ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ

ପ୍ରୋଟିନ୍‌ଗୁଡ଼ିକ ହେଲେ ବିଶାଳ ଏବଂ ଜଟିଳ ଅଣୁ, ଯାହାକି ପ୍ରାୟ ସମସ୍ତ ଜୈବିକ କ୍ରିୟା ପ୍ରକ୍ରିୟା ଲାଗି ଅତ୍ୟାବଶ୍ୟକ। ଏହା ହର୍‌ମୋନ୍‌, ଏଞ୍ଜାଇମ୍‌, ପ୍ରତିପିଣ୍ଡ, ଶରୀରର ବିଭିନ୍ନ ତନ୍ତୁ ଗଠନକାରୀ ଉପାଦାନ ଆଦି ରୂପେ କାର୍ଯ୍ୟ କରି ସାମଗ୍ରିକ ଭାବେ ଜୀବନର ମୂଳଭିତ୍ତି ହୋଇଥିବା ରାସାୟନିକ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ ଓ ପରିଚାଳନା କରନ୍ତି। ମାତ୍ର ୨୦ଟି ଆମିନୋ ଅମ୍ଳରୁ ଗଠିତ ହଜାର ହଜାର ସଂଖ୍ୟକ ପ୍ରୋଟିନ୍‌ କ୍ରିୟାକଳାପ ସେଗୁଡ଼ିକର ସଂରଚନା ଉପରେ ନିର୍ଭର କରେ। ତେଣୁ ତାହାର ଅଧ୍ୟୟନ ଅତି ଗୁରୁତ୍ୱପୂର୍ଣ୍ଣ। ଦୀର୍ଘବର୍ଷ ଧରି ବୈଜ୍ଞାନିକମାନେ ଏହା କରି ଆସୁଛନ୍ତି। ପ୍ରୋଟିନ୍‌ ବିକାଶ କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଲାଗି ଇଂଲଣ୍ଡର ଗୁଗୁଲ୍‌ ଡିପ୍‌ ମାଇଣ୍ଡର ଡେମିସ୍‌ ହାସାବିସ୍‌ ଓ ଜନ୍‌ ଜୁମ୍ପର ଏବଂ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଡାଭିଡ୍‌ ବେକର୍‌ ଚଳିତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ତାଙ୍କ ଗବେଷଣା ମାଧ୍ୟମରେ କୃତ୍ରିମ ମେଧା ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାର କରି ପ୍ରୋଟିନ୍‌ମାନ ଉଦ୍ଭାବନ କରିବାରେ ସଫଳ ହୋଇପାରିଛନ୍ତି। ଏହାଫଳରେ ପ୍ରୋଟିନ୍‌ ଗବେଷଣାରେ ସୃଷ୍ଟି ହୋଇଛି ଏକ ନୂତନ ଦିଗନ୍ତ। ନୋବେଲ ପୁରସ୍କାର କମିଟିର ଘୋଷଣା ଅନୁସାରେ ଏହି ପୁରସ୍କାର ରାଶିର ଅର୍ଦ୍ଧେକ ରାଶି ହାସାବିସ୍‌ ଏବଂ ଜୁମ୍ପର ଏବଂ ଅପର ଅର୍ଦ୍ଧେକ ରାଶି ବେକର୍‌ ପ୍ରାପ୍ତ ହେବେ।
ପୁରସ୍କାର ବିଜୟୀ ଗବେଷଣା : ହାସାବିସ୍‌ ଏବଂ ଜୁମ୍ପର ଗୁଗୁଲ ଡିପ୍‌ ମାଇଣ୍ଡର କୃତ୍ରିମ ମେଧା ବିଜ୍ଞାନାଗାରରେ କାର୍ଯ୍ୟକରି ‘ଆଲ୍‌ଫା ଫୋଲ୍‌ଡ’ ନାମକ ପ୍ରଯୁକ୍ତିବିଦ୍ୟାର ବିକାଶ ଘଟାଇଛନ୍ତି। ଏହାର ପ୍ରୟୋଗ ହେତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏବଂ ନିର୍ଭରଯୋଗ୍ୟ ଭାବେ ପ୍ରୋଟିନ୍‌ର ଭୌତିକ ସଂରଚନା ନିର୍ଦ୍ଧାରଣ ହୋଇପାରୁଛି। ଜୀବବିଜ୍ଞାନୀମାନେ ଏହାକୁ ବ୍ୟବହାର କରି ବହୁସଂଖ୍ୟକ ଏଞ୍ଜାଇମ, ହର୍‌ମୋନ୍‌ ଆଦି ଜୈବ ଅଣୁ ଆବିଷ୍କାର କରୁଛନ୍ତି, ଯାହାକି ଜୀବବିଜ୍ଞାନ ଓ ଗବେଷଣା ତଥା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇପାରୁଛି।
ଅନ୍ୟପକ୍ଷରେ ବେକର୍‌ ପ୍ରୋଟିନ୍‌ର ସଂରଚନା ସମ୍ପର୍କରେ ଆଗତ ସୂଚନା ଦେବା ପାଇଁ ‘ରୋସେଟା’ ନାମକ ଏକ ସଫ୍ଟଓ୍ବେର ବିକାଶ ଘଟାଇଛନ୍ତି। ଏ ସଫଳତାରୁ ତାଙ୍କ ମନକୁ ଆସିଥିଲା ଏକ ନୂତନ ଚିନ୍ତାଧାରା। ସେ ଏବଂ ତାଙ୍କ ସହଯୋଗୀମାନେ ଏହାକୁ ବିପରୀତ ଦିଗରେ ବ୍ୟବହାର କରି ପରୀକ୍ଷାଟିଏ କରିବାକୁ ଲାଗିଲେ। ସେମାନେ ପ୍ରୋଟିନ୍‌ ସଂରଚନା ନିର୍ଦ୍ଧାରଣ ଲାଗି ‘ରୋସେଟା’ ମଧ୍ୟକୁ ଆମିନୋ ଅମ୍ଳଗୁଡ଼ିକର କ୍ରମ ପ୍ରବେଶ ନ କରାଇ ତହିଁରେ ପ୍ରବେଶ କରାଇଲେ ସେମାନଙ୍କ ଚାହିଁବା ମୁତାବକ ଏକ ପ୍ରୋଟିନ୍‌ର ସଂରଚନା ସମ୍ପର୍କରେ ନିର୍ଦ୍ଦେଶ ଏବଂ ଆମିନୋ ଅମ୍ଳ ଫଳରେ ସେଥିରୁ ସମ୍ପୂର୍ଣ୍ଣ ନୂତନ ପ୍ରୋଟିନ୍‌ମାନ ସୃଷ୍ଟି ହେଲା। ଅତଏବ ତାହାକୁ ଅନୁସରଣ କରି ଏବେ ବିଜ୍ଞାନାଗାରମାନଙ୍କରେ ବିଭିନ୍ନ ଜୈବିକ କ୍ରିୟା ସମ୍ପାଦନକ୍ଷମ ନୂତନ ପ୍ରୋଟିନ୍‌ମାନ ପ୍ରସ୍ତୁତ କରିବା ସମ୍ଭବ ହେଉଛି। ଏଗୁଡ଼ିକରେ ରହିଛି ଔଷଧ ଓ ଟିକା ପ୍ରସ୍ତୁତିଠାରୁ ବିବିଧ ଜୈବ ରସାୟନ ଗବେଷଣା କ୍ଷେତ୍ରରେ ପ୍ରୟୋଗ।
ପୁରସ୍କୃତଙ୍କ ସଂକ୍ଷିପ୍ତ ଜୀବନୀ : ହାସାବିସ୍‌ ୧୯୭୬ ମସିହାରେ ଲଣ୍ଡନଠାରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ଚେସ୍‌ ଖେଳରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିପାରିଥିଲେ। ସେ ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ୨୦୦୯ ମସିହାରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିବା ପରେ ୨୦୧୦ ମସିହାରେ କିଛି ସହଯୋଗୀଙ୍କ ସହିତ ମିଶି ‘ଡିପ୍‌ ମାଇଣ୍ଡ’ ନାମକ କୃତ୍ରିମ ମେଧା ଅନୁଷ୍ଠାନ ପ୍ରତିଷ୍ଠା କଲେ। ପରେ ଏହାକୁ କ୍ରୟ କଲା ଗୁଗୁଲ୍‌। ଆମେରିକାର ଲିଟଲ୍‌ରକ୍‌ଠାରେ ୧୯୮୫ ମସିହାରେ ଜନ୍ମଲାଭ କରିଥିବା ଏବଂ ୨୦୧୭ରେ ଚିକାଗୋ ବିଶ୍ୱବିଦ୍ୟାଳୟାରୁ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିବା ଜୁମ୍ପର ସେହିବର୍ଷ ତାଙ୍କ ସହଯୋଗୀ ଭାବେ ଯୋଗଦେଲେ। ସେଠାରେ ସେମାନେ ‘ଆଲ୍‌ଫା ଫୋଲ୍‌ଡ’ (Alfa Fold)ର ବିକାଶ ଘଟାଇଥିଲେ।
ଅନ୍ୟପକ୍ଷରେ ବେକର୍‌ ୧୯୬୨ ମସିହାରେ ଜନ୍ମ ହୋଇଥିଲେ ଆମେରିକାର ଓ୍ବାଶିଂଟନ୍‌ର ସିଟ୍ଟଲଠାରେ। ସେ ୧୯୮୯ ମସିହାରେ ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହୋଇଥିଲେ। ଏହାପରେ ସେ ନୂଆ ପ୍ରୋଟିନ୍‌ ଅଣୁ ଡିଜାଇନ୍‌ କରିବା ଏବଂ ତାହାର ତ୍ରିସ୍ତରୀୟ ସଂରଚନା ସମ୍ପର୍କରେ ପୂର୍ବ ସୂଚନା ଦେବା ସମ୍ପର୍କରେ ଗବେଷଣା ଚଳାଇଥିଲେ। ଫଳରେ ‘ରୋସେଟା’ର ବିକାଶ ଲାଗି ସଫଳତା ମିଳିଲା। ସେ ଏବେ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବାଇଓକେମିଷ୍ଟ୍ରି ପ୍ରଫେସର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରୋଟିନ୍‌ ଡିଜାଇନ୍‌ର ମୁଖ୍ୟ ରୂପେ କାର୍ଯ୍ୟରତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri