Posted inରାଜ୍ୟ

ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସର ମୂଳ ଲକ୍ଷ୍ୟ: ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାଡର୍‌ସ-୨୦୨୬- ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇଛନ୍ତି।

ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏଠାରେ ଉପସ୍ଥିତ ଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପ, ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସମୟ ବାହାର କରି ଆସିଛନ୍ତି, ସେମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ଏଥିସହିତ ଏହି ଅବସରରରେ ଉପସ୍ଥିତ ଥିବା ସମସ୍ତ ଉଦ୍ୟୋଗୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, କୋଭିଡ ସମୟରେ ସେତେବେଳେ ଆମକୁ ଲାଗୁଥିଲା ବିଜ୍‌ନେସରେ ବହୁତ ଚ୍ୟାଲେଞ୍ଜିଂ ଅଛି। ଏହି ସମୟରେ ଆମେ ଚେଷ୍ଟା କରିଥିଲୁ କେମିତି ଆଗକୁ ବଢିବୁ, ଆଉ ସମସ୍ତଙ୍କୁ ଖୁସିରେ ରଖିପାରିବୁ। ସେହି ସମୟରେ ଆମ ମନକୁ ଆସିଲା ଆମର ଏଠି ଗୋଟେ ପରିବେଶ ଅଛି। ବିଜ୍‌ନେସ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବା ପାଇଁ  ଓଡ଼ିଶାରେ ସେମିତି କିଛି ପରିବେଶ ନଥିଲା। ଭଲ ଆୟ ଏବଂ ବିଜନେସ୍‌ ଇଣ୍ଡଷ୍ଟ୍ରି ପାଇଁ କେଉଁଠି ନା କେଉଁଠି କମ୍‌ ଥିଲା। ଚାକିରି ହେଲେ ମା’ବାପାଙ୍କୁ ଖୁସିଲାଗେ। ସରକାରୀ ଚାକିରି ହେଲେ ଆହୁରି ଖୁସି ଲାଗେ। ସ୍ଥିର ଇନକମ ପାଇଁ, ସ୍ଥିର ଲାଇଫ୍‌ ପାଇଁ ଚାକିରି ଆଜିକାଲି ଭଲ ସୁଯୋଗ। କୋଭିଡ ସମୟରେ ଆମେ ବିଜ୍‌ନେସ  ଏମିନେନ୍ସ ଆଓ଼୍ବାଡର୍ସ ଆରମ୍ଭ କରିଥିଲୁ, ଯାହାର ଲକ୍ଷ୍ୟ ହେଉଛି ରିସ୍କ ନେଉଥିବା, ସୁଯୋଗ ଦେବା ଏବଂ ଅନେକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା। ସେତେବେଳେ ବିଶେଷ କରି ଭୁବନେଶ୍ୱର କଟକରୁ ଉଦ୍ୟୋଗୀ ଆସୁଥିଲେ , ଆମେ ବାଛୁଥିଲୁ। କିନ୍ତୁ ଲାଗୁଥିଲା ଯେ ସବୁ ବର୍ଷ କ’ଣ ଉଦ୍ୟୋଗୀଙ୍କୁ ବାଛିହେବ। ଏବେ ଓଡ଼ିଶାରେ ଉଦ୍ୟୋଗୀଙ୍କ ଲମ୍ବା ଲାଇନ । ସବୁ ବର୍ଷ ନୂଆ ନୂଆ ଉଦ୍ୟୋଗୀଙ୍କୁ ଦେଖୁଛୁ। ବହୁତ ଭିନ୍ନ କାମ ଦେଖୁଛୁ। କେବଳ ଭୁବନେଶ୍ୱର କଟକରେ ନୁହେଁ ସାରା ଓଡ଼ିଶାରୁ ଉଦ୍ୟୋଗୀ ଆସୁଛନ୍ତି। ଓଡ଼ିଶାରେ ଶିଳ୍ପ ଆଗକୁ ବଢୁଛି। ଆପଣ ସମସ୍ତେ ଜଣେ ଜଣେ ସଫଳ ଉଦ୍ୟୋଗୀ । ଧରିତ୍ରୀ ସବୁବେଳେ ଚେଷ୍ଟା କରିଆସିଛି ଭିନ୍ନ ଭିନ୍ନ ପ୍ରୟାସରେ ଲୋକଙ୍କ ପାଖରେ କେମିତି ପହଞ୍ଚିପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?