ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ

ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି। ଦିବ୍ୟାଙ୍ଗ ହୋଇ ସଂଘର୍ଷ କରି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି। ତାଙ୍କ ବ୍ୟାକ୍‌ ବୋନରେ ପ୍ରାୟ ୭୦ଶତକଡ଼ା ସମସ୍ୟା ରହିଥିଲେ ସୁଦ୍ଧା ଘରେ ମା’ଙ୍କ ସହ ସବୁ କାମ କରୁଥିଲେ ଏବଂ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହ ନିଟ ପାଇଁ ପ୍ରସ୍ତୁତ ହେଉଥିଲେ। ଲିନ୍ସା ଅନଲାଇନ ଓ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭର କରି ନିଜ ପ୍ରୟାସରେ ଦ୍ୱିତୀୟ ଥରରେ ସେ ନିଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଗାଁ ଓ ପଞ୍ଚାୟତ ଅଞ୍ଚଳର ସୁନା ଝିଅ ବୋଲି ସମସ୍ତେ ଡାକନ୍ତି। ଲିନ୍ସା ମଧ୍ୟ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିବା ସହ ତାଙ୍କ ବାପା ଇଲିଆସ ପ୍ରଧାନ, ମା’ରୀନା ପ୍ରଧାନ ଏବଂ ବଡ ଭାଇ ଆଶିଷ କୁମାର ପ୍ରଧାନଙ୍କୁ ଶ୍ରେୟ ଦେଇଛନ୍ତି।
ଲିନ୍ସା ପ୍ରାଥମିକ ଶିକ୍ଷା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ କରୁମୁଣ୍ଡାଠାରେ ଥିବା ଇଂଲିଶ ମିଡିୟମରେ ଦଶମ ପର୍ଯ୍ୟନ୍ତ ପଢିବା ପରେ ଉଚ୍ଚ ଶିକ୍ଷା ପାଇଁ ନୟାଗଡ଼ ଜିଲା ଏକ ଘରୋଇ ଅନୁଷ୍ଠାନରେ ୨୦୨୧ରେ ଶେଷ କରିଥିଲେ। ପରେ ଯୁକ୍ତ ୩ ପାଇଁ ଭୁବନେଶ୍ୱରରେ ଏକ ଅନୁଷ୍ଠାନରେ ନାମ ଲେଖାଇଥିଲେ, ହେଲେ କୋଚିଂ ନେବାପାଇଁ ଉକ୍ତ ଅନୁଷ୍ଠାନରେ ବ୍ୟବସ୍ଥା ନଥିଲା କି ତାଙ୍କ ପରିବାର କୌଣସି ଭଲ କୋଚିଂ ସେଣ୍ଟରରେ ପଢାଇବା ପାଇଁ ଆର୍ଥିକ ପରିସ୍ଥିତି ଭଲ ନଥିଲା। ସେପଟେ ଉକ୍ତ ଶିକ୍ଷା ଅନୁଷ୍ଠାନରେ ମୋବାଇଲ ବ୍ୟବହାର ମଧ୍ୟ କଟକଣା ରହିଥିଲା। ଫଳରେ ସେ ଘରକୁ ଫେରି କଠିନ ପରିଶ୍ରମ କରି ସଫଳ ହୋଇପାରିଥିବା କହିଛନ୍ତି। ସେ ନିଜ ମୋବାଇଲରୁ ନିଟ ପରୀକ୍ଷା ପାଇଁ ଆବଶ୍ୟକ ବିଷୟ ଡାଉନଲୋଡ଼ କରି ନୋଟ ପ୍ରସ୍ତୁତ କରି ପଢିଥିବା କହିଛନ୍ତି। ଡାକ୍ତରୀ ଛାତ୍ରୀଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା’ଅଙ୍ଗନାୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଦୁହିଁଙ୍କ ସ୍ବଳ୍ପ ଦରମାରେ ବଡ଼ ପୁଅ ପୋଷ୍ଟ ଗ୍ରାଜୁଏଟ କରୁଥିବା ବେଳେ ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ ଅନ୍ୟ ଛୋଟ ପୁଅ ଓ ଝିଅ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଲିନ୍ସାଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri