ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ବ୍ଲକର କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଗତ ଶୁକ୍ରବାର ସ. ମାଲପଡ଼ା ଓ ରିଞ୍ଜା ମଣ୍ଡି ଠାରେ ରବି ଧାନମଣ୍ଡି ଉଦ୍‌ଘାଟନ ହେବା ପରେ ଟୋକନ ପାଇ ସ.ମାଲପଡ଼ା ଗ୍ରାମର ଚାଷୀ ଗଜପତି ସାହୁ ୪୫ କ୍ୱିଣ୍ଟାଲ, ମହନ ସାହୁ ୬୬ କ୍ୱିଣ୍ଟାଲ, କୃତ୍ତିବାସ ସାହୁ ୩୨କ୍ୱିଣ୍ଟାଲ, ସାଧୁ ସାହୁ ୪୪ କ୍ୱିଣ୍ଟାଲ, ଫୁଲବାବୁସାହୁ ୧୫ କ୍ୱିଣ୍ଟାଲ, ଭଗବାନ ସାହୁ ୩୮ କ୍ୱିଣ୍ଟାଲ, ସଂଘମିତ୍ର ସାହୁ ୭୫ କ୍ୱିଣ୍ଟାଲ, ପଦ୍ମଲୋଚନ ସାହୁ ୨୬ କ୍ୱିଣ୍ଟାଲ, ଅର୍ଜୁନ ସାହୁ ୬୫ କ୍ୱିଣ୍ଟାଲ ଓ ପୁଟିଗାଁ ଚାଷୀ ରତ୍ନାକର ବଗର୍ତ୍ତୀ ୩୦ କ୍ୱିଣ୍ଟାଲ, ଲୋକେଶ ବଗର୍ତ୍ତୀ ୩୦ କ୍ୱିଣ୍ଟାଲ, ଡମ୍ବରୁ ସାହୁ ୭୨ କ୍ୱିଣ୍ଟାଲ ଧାନ ମଣ୍ଡିରେ ପକେଇଛନ୍ତି। ତେବେ ଧାନ ଉଠିବାରେ ବିଳମ୍ବ ହେଉଥିବା ଯୋଗୁ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀମାନେ ବୁଧବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ନର୍ଲା ବିଧାୟିକା, ଜିଲାପାଳ କଳାହାଣ୍ଡି, ତହସିଲଦାର କର୍ଲାମୁଣ୍ଡା ଓ ବିଡିଓ କର୍ଲାମୁଣ୍ଡାଙ୍କୁ ମିଲର୍ସମାନେ କ୍ୱିଣ୍ଟାଲ ପ୍ରତି ୮କେଜି କଟନି ପାଇଁ ଦାବି କରୁଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଧାନ ଶୀଘ୍ର ଉଠାଇବା ଦିଗରେ ପଦକ୍ଷେପ ନେବାକୁ ଜଣାଇଥିବା ବିଜେଡି ବ୍ଲକ ସଭପତି ଯଶୋବନ୍ତ ସାହୁ କହିଛନ୍ତି। ଠିକ୍‌ ସେହଭଳି ରିଶିଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ତେରେସିଙ୍ଗା ଧାନମଣ୍ଡିଠାରେ ୨୪ ଜଣ ଚାଷୀଙ୍କ ୧୪୦୦ କ୍ୱିଣ୍ଟାଲ ଧାନ ପଡ଼ିରହିଥିବା ବେଳେ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ରେଗଡା, ବିଜାପାଟି,ଯୋରାଡବରା ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ ପଡ଼ି ରହିଥିବା ଜଣାପଡ଼ିଛି। ଏନେଇ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଦେବରାଜ ରଣାଙ୍କୁ ପଚାରିବାରୁ ବୁଧବାର ଗୋଟିଏ ଟ୍ରିପ୍‌ ଧାନ ଉଠିଥିଲେ ହେଁ ଗୁରୁବାର ଧାନ ଉଠି ନ ଥିବା କହିଛନ୍ତି। ଏନେଇ କର୍ଲାମୁଣ୍ଡା ବ୍ଲକ ଦାୟିତ୍ୱ ଥିବା ଖାଉଟି ଯୋଗାଣ ଅଧିକାରୀ ସ୍ମୃତି ରଞ୍ଜନ ଜେନାଙ୍କୁ ଯୋଗାଯୋଗ କରିଥଲେ ହେଁ ସେ ଫୋନ୍‌ ରିସିଭ୍‌ କରିଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ସାକ୍ଷୀଗୋପାଳରେ ଆଜିବି ବଞ୍ଚିଛି ଶହ ଶହ ବର୍ଷର ନଡ଼ିଆ ଲଢ଼େଇ ପରମ୍ପରା, ଗହ୍ମାପୂର୍ଣ୍ଣମୀରେ…

ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri