୁଞ୍ଜିବଜାରର ବଜାର ପୁଞ୍ଜି ପ୍ରାୟ ୪୪୮ ଲକ୍ଷ କୋଟି ଥିଲା। ଅପରପକ୍ଷରେ ମଙ୍ଗଳବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ବଜାର କାରବାର ଶେଷ ସୁଦ୍ଧା ନିବେଶକ ପ୍ରାୟ ୬ (୫.୭୬) ଲକ୍ଷ କୋଟି ଟଙ୍କାର ନିବେଶ ହରାଇବାରୁ ପୁଞ୍ଜି ବଜାରର ବଜାର ପୁଞ୍ଜି ପ୍ରାୟ ୪୪୨ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ୩୦ ଶେୟାର ବିଏସ୍‌ଇ ସେନ୍‌ସେକ୍ସ ୮୨୧ ପଏଣ୍ଟ କମି ୭୮,୬୭୫ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି-୫୦ରେ ପ୍ରାୟ ୨୬୦ ପଏଣ୍ଟ ହ୍ରାସ ଘଟି ୨୩,୮୮୩ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ବିଏସ୍‌ଇ ମିଡ୍‌କ୍ୟାପ୍‌ର କାରବାର ୧.୩୧% ହ୍ରାସ ଘଟିଥିଲାବେଳେ ସ୍ମଲକ୍ୟାପ୍‌ର କାରବାର ୧.୬୫% କମିଥିଲା। ନିଫ୍ଟି ମିଡ୍‌କ୍ୟାପ୍‌ର କାରବାର୫୯୬.୨୫ ପଏଣ୍ଟ କମି ୫୫,୨୫୭.୫୦ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ୍‌ର କାରବାର ୧.୫୪% ହ୍ରାସ ଘଟି ୮୬୭୪.୮୫ ଅଙ୍କରେ ଶେଷ କରିିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କର କାରବାର ୧.୩୯% କମି ୫୧,୧୫୭.୮୦ ଅଙ୍କରେ କାରବାର ବନ୍ଦ କରିଥିଲା। ସେକ୍ଟରାଲ କ୍ଷେତ୍ରରେ ତୈଳ ଏବଂ ଗ୍ୟାସ୍‌, ଘରୋଇ ବ୍ୟାଙ୍କ, ଅଟୋ, ସିମେଣ୍ଟ, ଏଫ୍‌ଏମ୍‌ସିଜି, ହେଲ୍‌ଥ କେୟାର ଓ ଫାର୍ମା ଭଳି ନିବେଶକ ସଂସ୍ଥାର ନିବେଶ ପ୍ରାୟ ୧ରୁ୨% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri