Posted inଖେଳ

ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ

ନୂଆଦିଲ୍ଲୀ, ୨୦।୮: ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୫ ସିଜନ ପାଇଁ ସମ୍ଭାବ୍ୟ ଖେଳାଳି ରିଟେନଶନ ଓ ଚୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ସ୍ବାଭାବିକଭାବେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ରିଙ୍କୁ ସିଂ। ବିସ୍ଫୋରକ ବ୍ୟାଟିଂ ପାଇଁ ନିଜର ଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିବା ରିଙ୍କୁ ସିଂଙ୍କୁ ତାଙ୍କ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ରିଟେନ କରିବ କ ନାହିଁ ତା’ ଉପରେ ଅନ୍ୟ ଦ ଗୁଡ଼ିକର ନଜର ରହିଛି। କୋଲକାତାର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେବେ ୨୦୨୫ ସିଜନ ପାଇଁ ସବୁ ଦଳରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏହି କ୍ରମରେ ନାଇଟ ରାଇଡର୍ସ ଯଦି ତାଙ୍କୁ ରିଟେନ ନ କରେ ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଖେଳିବାକୁ ଇଚ୍ଛୁକ ଥିବା ନିଜେ ରିଙ୍କୁ ସୂଚନା ଦେଇଛନ୍ତି।

ଏହାର ଏକମାତ୍ର କାରଣ ହେଉଛନ୍ତି ବିରାଟ କୋହଲି ବୋଲି ନିକଟରେ ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। କୋହଲିଙ୍କ ପ୍ରତି ରିଙ୍କୁଙ୍କ ସମ୍ମାନ ସମସ୍ତେ ଜାଣନ୍ତି। ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ପୂର୍ବ ସିଜନରେ ତାଙ୍କ ବ୍ୟାଟ୍‌ ଭାଙ୍ଗିଯିବାରୁ ସେ କୋହଲିଙ୍କୁ ଏକ ବ୍ୟାଟ୍‌ ଦେବାକୁ ଅନୁରୋଧ କରିଥିଲେ। କୋହଲି ପ୍ରଥମେ ଅନିଚ୍ଛୁକ ଥିଲେ ହେଁ ପରେ ତାଙ୍କୁ ଏକ ନୂଆ ବ୍ୟାଟ୍‌ ଉପହାର ଦେଇଥିଲେ। କୋହଲିଙ୍କ ସହ ଗୋଟିଏ ଦଳରେ ଖେଳିବାକୁ ସମ୍ଭବତଃ ତାଙ୍କର ଇଚ୍ଛା ଥିବାରୁ ରିଙ୍କୁ ଆରସିବିକୁ ଯିବାକୁ ଆଗ୍ରହ ରଖିଛନ୍ତି ବୋଲି ଆଲୋଚନା ହେଉଛି। ମାତ୍ର ନାଇଟ ରାଇଡର୍ସ ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଲିଜ କରିବ କି ନାହିଁ ତା’ ଉପରେ ଅନେକ କିଛି ନିର୍ଭର କରିବ।

୨୦୨୩ ସିଜନରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ ରିଙ୍କୁ। ଏହି ବାମହାତୀ ବ୍ୟାଟର ଦଳ ପକ୍ଷରୁ ଟପ୍‌ ସ୍କୋରର ରହିଥିଲେ। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଗୋଟିଏ ଓଭରରେ ୫ ଛକା ମାରି ସେ କୋଲକାତାକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ସେବେଠାରୁ ତାଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ଆଇପିଏଲ୍‌ରେ ସଫଳତା ସତ୍ତ୍ୱେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନିକଟରେ ଘୋଷିତ ଦୁଲୀପ ଟ୍ରଫିର କୌଣସି ଦଳରେ ରିଙ୍କୁଙ୍କୁ ସ୍ଥାନ ମିଳିନାହିଁ। ତେବେ ଏଥିପାଇଁ ଚିନ୍ତିତ ନାହାନ୍ତି ରିଙ୍କୁ। ମାତ୍ର ୨-୩ଟି ରଣଜୀ ଟ୍ରଫି ମ୍ୟାଚ ଖେଳିବା ଏବଂ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରି ନ ପାରିବା କାରଣରୁ ହୁଏତ ତାଙ୍କୁ ସ୍ଥାନ ମିଳିନାହିଁ ବୋଲି ସେ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri