ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍ଗ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର୍‌ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ କିପରି ଭାବେ ତାଙ୍କ ସହ ଦୁଃର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ସବୁ ଘଟଣା କାନ୍ଦି କାନ୍ଦି ବଖାଣିଛନ୍ତି। ଅଙ୍କିତାଙ୍କ କଥା ଶୁଣିବା ପରେ କମିଶନରେଟ୍‌ ପୋଲିସ ଅଧୀନରେ ଆସୁଥିବା ଭରତପୁର ଥାନାର କର୍ମଚାରୀ ଓ ଅଧିକାରୀ କିପରି ବେଆଇନ ଏବଂ ଆପରାଧିକ କାର୍ଯ୍ୟକଳାପ କରିଥିଲେ ସେସବୁ ଲୋକଲୋଚନକୁ ଆସିଛି। ବିଳମ୍ବିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ରାତିତମାମ ଥାନା କର୍ମଚାରୀ ଅକଥନୀୟ ନିର୍ଯାତନା ଦେଇଛନ୍ତି। ଖାଲି ନିର୍ଯାତନା ନୁହେଁ, ଅଙ୍କିତାଙ୍କୁ ମାଡ଼ ମାରିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ପୁରୁଷ ପୋଲିସ ଗୋଇଠା ମଧ୍ୟ ମାରିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇଥିଲେ। ଏହାପରେ ଆଇଆଇସି ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିବା ଅଙ୍କିତା କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଅଙ୍କିତା କହିଛନ୍ତି, ରାତି ଗୋଟାଏ ସମୟରେ ସେ ତାଙ୍କ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁଭନ୍ସଙ୍କ ସହ ଘରକୁ ଫେରୁଥିଲେ। ତେବେ ଅଧା ରାସ୍ତାରେ କେତେଜଣ ବ୍ୟକ୍ତି ଗାଡ଼ି ଅଟକାଇ ଯୁକ୍ତିତର୍କ କରିଥିଲେ। ସେମାନଙ୍କ କବଳରୁ ବାହାରି ଅଭିଯୋଗ କରିବା ପାଇଁ ଭରତପୁର ଥାନାରେ ପହଞ୍ଚତ୍ଥିଲେ। ସେତେବେଳେ ଥାନା ଅଭ୍ୟର୍ଥନା କକ୍ଷରେ ଜଣେ ମହିଳା କନଷ୍ଟେବଲ ବସିଥିଲେ। ସେ ସେତେବେଳେ ୟୁନିଫର୍ମରେ ନ ଥିଲେ, ନାଇଟ୍‌ ପିନ୍ଧି ବସିଥିଲେ। ତାଙ୍କ ଛଡ଼ା ଆଉ କୌଣସି ପୋଲିସ କର୍ମଚାରୀ ନ ଥିଲେ। ତେଣୁ ସମ୍ପୃକ୍ତ ମହିଳା କନଷ୍ଟେବଲଙ୍କୁ ଏଫ୍‌ଆଇଆର୍‌ ରୁଜୁ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ସେ ଏଫ୍‌ଆଇଆର୍‌ ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ ବୋଲି ପୀଡ଼ିତା କହିଛନ୍ତି। ମହିଳା କନଷ୍ଟେବଲ ଗାଳିଦେବାର କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଥାନାରେ ପହଞ୍ଚତ୍ଥିଲା। ସେଥିରେ ଥିବା ମହିଳା ଓ ପୁରୁଷ କର୍ମଚାରୀମାନେ ଏଫ୍‌ଆଇଆ୍‌ର ଲେଖିବା ପାଇଁ ମେଜର ଗୁରୁଭନ୍ସଙ୍କୁ କହିଥିଲେ। ଗୁରୁଭନ୍ସ ଅଭିଯୋଗ ଲେଖିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେଠାରେ କ’ଣ ହେଲା ସେମାନେ ତାଙ୍କୁ କଷ୍ଟୋଡିରେ ରଖିଲେ। ଏହାକୁ ଅଙ୍କିତା ପ୍ରତିବାଦ କରିଥିଲେ। ଜଣେ ଆର୍ମି ଅଫିସରଙ୍କୁ କଷ୍ଟୋଡିରେ ରଖିପାରିବ ନାହିଁ, ଏହା ଆଇନ ବିରୋଧୀ ବୋଲି କହିଥିଲେ। ଠିକ୍‌ ସେତିକି ବେଳେ ୨ ଜଣ ମହିଳା ପୋଲିସ ଅଫିସର ତାଙ୍କ ଚୁଟି ଧରି ମାଡ଼ ମାରିଥିଲେ। ଏହାକୁ ଯେତେ ପ୍ରତିବାଦ କରିଥିଲେ ସୁଦ୍ଧା ସେମାନେ ଶୁଣି ନ ଥିଲେ। ସେମାନଙ୍କ ଭିତରୁ ଜଣେ ମହିଳା କନଷ୍ଟେବଲ ଅଙ୍କିତାଙ୍କ ଗଳା ଚିପିଦେବାକୁ ଉଦ୍ୟମ କରୁଥିବାବେଳେ ନିଜକୁ ବଞ୍ଚାଇବାକୁ ସେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ। ତା’ପରେ ସେମାନେ ଅଙ୍କିତାଙ୍କ ଜାକେଟ୍‌ରେ ପଛ ପାର୍ଶ୍ୱରେ ହାତକୁ ବାନ୍ଧି ଦେଇଥିଲେ। ଜଣେ କନଷ୍ଟେବଲଙ୍କ ସ୍କ୍ରାପ୍‌ରେ ତାଙ୍କ ଗୋଡ଼କୁ ବାନ୍ଧିଦେଇ ଲକ୍‌ଅପ୍‌ ପକାଇ ଦେଇଥିଲେ। ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ। ସେ ତାଙ୍କ ଅନ୍ତର୍ବସ୍ତ୍ର ଖୋଲି ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇ ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିଲେ। ସେତେବେଳେ ସହଯୋଗ ପାଇଁ ବଡ଼ ପାଟିରେ ଚିତ୍କାର କରୁଥିଲେ ସୁଦ୍ଧା କେହି କିଛି ଶୁଣି ନ ଥିଲେ ବୋଲି ଅଙ୍କିତା କହିଛନ୍ତି। ଅଙ୍କିତାଙ୍କ ଏଭଳି ବୟାନ ଶୁଣିବା ପରେ ଚାରିଆଡୁ ପୋଲିସ ବିଭାଗକୁ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି। କିପରି ଜଣେ ପୋଲିସ ଅଧିକାରୀ ଏଭଳି ବ୍ୟବହାର ଦେଖାଇପାରିଲେ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୁରନ୍ତ ସେହି ପୋଲିସ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବା ସହ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନେକେ ସାମାଜିକ ଗଣମାଧ୍ୟମରେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

ସିଆର୍‌ପିଏଫ୍‌ର ନେତୃତ୍ୱ ନେବେ ସିମରନ୍‌ ବାଲା

ନୂଆଦିଲ୍ଲୀ,୨୨ା୧: ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ନେତୃତ୍ୱ ନେବେ...

ନିଜ କଥା ରଖିପାରିଲେନି ଆମେରିକା ରାଷ୍ଟ୍ରପତି, ନେଲେ ୟୁ ଟର୍ନ

ଓ୍ବାଶିଂଟନ,୨୨।୧: ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ...

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri